ପୂଜା ଖେଦକରଙ୍କ ଗିରଫ ଉପରେ ୨୧ ତାରିଖ ଯାଏଁ ସ୍ଥଗିତାଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଳୀ: ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଦକରଙ୍କୁ ଦିଲ୍ଲୀ ହାଇକୋର୍ଟରେ ସାମୟିକ ଆଶ୍ବସ୍ତି ମିଳିଛି। ଗିରଫ ଉପରେ ଅଗଷ୍ଟ ୨୧ ତାରିଖ ଯାଏଁ ଅନ୍ତରୀଣ ସ୍ଥଗିତାଦେଶ ହାଇକୋର୍ଟ ଜାରି କରିଛନ୍ତି। ମିଥ୍ୟା ତଥ୍ୟ ଦେଇ ପଛୁଆବର୍ଗ (ଓବିସି) ପ୍ରମାଣପତ୍ର ଓ ଭିନ୍ନକ୍ଷମ ପ୍ରମାଣପତ୍ର ହାସଲ କରିବା ଘଟଣାରେ ପୂଜାଙ୍କ ବିରୋଧରେ ଠକାମି ମାମଲା ରୁଜୁ ହୋଇଥିଲା। ଏହି ମାମଲା ବିରୋଧରେ ପୂଜା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଚାରପତି ସୁବ୍ରମଣ୍ୟମ୍ ପ୍ରସାଦ ପୂଜାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। […]

ନୂଆଦିଲ୍ଳୀ: ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଦକରଙ୍କୁ ଦିଲ୍ଲୀ ହାଇକୋର୍ଟରେ ସାମୟିକ ଆଶ୍ବସ୍ତି ମିଳିଛି। ଗିରଫ ଉପରେ ଅଗଷ୍ଟ ୨୧ ତାରିଖ ଯାଏଁ ଅନ୍ତରୀଣ ସ୍ଥଗିତାଦେଶ ହାଇକୋର୍ଟ ଜାରି କରିଛନ୍ତି। ମିଥ୍ୟା ତଥ୍ୟ ଦେଇ ପଛୁଆବର୍ଗ (ଓବିସି) ପ୍ରମାଣପତ୍ର ଓ ଭିନ୍ନକ୍ଷମ ପ୍ରମାଣପତ୍ର ହାସଲ କରିବା ଘଟଣାରେ ପୂଜାଙ୍କ ବିରୋଧରେ ଠକାମି ମାମଲା ରୁଜୁ ହୋଇଥିଲା। ଏହି ମାମଲା ବିରୋଧରେ ପୂଜା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଚାରପତି ସୁବ୍ରମଣ୍ୟମ୍ ପ୍ରସାଦ ପୂଜାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ଦିଲ୍ଲୀ ପୁଲିସ, କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି)କୁ ଏନେଇ ଜବାବ ଦେବା ପାଇଁ ନୋଟିସ୍ ଜାରି କରିବା ସହ ପୂଜାଙ୍କ ଗିରଫ ଉପରେ ଅଗଷ୍ଟ ୨୧ ଯାଏଁ ରହିତାଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ ପ୍ରମାଣପତ୍ର ଜାଲିଆତି ଘଟଣାରେ ୟୁପିଏସ୍ସି ଜୁଲାଇ ୩୧ ତାରିଖରେ ପୂଜାଙ୍କ ସଦସ୍ୟତା ରଦ୍ଦ କରିଥିଲା। ଅଗଷ୍ଟ ୧ରେ ଦିଲ୍ଲୀ ସେସନ୍ସ କୋର୍ଟ ପୂଜାଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରିଥିଲେ। ଏହି ମାମଲାର ବିସ୍ତୃତ ତଦନ୍ତ ଏବଂ ପୁଲିସ ହେପାଜତରେ ଅଭିଯୁକ୍ତଙ୍କୁ ଜେରା କରାଯିବା ଉଚିତ ବୋଲି ମତ ଦେଇଥିଲେ।