ଜାପାନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରିଲେ ଜୁନିୟର ଏନ୍‌ଟିଆର୍‌, ଆଶ୍ୱସ୍ତ ହେଲେ ପ୍ରଶଂସକ

ବମ୍ବେ: ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ ମୃତ୍ୟୁ ଘଟିିଥିବା ଖବର ଆସିଥିଲା। ଏହାପରେ ଅଭିନେତାଙ୍କ ପ୍ରଶଂସକଙ୍କ ସହ ପରିବାରଲୋକେ ଚିନ୍ତା ପ୍ରକଟ କରିଥିଲେ। ହେଲେ ଏବେ ସେ ସୁରକ୍ଷିତ ଭାବେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ସେ ‘ଏକ୍ସ’ରେ ପୋଷ୍ଟ କରି […] The post ଜାପାନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରିଲେ ଜୁନିୟର ଏନ୍‌ଟିଆର୍‌, ଆଶ୍ୱସ୍ତ ହେଲେ ପ୍ରଶଂସକ appeared first on Dharitri Odia News.

ଜାପାନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରିଲେ ଜୁନିୟର ଏନ୍‌ଟିଆର୍‌, ଆଶ୍ୱସ୍ତ ହେଲେ ପ୍ରଶଂସକ

ବମ୍ବେ: ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ ମୃତ୍ୟୁ ଘଟିିଥିବା ଖବର ଆସିଥିଲା। ଏହାପରେ ଅଭିନେତାଙ୍କ ପ୍ରଶଂସକଙ୍କ ସହ ପରିବାରଲୋକେ ଚିନ୍ତା ପ୍ରକଟ କରିଥିଲେ। ହେଲେ ଏବେ ସେ ସୁରକ୍ଷିତ ଭାବେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ସେ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଅଭିନେତା ପୋଷ୍ଟରେ ଲେଖିଛନ୍ତି, ‘ଆଜି ଜାପାନରୁ ଘରକୁ ଫେରିଛି। ହେଲେ ଭୂକମ୍ପ ଝଟ୍‌କା ମନ ବିଚଳିତ ଅଛି। ଗତ ସପ୍ତାହ ସେଠାରେ ବିତାଇଥିଲି। ଏଥିରେ ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କ ପ୍ରତି ସମବେଦନା ଜଣାଉଛି। ଆହତ ହୋଇଥିବା ଲୋକେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରୁଛି। ମଜଭୂତ ହୁଅ, ଜାପାନ।’