ଟିକା ନେବାପରେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ଉଦଳା: ଚିକିତ୍ସା ଅବହେଳାରୁ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ । ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶିଶୁକନ୍ୟାର ମୃତଦେହ ରଖି ଧାରଣାରେ ବସିଛନ୍ତି ବାପା-ମାଆ। ମୟୂରଭଞ୍ଜ ଜିଲା ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି । ଅଙ୍ଗନବାଡି କେନ୍ଦ୍ରରେ ଟିକା ନେବାପାରେ ୫ ମାସର ଶିଶୁ କନ୍ୟା ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉଦଳା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାନୁସାରେ, […]

ଟିକା ନେବାପରେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ
ଟିକା ନେବାପରେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ଉଦଳା: ଚିକିତ୍ସା ଅବହେଳାରୁ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ । ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶିଶୁକନ୍ୟାର ମୃତଦେହ ରଖି ଧାରଣାରେ ବସିଛନ୍ତି ବାପା-ମାଆ। ମୟୂରଭଞ୍ଜ ଜିଲା ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି । ଅଙ୍ଗନବାଡି କେନ୍ଦ୍ରରେ ଟିକା ନେବାପାରେ ୫ ମାସର ଶିଶୁ କନ୍ୟା ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉଦଳା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଗତକାଲି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଦେବାନବାହାଳି ଗ୍ରାମର ମଧୁସୂଧନ ରାଉତଙ୍କ ୫ ମାସର ଶିଶୁ କନ୍ୟା ଅଙ୍ଗନବାଡି କେନ୍ଦ୍ରରେ ଟିକା ନେଇଥିଲେ। ଟିକା ନେବା ପରେ ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ଦ୍ୱାରା ଉଦଳା ଉପଖଣ୍ଡ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତରଙ୍କୁ ଦେଖାଇ ଶିଶୁ ୱାର୍ଡରେ ପିଲାଟିକୁ ଭର୍ତି କରିଥିଲେ । କିନ୍ତୁ ୱାର୍ଡରେ ନର୍ସଙ୍କର ଦେଖା ନମିଳିବାରୁ ଚିକିତ୍ସା ଅବହେଳାରୁ ଶେଷରେ ଶିଶୁକନ୍ୟାଟି ଆଖିବୁଜିଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳାରୁ ନିଜ ପିଲାକୁ ହରାଇଥିବାରୁ ପ୍ରତିବାଦରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପ୍ରତିବାଦରେ ବସିଥିଲେ ପରିବାର ଲୋକେ । ଏହି ଘଟଣାରେ ଆଜି ସକାଳେ ସିଡିଏମ୍‌ଓ ଅଭୟ ଦାସ ପହଞ୍ଚି ମୃତ ଶିଶୁଟିର ବାପାମା’ଙ୍କୁ ବୁଝାଇବା ପରେ ସେମାନେ ନିଜ ଘରକୁ ଚାଲି ଯାଇଥିବା ଜଣାଯାଇଛି ।