ଜାନୁଆରୀ ୨୦ ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ – ଆଇନମନ୍ତ୍ରୀ
ପୁରୀ : ଆଉ ଘଣ୍ଟା କେଇଟା ପରେ ବିଦାୟ ନେବ ପୁରୁଣା ବର୍ଷ – ୨୦୨୪ । ନୂଆ ବର୍ଷ ୨୦୨୫ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ହେବ ଅସମ୍ଭାଳ ଭିଡ଼ । ନୂଆବର୍ଷରୁ ଶ୍ରୀ ମନ୍ଦିରରେ ଲାଗୁହେବ ନୂଆ ଦର୍ଶନ ବ୍ୟବସ୍ଥା I ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଆସନ୍ତା ୨୦ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ପାଇଁ […]

ପୁରୀ : ଆଉ ଘଣ୍ଟା କେଇଟା ପରେ ବିଦାୟ ନେବ ପୁରୁଣା ବର୍ଷ – ୨୦୨୪ । ନୂଆ ବର୍ଷ ୨୦୨୫ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ହେବ ଅସମ୍ଭାଳ ଭିଡ଼ । ନୂଆବର୍ଷରୁ ଶ୍ରୀ ମନ୍ଦିରରେ ଲାଗୁହେବ ନୂଆ ଦର୍ଶନ ବ୍ୟବସ୍ଥା I ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଆସନ୍ତା ୨୦ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ପାଇଁ ଟ୍ରାଏଲ ରନ୍ କରାଇବାକୁ ସରକାର ଚାହୁଁନାହାନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏବେ ଟ୍ରାଏଲ୍ ରନ୍ କରିବା ସମ୍ଭବ ନୁହଁ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଡିସେମ୍ବର ୨୫ ରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶିଷ ନେବାକୁ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଆଜି ଏବଂ ଆସନ୍ତାକାଲି ଭକ୍ତମାନେ କେବଳ ସିଂହଦ୍ଵାର ପଟେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଏବେ ଭିଡ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ ନେଇ ଏକ୍ସପେରିମେଣ୍ଟ କରିବା ସମ୍ଭବ ନୁହେଁ। ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ ବ୍ୟବସ୍ଥା କରାଯିବ। ସରକାର ଭକ୍ତଙ୍କ ଭିଡ ସମ୍ପର୍କରେ ଟିକନିକ୍ ଖବର ନେଉଥିବା କହିଛନ୍ତି ମନ୍ତ୍ରୀ।