ଜମ୍ମୁ-କାଶ୍ମୀରରେ ହେବ ବୁଲଡୋଜର ଆକ୍ସନ; ଆତଙ୍କୀଙ୍କ ବିରୋଧରେ ବଡ଼ ପ୍ଲାନ୍ ପ୍ରସ୍ତୁତ
ଶ୍ରୀନଗର: ଉତ୍ତର ପ୍ରଦେଶ ଭଳି ଜମ୍ମୁ-କାଶ୍ମୀରରେ ହେବ ବୁଲଡୋଜର ଆକ୍ସନ ।ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉପ-ରାଜ୍ୟପାଳ ମନୋଜ ସିହ୍ନା ଚେତାବନୀ ଦେଇ କହିଛନ୍ତି, ରାଜ୍ୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗତିବିଧିକୁ ବରଦାସ୍ତ କରାଯିବ ନାହିଁ । ଆତଙ୍କବାଦୀଙ୍କୁ ସାହାଯ୍ୟ କଲେ ବୁଲଡୋଜର ଲଗାଇ ବେଘର କରିଦିଆଯିବ । ଆତଙ୍କୀଙ୍କ ବିରୋଧ ଏକତ୍ର ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ଏଲଜି । ଏହାଛଡ଼ା ସେ କହିଛନ୍ତି, ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକ, ସୁରକ୍ଷାବଳ ଏବଂ ପ୍ରଶାସନ ଏକାଠି ହେଲେ ବର୍ଷେ ମଧ୍ୟରେ ରାଜ୍ୟରୁ ଆତଙ୍କବାଦୀ ଶେଷ ହୋଇଯିବେ ବୋଲି ଉପ-ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି । ଏଲଜି ମନୋଜ ସିହ୍ନା ବାରମୂଳାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କିଛି କହିଛନ୍ତି । କୌଣସି ନିର୍ଦ୍ଦୋଷଙ୍କର ଯେପରି କ୍ଷତି ନହୁଏ ଏବଂ ଦୋଷୀଙ୍କ ବିରୋଧରେ କଠୋର ହେବାକୁ ସୁରକ୍ଷବଳକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ରାଜ୍ୟପାଳ । ଆତଙ୍କବାଦୀଙ୍କୁ ସହଯୋଗ କଲେ ସେମାନଙ୍କ ସହିତ କୌଣସି ପ୍ରକାର ବୁଝାମଣା ହେବନାହିଁ । ତୁରନ୍ତ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ । ବୁଲଡୋଜର ଲଗାଇ ବେଘର କରିଦିଆଯିବ ବୋଲି ମନୋଜ ସିହ୍ନା କହିଛନ୍ତି ।ପଡୋଶୀ ଦେଶ କାଶ୍ମୀରକୁ ଅଶାନ୍ତି କରିବାକୁ ଚେଷ୍ଟା ଚଳାଇଛି । ଏହାକୁ ନେଇ ପ୍ରଶାସନ ଯେତେ ଚିନ୍ତିତ ନୁହେଁ, ତା’ଠାରୁ ବଡ଼ ଚିନ୍ତାର ବିଷୟ ହେଲା ପଡ଼ୋଶୀ ଦେଶର
ଶ୍ରୀନଗର: ଉତ୍ତର ପ୍ରଦେଶ ଭଳି ଜମ୍ମୁ-କାଶ୍ମୀରରେ ହେବ ବୁଲଡୋଜର ଆକ୍ସନ ।ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉପ-ରାଜ୍ୟପାଳ ମନୋଜ ସିହ୍ନା ଚେତାବନୀ ଦେଇ କହିଛନ୍ତି, ରାଜ୍ୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗତିବିଧିକୁ ବରଦାସ୍ତ କରାଯିବ ନାହିଁ । ଆତଙ୍କବାଦୀଙ୍କୁ ସାହାଯ୍ୟ କଲେ ବୁଲଡୋଜର ଲଗାଇ ବେଘର କରିଦିଆଯିବ । ଆତଙ୍କୀଙ୍କ ବିରୋଧ ଏକତ୍ର ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ଏଲଜି । ଏହାଛଡ଼ା ସେ କହିଛନ୍ତି, ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକ, ସୁରକ୍ଷାବଳ ଏବଂ ପ୍ରଶାସନ ଏକାଠି ହେଲେ ବର୍ଷେ ମଧ୍ୟରେ ରାଜ୍ୟରୁ ଆତଙ୍କବାଦୀ ଶେଷ ହୋଇଯିବେ ବୋଲି ଉପ-ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ।
ଏଲଜି ମନୋଜ ସିହ୍ନା ବାରମୂଳାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କିଛି କହିଛନ୍ତି । କୌଣସି ନିର୍ଦ୍ଦୋଷଙ୍କର ଯେପରି କ୍ଷତି ନହୁଏ ଏବଂ ଦୋଷୀଙ୍କ ବିରୋଧରେ କଠୋର ହେବାକୁ ସୁରକ୍ଷବଳକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ରାଜ୍ୟପାଳ । ଆତଙ୍କବାଦୀଙ୍କୁ ସହଯୋଗ କଲେ ସେମାନଙ୍କ ସହିତ କୌଣସି ପ୍ରକାର ବୁଝାମଣା ହେବନାହିଁ । ତୁରନ୍ତ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ । ବୁଲଡୋଜର ଲଗାଇ ବେଘର କରିଦିଆଯିବ ବୋଲି ମନୋଜ ସିହ୍ନା କହିଛନ୍ତି ।
ପଡୋଶୀ ଦେଶ କାଶ୍ମୀରକୁ ଅଶାନ୍ତି କରିବାକୁ ଚେଷ୍ଟା ଚଳାଇଛି । ଏହାକୁ ନେଇ ପ୍ରଶାସନ ଯେତେ ଚିନ୍ତିତ ନୁହେଁ, ତା’ଠାରୁ ବଡ଼ ଚିନ୍ତାର ବିଷୟ ହେଲା ପଡ଼ୋଶୀ ଦେଶର ପ୍ରଲୋଭନରେ ପଡ଼ୁଛନ୍ତି ଲୋକେ । ଏଭଳି ଲୋକଙ୍କୁ ଚିହ୍ନଟ କରିବା କେବଳ ସୁରକ୍ଷାବଳ କିମ୍ବା ପ୍ରଶାସନର ନୁହେଁ, ବରଂ ସାଧାରଣ ଲୋକେ ବି ଏଥିରେ ସରକାରଙ୍କୁ ସହଯୋଗ ଦରକାର ବୋଲି ଉପରାଜ୍ୟପାଳ କହିଛନ୍ତି ।....