ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ

ବାୟୁ, ଜଳ କିମ୍ବା ମୃତ୍ତିକା ଯେଉଁଠାରେ ବି ପ୍ରଦୂଷଣ ହେଉନା କାହିଁକି, ଏହା ଉଭୟ ମାନବ ସମାଜ ଏବଂ ପରିବେଶ ପାଇଁ କ୍ଷତିକାରକ ହୋଇଥାଏ। ଗତ କିଛି ବର୍ଷ ମଧ୍ୟରେ, ଏପରି ଅନେକ ରୋଗ ଦେଖାଯାଇଛି, ଯେଉଁଥିପାଇଁ ପ୍ରଦୂଷଣ ଦାୟୀ ବୋଲି ବିବେଚନା କରାଯାଏ। ମଣିଷ ବଞ୍ଚି ରହିବା ପାଇଁ ପ୍ରଦୂଷଣମୁକ୍ତ ପରିବେଶ ଅପରିହାର୍ଯ୍ୟ। ସମଗ୍ର ବିଶ୍ୱ ପାଇଁ ଏବେ ପରିବେଶ ପ୍ରଦୂଷଣ ଏକ ଚିନ୍ତାର ବିଷୟ ପାଲଟିଛି। ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ […]

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ
national pollution control day 2024

ବାୟୁ, ଜଳ କିମ୍ବା ମୃତ୍ତିକା ଯେଉଁଠାରେ ବି ପ୍ରଦୂଷଣ ହେଉନା କାହିଁକି, ଏହା ଉଭୟ ମାନବ ସମାଜ ଏବଂ ପରିବେଶ ପାଇଁ କ୍ଷତିକାରକ ହୋଇଥାଏ। ଗତ କିଛି ବର୍ଷ ମଧ୍ୟରେ, ଏପରି ଅନେକ ରୋଗ ଦେଖାଯାଇଛି, ଯେଉଁଥିପାଇଁ ପ୍ରଦୂଷଣ ଦାୟୀ ବୋଲି ବିବେଚନା କରାଯାଏ। ମଣିଷ ବଞ୍ଚି ରହିବା ପାଇଁ ପ୍ରଦୂଷଣମୁକ୍ତ ପରିବେଶ ଅପରିହାର୍ଯ୍ୟ। ସମଗ୍ର ବିଶ୍ୱ ପାଇଁ ଏବେ ପରିବେଶ ପ୍ରଦୂଷଣ ଏକ ଚିନ୍ତାର ବିଷୟ ପାଲଟିଛି। ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ ଯୋଗୁଁ ଆମର ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପରିବେଶ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୨ ତାରିଖକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବେ ପାଳନ କରାଯାଏ। ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ଇତିହାସ ୧୯୮୪ର ଭୋପାଳ ଗ୍ୟାସ ଦୁର୍ଘଟଣା ସହିତ ଜଡିତ। ୨ ଡିସେମ୍ବର ୧୯୮୪ରେ ଭୋପାଳର ଏକ କୀଟନାଶକ କାରଖାନାରୁ ପ୍ରାୟ ୪୫ ଟନ୍ ମିଥାଇଲ୍ ଆଇସୋସାଇନେଟ୍ ଲିକ୍ ହୋଇ ଚାରିଆଡେ ବ୍ୟାପିଯାଇଥିଲା। ଏହି କାରଣରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଭୋପାଳ ଗ୍ୟାସ୍‌ ଦୁର୍ଘଟଣାକୁ ସବୁଠୁ ବଡ଼ ଶିଳ୍ପ ପ୍ରଦୂଷଣ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ।  ଏହି ଦୁଃଖଦ ଘଟଣା ପରେ ଭାରତ ସରକାର ଡିସେମ୍ବର ୨କୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଲେ। ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ ଅବସରରେ ବାୟୁ, ଜଳ ଏବଂ ମୃତ୍ତିକା ପ୍ରଦୂଷଣ ଦ୍ୱାରା ମାନବ ଜୀବନ ଉପରେ କିଭଳି ପ୍ରଭାବ ଅନୁଭୂତ ହେଉଛି, ସେନେଇ ସଚେତନତା ସୃଷ୍ଟି କରାଯାଇଥାଏ।