ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): ବିଧାୟକ ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କୁ ପୁନର୍ବାର ବିଜେଡିର ପ୍ରାର୍ଥୀପତ୍ର ଘୋଷଣା କରିବା ପରେ ଦାରିଙ୍ଗବାଡ଼ିଠାରେ ବିଜୁ ଜନତା ଦଳ ସମେତ ବିଭିନ୍ନ ପୂଜା କମିଟି ସମେତ ହୋଟେଲ ସଙ୍ଘ, ବଣିକ ସଙ୍ଘ ଓ ଦଳୀୟ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଶୋଭାଯାତ୍ରାରେ ଦାରିଙ୍ଗବାଡ଼ି ସହର ପରିକ୍ରମା କରାଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ସନ୍ତୋଷ ବିଶୋଇ, ନୀଳମାଧବ ସାହୁ, ଦୀପକ ସାହୁ, […] The post ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ appeared first on Dharitri Odia News.

ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): ବିଧାୟକ ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କୁ ପୁନର୍ବାର ବିଜେଡିର ପ୍ରାର୍ଥୀପତ୍ର ଘୋଷଣା କରିବା ପରେ ଦାରିଙ୍ଗବାଡ଼ିଠାରେ ବିଜୁ ଜନତା ଦଳ ସମେତ ବିଭିନ୍ନ ପୂଜା କମିଟି ସମେତ ହୋଟେଲ ସଙ୍ଘ, ବଣିକ ସଙ୍ଘ ଓ ଦଳୀୟ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଶୋଭାଯାତ୍ରାରେ ଦାରିଙ୍ଗବାଡ଼ି ସହର ପରିକ୍ରମା କରାଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ସନ୍ତୋଷ ବିଶୋଇ, ନୀଳମାଧବ ସାହୁ, ଦୀପକ ସାହୁ, ବଣିକ ସଙ୍ଘର ଲଡ଼ୁକିଶୋର ସାହୁ, ଦିଲୀପ ସାହୁ, ସରୋଜ ସାହୁ, ପ୍ଳିହେରି ସରପଞ୍ଚ ପାଉଲ ପ୍ରଧାନ, ଜ୍ୟୋତିରାଜ ପ୍ରଧାନ, ରାଜେନ୍ଦ୍ର ସାହୁଙ୍କ ସମେତ ଶତାଧିକ ଲୋକ ତାଙ୍କୁ ସ୍ବାଗତ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ସାଲୁଗାଙ୍କୁ ଭରସା କରିଥିବାରୁ ଅଞ୍ଚଳବାସୀ ଓ ବିଧାୟକପ୍ରାର୍ଥୀ ସାଲୁଗା ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ବିପୁଳ ଭୋଟରେ ବିଜୟ କରିବୁ ବୋଲି ସାଲୁଗା ମତ ପ୍ରକାଶ କରିଛନ୍ତି।

The post ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ appeared first on Dharitri Odia News.