ଜାହାଜରେ ନିର୍ବାସିତ ଭଳି ଦଣ୍ଡ ଭୋଗୁଛନ୍ତି ୨୧ ନାବିକ

ପାରାଦୀପ,୨୭ା୬(ଶରତ ରାଉତ)ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ୨୦୨୩ ନଭେମ୍ବର ୩୦ରେ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ହୋଇଥିଲା। ଏମ୍‌.ଭି. ଦେବୀ ନାମକ ଜାହାଜରେ ଥିବା କ୍ରେନ୍‌ କ୍ୟାବିନ ମଧ୍ୟରେ ୨୨ ପ୍ୟାକେଟ କୋକେନ୍‌ ଥିଲା। ପ୍ରଥମେ ଅପରେଟର ଦେଖି କ୍ୟାପ୍‌ଟେନକୁ ଖବର ଦେଇଥିଲେ। ପରେ ପୋଲିସ ଓ ସିଆଇଏସ୍‌ଏଫ୍‌ ଯାଇ ଯାଞ୍ଚ କରିଥିଲେ। ସେହି କୋକେନ୍‌କୁ କଷ୍ଟମ୍ସ ବିଭାଗ ଜବତ କରିଥିଲା। ଜାହାଜକୁ ୭ ମାସ ହେଲା ସମୁଦ୍ର ଆଙ୍କରେଜ ଏରିଆରେ ଅଟକ ରଖାଯାଇଛି। ହେଲେ […] The post ଜାହାଜରେ ନିର୍ବାସିତ ଭଳି ଦଣ୍ଡ ଭୋଗୁଛନ୍ତି ୨୧ ନାବିକ appeared first on Dharitri Odia News.

ଜାହାଜରେ ନିର୍ବାସିତ ଭଳି ଦଣ୍ଡ ଭୋଗୁଛନ୍ତି ୨୧ ନାବିକ

ପାରାଦୀପ,୨୭ା୬(ଶରତ ରାଉତ)ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ୨୦୨୩ ନଭେମ୍ବର ୩୦ରେ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ହୋଇଥିଲା। ଏମ୍‌.ଭି. ଦେବୀ ନାମକ ଜାହାଜରେ ଥିବା କ୍ରେନ୍‌ କ୍ୟାବିନ ମଧ୍ୟରେ ୨୨ ପ୍ୟାକେଟ କୋକେନ୍‌ ଥିଲା। ପ୍ରଥମେ ଅପରେଟର ଦେଖି କ୍ୟାପ୍‌ଟେନକୁ ଖବର ଦେଇଥିଲେ। ପରେ ପୋଲିସ ଓ ସିଆଇଏସ୍‌ଏଫ୍‌ ଯାଇ ଯାଞ୍ଚ କରିଥିଲେ। ସେହି କୋକେନ୍‌କୁ କଷ୍ଟମ୍ସ ବିଭାଗ ଜବତ କରିଥିଲା। ଜାହାଜକୁ ୭ ମାସ ହେଲା ସମୁଦ୍ର ଆଙ୍କରେଜ ଏରିଆରେ ଅଟକ ରଖାଯାଇଛି। ହେଲେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ। ନାବିକମାନଙ୍କ ମୋବାଇଲ ଫୋନକୁ ନିଆଯାଇଛି। ଜାହାଜରେ ଇଣ୍ଟରନେଟ୍‌ କନେକ୍‌ସନ ଦିଆଯାଇନାହିଁ। ଫଳରେ ଜାହାଜରେ ଥିବା ୨୧ ଜଣ ଭିଏଟ୍‌ନାମ ନାବିକ ସମୁଦ୍ର ମଧ୍ୟରେ ନିର୍ବାସିତ ଭଳି ଦଣ୍ଡ ଭୋଗୁଛନ୍ତି।
ଉକ୍ତ ଘଟଣା ପରଠାରୁ ଏପର୍ଯ୍ୟନ୍ତ ଅନେକ ଏଜେନ୍ସି ପକ୍ଷରୁ ଯାଞ୍ଚ କରାଗଲାଣି। କୁଜଙ୍ଗ ପ୍ରଥମ ଶ୍ରେଣୀ ଅଦାଲତ ଓ ହାଇକୋର୍ଟରେ ମାମଲା ହୋଇଛି। କିନ୍ତୁ ଉକ୍ତ ଜାହାଜରେ କିଏ ଏପରି କୋକେନ୍‌ ଆଣିଥିଲା ଏବଂ ପାରାଦୀପରେ କିଏ ନେଇଥାନ୍ତା ତାହା ଜଣାପଡ଼ିନାହିଁ। ଜାହାଜ କିଛିଦିନ ପିଆଇସିଟି ବର୍ଥରେ ରହିଥିଲା। ସେଠାରେ ଜାହାଜ ରହିବା ଦ୍ୱାରା ବର୍ଥ ଭଡ଼ା ଅଧିକ ହେବାରୁ ଜାହାଜ ସମୁଦ୍ରର ଆଙ୍କରେଜ ଏରିଆରେ ରହିଛି। ସେହି ଜାହାଜ ମଧ୍ୟରେ ନାବିକମାନେ ରହିଛନ୍ତି। ନାବିକମାନଙ୍କ ଖାଇବା ଖର୍ଚ୍ଚ ଦେବୀ ଜାହାଜ ମାଲିକଙ୍କ ପକ୍ଷରୁ ଦିଆଯାଉଛି। ଏକ ଶିପିଂ କମ୍ପାନୀ (ସି ଫର୍ଟ ଶିପିଂ ଏଜେନ୍ସି ପ୍ରାଇଭେଟ ଲିମିଟେଡ଼) ଜରିଆରେ ଆନୁଷଙ୍ଗିକ ଖାଦ୍ୟ ସାମଗ୍ରୀ ଦିଆଯାଉଛି। ନାବିକମାନେ ଦୀର୍ଘ ସମୟ ଜାହାଜ ମଧ୍ୟରେ ରହିବା ଦ୍ୱାରା ସେମାନଙ୍କ ମଧ୍ୟରେ ଚିଡିଚିଡା ଭାବ ସୃଷ୍ଟି ହୋଇଥିବା ଜଣାପଡିଛି। କାରଣ ମାର୍ଚ୍ଚ ମାସରେ ଜଣେ ନାବିକ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଭଲ ହେବା ପରେ ଏବେ ସେହି ଜାହାଜ ମଧ୍ୟରେ ତାଙ୍କୁ ରଖାଯାଇଛି। ଫୋନରେ କଥା ହେବାକୁ ହେଲେ କଷ୍ଟମ୍ସ କ୍ଲିୟରାନ୍ସ ଦରକାର। କଷ୍ଟମ୍ସ ପକ୍ଷରୁ ଜବତ ପରେ କେବଳ ଥରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ତା’ ପରଠାରୁ ଆଉ କୌଣସି ସୂଚନା ମିଳିନାହିଁ। ଯେଉଁ ଅଫିସର ତଦନ୍ତରେ ଥିଲେ, ସେମାନଙ୍କୁ ପଚାରିଲେ କିଛି ଉତ୍ତର ମିଳୁନାହିଁ। କେତେକ ବଦଳି ହୋଇ ଗଲେଣି କହି ଏଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ମେ’ ୧୨ ତାରିଖରେ ଜାହାଜ କିଛି ସମୟ ପାଇଁ ବର୍ଥକୁ ଆସିଥିଲା। ତା’ପରଠାରୁ ସେମିତି ସମୁଦ୍ର ଆଙ୍କରେଜ୍‌ରେ ରହିଛି।

The post ଜାହାଜରେ ନିର୍ବାସିତ ଭଳି ଦଣ୍ଡ ଭୋଗୁଛନ୍ତି ୨୧ ନାବିକ appeared first on Dharitri Odia News.