ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ : ପାଣିପାଗ ବିଭାଗର ପୂର୍ବାନୁମାନ, ଆହୁରି ୨୪ ଘଣ୍ଟା ଲାଗିରହିବ ଶୀତ ଲହରୀ

କନକବ୍ୟୁରୋ : ଶୀତରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା ରହିଥିବା ବେଳେ ରାଜ୍ୟରେ ଆହୁରି ୨୪ ଘଣ୍ଟା ଯାଏ ଲାଗିରହିବ ଶୀତ ଲହରୀ ବା କୋଲଡ ୱେବ ଚେତାବନୀ । ତେଣୁ  ଆସନ୍ତାକାଲି ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣ ରୁ ଉପକୂଳ । ଆସନ୍ତା ୨୪ ଘଣ୍ଟାାରେ  ଝାରସୁଗୁଡା,ଅନୁଗୁଳ, ଜଗତସିଂହପୁର  ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।  ଏହାସହ ଆହୁରି ଦୁଇଦିନ ଯାଏ ଘନ  କୁହୁଡି ଦୃଶ୍ୟମାନ ର ଚେତାବନୀ  ବିଭାଗ  ଦେଇଥିବା ବେଳେ ଆସନ୍ତା ୨୪ ଘଂଟାରେ କୋରାପୁଟ ଓ କନ୍ଧମାଳ ରେ  ଗୋଟିଏ  ଦୁଇଟି  ସ୍ଥାନରେ  ହାଲୁକରୁ  ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ ଘନ କୁହୁଡିର ସମ୍ଭାବନାକୁ ନେଇ କୋରାପୁଟ ଓ କନ୍ଧମାଳ  ଜିଲ୍ଲାରେ ରେ ୟେଲୋ  ବର୍ଣ୍ଣିଙ୍ଗ  ଜାରି ଜରାଯାଇଛି। ସେପଟେ  ଆଗାମୀ ୨୪ ଘଣ୍ଟା ପାଇଁ  ସର୍ବନିମ୍ନ ତାପମାତ୍ରାରେ  ପରିବର୍ତନ ହେବାର ନାହିଁ ଆସନ୍ତାକାଲି ପରଠାରୁ ୩ ରୁ ୫ ଡିଗ୍ରୀ  ତାପମାତ୍ରା ବୃଦ୍ଧି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗର ରେ ସକ୍ରିୟ ରହିଛି ଲଘୁଚାପ। ଯଦିଓ  ଓଡିଶା  ଉପରେ ଏହାର ସିଧାସଳଖ ପ୍ରବାଭ ନାହିଁ କିନ୍ତୁ ଏହାର ପ୍ରଭାବରେ ୧୭ ତାରିଖରୁ  ମେଘୁଆ ପାଗ  ସହ ବର୍ଷା ସମ୍ଭାବନା ଦେ

ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ : ପାଣିପାଗ ବିଭାଗର ପୂର୍ବାନୁମାନ, ଆହୁରି ୨୪ ଘଣ୍ଟା ଲାଗିରହିବ ଶୀତ ଲହରୀ

କନକବ୍ୟୁରୋ : ଶୀତରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା ରହିଥିବା ବେଳେ ରାଜ୍ୟରେ ଆହୁରି ୨୪ ଘଣ୍ଟା ଯାଏ ଲାଗିରହିବ ଶୀତ ଲହରୀ ବା କୋଲଡ ୱେବ ଚେତାବନୀ । ତେଣୁ  ଆସନ୍ତାକାଲି ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣ ରୁ ଉପକୂଳ ।

ଆସନ୍ତା ୨୪ ଘଣ୍ଟାାରେ  ଝାରସୁଗୁଡା,ଅନୁଗୁଳ, ଜଗତସିଂହପୁର  ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।  ଏହାସହ ଆହୁରି ଦୁଇଦିନ ଯାଏ ଘନ  କୁହୁଡି ଦୃଶ୍ୟମାନ ର ଚେତାବନୀ  ବିଭାଗ  ଦେଇଥିବା 
ବେଳେ ଆସନ୍ତା ୨୪ ଘଂଟାରେ କୋରାପୁଟ ଓ କନ୍ଧମାଳ ରେ  ଗୋଟିଏ  ଦୁଇଟି  ସ୍ଥାନରେ  ହାଲୁକରୁ  ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକାଲି ମଧ୍ୟ ଘନ କୁହୁଡିର ସମ୍ଭାବନାକୁ ନେଇ କୋରାପୁଟ ଓ କନ୍ଧମାଳ  ଜିଲ୍ଲାରେ ରେ ୟେଲୋ  ବର୍ଣ୍ଣିଙ୍ଗ  ଜାରି ଜରାଯାଇଛି। ସେପଟେ  ଆଗାମୀ ୨୪ ଘଣ୍ଟା ପାଇଁ  ସର୍ବନିମ୍ନ ତାପମାତ୍ରାରେ  ପରିବର୍ତନ ହେବାର ନାହିଁ ଆସନ୍ତାକାଲି ପରଠାରୁ ୩ ରୁ ୫ ଡିଗ୍ରୀ  ତାପମାତ୍ରା ବୃଦ୍ଧି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗର ରେ ସକ୍ରିୟ ରହିଛି ଲଘୁଚାପ। ଯଦିଓ  ଓଡିଶା  ଉପରେ ଏହାର ସିଧାସଳଖ ପ୍ରବାଭ ନାହିଁ କିନ୍ତୁ ଏହାର ପ୍ରଭାବରେ ୧୭ ତାରିଖରୁ  ମେଘୁଆ ପାଗ  ସହ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ୧୭ ତାରିଖରେ  ଗଜପତି , ଗଂଜାମ, ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।

ସେହିପରି ୧୮ ତାରିଖରେ  ଗଜପତି ,ଗଂଜାମ ,ପୁରୀ ଜିଲ୍ଲା ଏବଂ ୧୯ ତାରିଖରେ ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା  ଗଂଜାମ, ଗଜପତି, ରାୟଗଡା ନବରଙ୍ଗପୁର ,କୋରାପୁଟ, ମାଲକାନଗିରି,  ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପରେ ୨୧ ତାରିଖ ପରଠୁ ପାଗରେ ଶୁଖିଲା ଆସିବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ।

ଅନ୍ୟପଟେ ଗତ ୨୪ ଘଂଟାରେ ସର୍ବନିମ୍ନ ତାପମାତ୍ରା  ରାଉରକେଲାରେ ୫.୭  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାହାଡିଆ ଅଂଚଳରେ  ସର୍ବନିମ୍ନ  ତାପମାତ୍ରା ଜି ଉଦୟଗିରିରେ ୪.୮  ଡିଗ୍ରୀ ସେଲସିୟସ ରହିଛି । ସେହିପରି ଭୁବନେଶ୍ଵରରେ ୧୦.୯ ଓ କଟକରେ ୧୧.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ସେହିପରି ଶିମିଳିଗୁଡ଼ାରେ ୫.୩ , ଫୁଲବାଣୀ ରେ ୭.୦, ଝାରସୁଗୁଡ଼ାରେ ୭.୧ ,ଦାରିଙ୍ଗିବାଡିରେ ୭.୫, ଭବାନୀପାଟଣାରେ ୭.୮ , ଅନୁଗୁଳ ରେ ୮.୦,କିରେଇ ରେ ୮.୩ , ଚିପିଲୀମାରେ  ୮.୪ କେନ୍ଦୁଝର ରେ ୮. ୮ ସୁନ୍ଦରଗଡରେ  ୯.୦, ଜଗତସିଂପୁର ରେ  ୯.୫ ଓ କୋରାପୁଟ ଓ ଢେଙ୍କାନାଳ  ରେ ୯.୬  ଡିଗ୍ରୀ ସେଲସିୟସ ସତବାଣୀମନ ତାପମାତ୍ରା ରେକର୍ଡ କରାଯାଇଛି  ।