୬ କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଏସ୍‌ୟୁଭି

କୋଲକାତା : ଶ୍ରାବଣ ମାସ ଶେଷ ସୋମବାରରେ ଅଘଟଣ ଘଟିଯାଇଛି। ମହାଦେବଙ୍କ ମଥାରେ ଜଳଲାଗି ପାଇଁ ଯାଉଥିବା କାଉଡ଼ିଆଙ୍କ ଉପରେ ଏସ୍‌ୟୁଭି ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଯ‌ାଇଛି। ପଶ୍ଚିମବଙ୍ଗର ବାଗଡୋଗରା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସୂଚନା ମୁତାବକ, ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା ଯୋଗୁ ବାବାଧାମରେ ଭଗବାନ ଶିବଙ୍କ ନିକଟରେ ଜଳଲାଗି କରି ଏସ୍‌ୟୁଭିରେ କିଛି କାଉଡିଆ ସିକ୍କିମ ଯାଇଉଥିଲେ। ଅନ୍ୟପଟେ ବାଗଡୋଗରା ରିଜର୍ଭ […]

୬ କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଏସ୍‌ୟୁଭି

କୋଲକାତା : ଶ୍ରାବଣ ମାସ ଶେଷ ସୋମବାରରେ ଅଘଟଣ ଘଟିଯାଇଛି। ମହାଦେବଙ୍କ ମଥାରେ ଜଳଲାଗି ପାଇଁ ଯାଉଥିବା କାଉଡ଼ିଆଙ୍କ ଉପରେ ଏସ୍‌ୟୁଭି ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଯ‌ାଇଛି। ପଶ୍ଚିମବଙ୍ଗର ବାଗଡୋଗରା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସୂଚନା ମୁତାବକ, ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା ଯୋଗୁ ବାବାଧାମରେ ଭଗବାନ ଶିବଙ୍କ ନିକଟରେ ଜଳଲାଗି କରି ଏସ୍‌ୟୁଭିରେ କିଛି କାଉଡିଆ ସିକ୍କିମ ଯାଇଉଥିଲେ। ଅନ୍ୟପଟେ ବାଗଡୋଗରା ରିଜର୍ଭ ଫରେଷ୍ଟ ସ୍ଥିତ ଜଙ୍ଗଲି ବାବା ମନ୍ଦିର ଆଡକୁ ଚାଲି ଚାଲି କିଛି କାଉଡିଆ ଜଳ ନେଇ ଯାଉଥିଲେ। ଏହି ସମୟରେ ଉକ୍ତ ଏସ୍‌ୟୁଭି ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା କାଉଡିଆଙ୍କୁ ଦଳି ଦେଇ ରାସ୍ତାକଡକୁ ଓଲଟି ପଡିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି। ସେହିପରି ଏସ୍‌ୟୁଭିରେ ଥିବା ସମସ୍ତ କାଉଡିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଫନ୍‌ସିଦେବା ଦାନାଗଞ୍ଜ ଅଞ୍ଚଳର ବୋଲି ଜଣାପଡିଛି ।