ଜାତୀୟ ହାରଠୁ ଅଧିକ ଓଡ଼ିଶାର ଅଭିବୃଦ୍ଧି: ଶ୍ରେୟ ପାଇଁ ଆରମ୍ଭ ହେଲା ରାଜନୀତି

କନକ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅଭିବୃଦ୍ଧି ଜାତୀୟ ହାରଠୁ ଅଧିକ ରହିଛି। ଏହାକୁନେଇ ଆରମ୍ଭ ହୋଇଛି ରାଜନୀତି ।  ବିଜେଡି କହିଛି, ଶ୍ରେୟ ପୂର୍ବ ସରକାରର । ଏହା ପୂର୍ବ ସରକାରର ପରିଶ୍ରମ ଓ ସାଧନର ଫଳ ।  ଏହାକୁ କାଂଉଟର କରିଛନ୍ତି ଆଇନମନ୍ତ୍ରୀ ।  କହିଛନ୍ତି, ମରୀଚିକା ପଛରେ ନଧାଇଁ ବାସ୍ତବତାକୁ ଓହ୍ଲାଇ ଆସନ୍ତୁ ବିରୋଧୀ ଦଳ। ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅଭିବୃଦ୍ଧିର ଚିତ୍ର ପରେ ଆରମ୍ଭ ହୋଇଛି ରାଜନୀତି ।  ବିଜେଡି କହିଛି, ଶ୍ରେୟ ପୂର୍ବ ସରକାରର । ଏହା ପୂର୍ବ ସରକାରର ପରିଶ୍ରମ ଓ ସାଧନର ଫଳ ।  ଏହାକୁ କାଂଉଟର କରିଛନ୍ତି ଆଇନମନ୍ତ୍ରୀ ।  କହିଛନ୍ତି, ମରୀଚିକା ପଛରେ ନଧାଇଁ ବାସ୍ତବତାକୁ ଓହ୍ଲାଇ ଆସନ୍ତୁ ବିରୋଧୀ ଦଳ।  ଶନିବାର ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି। ଏପରକି ଖାଦ୍ୟ ଶସ୍ୟ ଉତ୍ପାଦନ, ଶିଳ୍ପାୟନ, ଭିତ୍ତିଭୂମି ବିକାଶ, କୃଷି ଅଭିବୃଦ୍ଧି ସବୁଥିରେ ବିକାଶ ପରିଲକ୍ଷିତ ହୋଇଛି ।  ଅର୍ଥନୈତିକ ସର୍ଭେ ରିପୋର୍ଟ ଅର୍ଥନୈତିକ ଅଭିବୃଦ୍ଧି ଜାତୀୟସ୍ତରରେ ୬.୪% ରାଜ୍ୟରେ ଏହି ହାର ୭.୨% ରହିଛିଓଡ଼ିଶାରେ କୃଷି ଅଭିବୃଦ୍ଧି ହାର ୭% ଯାହା ଜାତୀୟ ସ୍ତରରେ ୪.୧% ରହିଛିଶିଳ୍ପାୟନ ହାର ୬.୧% ରହିବ ବୋଲି ଆକଳନ ଏହି ହାର ସର୍ବଭାରତୀୟସ୍ତର ସହ ସମାନ ମୁଣ୍ଡପିଛା ଆୟ ୧୦.୬% ବୃଦ୍ଧି ପାଇଛି  ଅର୍ଥନୈତିକ ସର୍ଭେ

ଜାତୀୟ ହାରଠୁ ଅଧିକ ଓଡ଼ିଶାର ଅଭିବୃଦ୍ଧି: ଶ୍ରେୟ ପାଇଁ ଆରମ୍ଭ ହେଲା ରାଜନୀତି

କନକ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅଭିବୃଦ୍ଧି ଜାତୀୟ ହାରଠୁ ଅଧିକ ରହିଛି। ଏହାକୁନେଇ ଆରମ୍ଭ ହୋଇଛି ରାଜନୀତି ।  ବିଜେଡି କହିଛି, ଶ୍ରେୟ ପୂର୍ବ ସରକାରର । ଏହା ପୂର୍ବ ସରକାରର ପରିଶ୍ରମ ଓ ସାଧନର ଫଳ ।  ଏହାକୁ କାଂଉଟର କରିଛନ୍ତି ଆଇନମନ୍ତ୍ରୀ ।  କହିଛନ୍ତି, ମରୀଚିକା ପଛରେ ନଧାଇଁ ବାସ୍ତବତାକୁ ଓହ୍ଲାଇ ଆସନ୍ତୁ ବିରୋଧୀ ଦଳ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅଭିବୃଦ୍ଧିର ଚିତ୍ର ପରେ ଆରମ୍ଭ ହୋଇଛି ରାଜନୀତି ।  ବିଜେଡି କହିଛି, ଶ୍ରେୟ ପୂର୍ବ ସରକାରର । ଏହା ପୂର୍ବ ସରକାରର ପରିଶ୍ରମ ଓ ସାଧନର ଫଳ ।  ଏହାକୁ କାଂଉଟର କରିଛନ୍ତି ଆଇନମନ୍ତ୍ରୀ ।  କହିଛନ୍ତି, ମରୀଚିକା ପଛରେ ନଧାଇଁ ବାସ୍ତବତାକୁ ଓହ୍ଲାଇ ଆସନ୍ତୁ ବିରୋଧୀ ଦଳ।

 ଶନିବାର ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି। ଏପରକି ଖାଦ୍ୟ ଶସ୍ୟ ଉତ୍ପାଦନ, ଶିଳ୍ପାୟନ, ଭିତ୍ତିଭୂମି ବିକାଶ, କୃଷି ଅଭିବୃଦ୍ଧି ସବୁଥିରେ ବିକାଶ ପରିଲକ୍ଷିତ ହୋଇଛି । 

ଅର୍ଥନୈତିକ ସର୍ଭେ ରିପୋର୍ଟ 
ଅର୍ଥନୈତିକ ଅଭିବୃଦ୍ଧି ଜାତୀୟସ୍ତରରେ ୬.୪% 
ରାଜ୍ୟରେ ଏହି ହାର ୭.୨% ରହିଛି
ଓଡ଼ିଶାରେ କୃଷି ଅଭିବୃଦ୍ଧି ହାର ୭% 
ଯାହା ଜାତୀୟ ସ୍ତରରେ ୪.୧% ରହିଛି
ଶିଳ୍ପାୟନ ହାର ୬.୧% ରହିବ ବୋଲି ଆକଳନ 
ଏହି ହାର ସର୍ବଭାରତୀୟସ୍ତର ସହ ସମାନ 
ମୁଣ୍ଡପିଛା ଆୟ ୧୦.୬% ବୃଦ୍ଧି ପାଇଛି 

ଅର୍ଥନୈତିକ ସର୍ଭେ ରିପୋର୍ଟରେ ରେଳ, ସଡ଼କ ଓ ବିମାନ ଚଳାଚଳ କ୍ଷେତ୍ରରେ ଉନ୍ନତି ହୋଇଥିବା କୁହାଯାଇଛି । ଏହି ଅଭିବୃଦ୍ଧିର ଶ୍ରେୟ କାହାର ତାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । 

ବଡ କଥା ହେଲା, ଦେଶର ପଂଚମ ବୃହତ୍ତମ ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ପରିଗଣିତ ହୋଇଛି ଓଡ଼ିଶା । ୨୦୧୯-୨୦୨୦ରେ ଧାନ ଉତ୍ପାଦନ ୯୭.୬ ଲକ୍ଷ ମେଟ୍ରିକ ଟନ୍‌ ଥିବାବେଳେ ୨୦୨୩-୨୪ରେ ଏହା ୧୧୫.୪ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି ।  ସେହିଭଳି କୃଷକଙ୍କ ଆୟ ବୃଦ୍ଧି ସହ ପଶୁସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ପୂର୍ବତନ ଅର୍ଥମନ୍ତ୍ରୀ କିନ୍ତୁ ରିପୋର୍ଟ ନେଇ କଟାକ୍ଷ କରିଛନ୍ତି। ଏପରିକି ରିପୋର୍ଟର ସତ୍ୟତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପଞ୍ଚାନନ କାନୁନଗୋ।  

କାଲି ବିଧାନସଭାରେ ବଜେଟ ଉପସ୍ଥାପିତ ହେବ। ଏଥିରେ  ସରକାର ଏହି ଅଭିବୃଦ୍ଧିକୁ ଆଗକୁ ନେବାକୁ କି ଘୋଷଣା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।