ଜାବରା ସେତୁରେ ଲହଡ଼ି ମାରୁଛି ବର୍ଷାଜଳ

ଜେନାପୁର,୩।୭(ଅଶୋକ ଦାସ):ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରି ସେହି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା ଲାଗି ବିଭିନ୍ନ ନଦୀ ନାଳ ଉପରେ ସେତୁ ନିର୍ମାଣ କରଯାଇଛି। ଏଥିପାଇଁ ରାଜ୍ୟ ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ ହୋଇପାରୁ ନାହିଁ। ଏଭଳି ଏକ ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅଧୀନ ଜେନାପୁର ଜାବରା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହୋଇଥିବା […] The post ଜାବରା ସେତୁରେ ଲହଡ଼ି ମାରୁଛି ବର୍ଷାଜଳ appeared first on Dharitri Odia News.

ଜାବରା ସେତୁରେ ଲହଡ଼ି ମାରୁଛି ବର୍ଷାଜଳ

ଜେନାପୁର,୩।୭(ଅଶୋକ ଦାସ):ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରି ସେହି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା ଲାଗି ବିଭିନ୍ନ ନଦୀ ନାଳ ଉପରେ ସେତୁ ନିର୍ମାଣ କରଯାଇଛି। ଏଥିପାଇଁ ରାଜ୍ୟ ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ ହୋଇପାରୁ ନାହିଁ। ଏଭଳି ଏକ ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅଧୀନ ଜେନାପୁର ଜାବରା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁରେ ଦେଖିବାକୁ ମିଳିଛି। ସେତୁ ଉପରେ ବର୍ଷା ପାଣି ଜମି ରହୁଛି। ଫଳରେ ଯାତାୟତ କରିବାରେ ବାଧା ସୃଷ୍ଟି ହେଉଛି। ଉକ୍ତ ସେତୁ ଉପରେ ପ୍ରତିଦିନ ସ୍ଥାନୀୟ ଲୋକମାନେ ନିର୍ଭର କରିଥାଆନ୍ତି। ବ୍ୟବସାୟୀ , ରୋଗୀ , ସ୍କୁଲ କଲେଜର ଛାତ୍ରୀଛାତ୍ର ଯାତାୟାତ କରିଥାନ୍ତି। ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସେତୁ ଉପରେ ପାଣି ଜମି ରହୁଛି ବୋଲି ଅଭିଯୋଗ ହୋଇଛି। ସେତୁ ନିର୍ମାଣ କାମ ନିମ୍ନମାନର ହୋଇଛି। ଅସରାଏ ବର୍ଷା ହେଲେ ପ୍ରାୟ ୧ ଫୁଟ୍‌ ଉଚ୍ଚର ପାଣି ସେତୁ ଉପରେ ଲହଡ଼ି ଭାଙ୍ଗୁଛି। ଜଳ ନିଷ୍କାସନର ବ୍ୟବସ୍ଥା ହୋଇ ନ ଥିବାରୁ ଜମି ରହିଥିବା ପାଣି ସେତୁର କ୍ଷତି କରି ଚାଲିଛି। ଏବେ ଜଏଣ୍ଟ ପ୍ଲେଟ ନିକଟରୁ ଢଳାଇ ଉଠିଯାଇ ରଡ ଦେଖା ଗଲାଣି। ସେତୁର ବିଭିନ୍ନ ସ୍ଥାନରେ ଗାତ ସୃଷ୍ଟି ହୋଇଛି। ଫଳରେ ରାତିରେ ଲୋକମାନେ ସେହି ସେତୁ ଉପରେ ଯାତାୟତ କରିବାକୁ ଭୟ କରୁଛନ୍ତି। ଏମିତି କି କେତେକ ସ୍ଥାନରେ ଢଳାଇ ଦବିଯାଇଛି। ପୋଲର ଦୁଇ ପାର୍ଶ୍ୱରେ ରହିଥିବା ସୁରକ୍ଷା ବାଡକୁ କେହି କାଟି ନେଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ଅଧିକାଂଶ ସମୟରେ ଗାଡ଼ି ଚାଳକମାନେ ଭାରସାମ୍ୟ ହରାଇବା ଦୁର୍ଘଟଣାର ସମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।

The post ଜାବରା ସେତୁରେ ଲହଡ଼ି ମାରୁଛି ବର୍ଷାଜଳ appeared first on Dharitri Odia News.