ଜାପାନ ପରେ ଥରିଲା ମ୍ୟାନମାର
ନ୍ୟାପିଦ,୨।୧: ଜାପାନରେ ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଅନୁଭୂତ ହୋଇଥିବା ଖବର ଏବେ ଚର୍ଚ୍ଚାରେ ଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଥିବା ଖବର ମିଳିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୪.୩ ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜାନୁଆରୀ ୨ ରେ ମ୍ୟାନମାରରେ ୩ଟା୧୫ ମିନିଟ ୫୩ସେକେଣ୍ଡରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୮୫ କିଲୋମିଟର ତଳେ ଥିଲା। ସୋମବାର, […] The post ଜାପାନ ପରେ ଥରିଲା ମ୍ୟାନମାର appeared first on Dharitri Odia News.
ନ୍ୟାପିଦ,୨।୧: ଜାପାନରେ ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଅନୁଭୂତ ହୋଇଥିବା ଖବର ଏବେ ଚର୍ଚ୍ଚାରେ ଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଥିବା ଖବର ମିଳିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୪.୩ ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜାନୁଆରୀ ୨ ରେ ମ୍ୟାନମାରରେ ୩ଟା୧୫ ମିନିଟ ୫୩ସେକେଣ୍ଡରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୮୫ କିଲୋମିଟର ତଳେ ଥିଲା।
ସୋମବାର, ନୂଆ ବର୍ଷରେ ଜାପାନରେ ୧୫୫ ରୁ ଅଧିକ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। ଜାପାନରେ ଭୂକମ୍ପ ଯୋଗୁଁ ୮ ଜଣଙ୍କର ମତ୍ୟୁ ଘଟିଛି। ଆଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସ୍ଥାନୀୟ ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି।
The post ଜାପାନ ପରେ ଥରିଲା ମ୍ୟାନମାର appeared first on Dharitri Odia News.