ଜିଏସ୍ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ, ୫ଟି ସ୍ଥାନରେ ଏକକାଳୀନ ଚଢାଉ
ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି। ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍କୁ ଅନ୍ୟତ୍ର ବିକ୍ରି କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୫.୮୫ ଲକ୍ଷ ରାଜସ୍ବ ହେରଫେର କରିଥିବା ଜଣାପଡ଼ିବାରୁ ରେଡ୍ ହୋଇଛି। ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବିନୟ ଭୂଷଣଙ୍କର ଭୁବନେଶ୍ୱର ୟୁନିଟ ୨ରେ ଥିବା […] The post ଜିଏସ୍ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ, ୫ଟି ସ୍ଥାନରେ ଏକକାଳୀନ ଚଢାଉ appeared first on Dharitri Odia News.
ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି। ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍କୁ ଅନ୍ୟତ୍ର ବିକ୍ରି କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୫.୮୫ ଲକ୍ଷ ରାଜସ୍ବ ହେରଫେର କରିଥିବା ଜଣାପଡ଼ିବାରୁ ରେଡ୍ ହୋଇଛି। ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।
ବିନୟ ଭୂଷଣଙ୍କର ଭୁବନେଶ୍ୱର ୟୁନିଟ ୨ରେ ଥିବା କ୍ୱାର୍ଟର୍ସ ଓ ଖୋର୍ଦ୍ଧାରେ ଥିବା ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢାଉ ଚାଲିଛି। କଟକ ଭିଜିଲାନ୍ସ ଡିଭଜନ ପକ୍ଷରୁ ଏହି ଚଢାଉ କରାଯାଇଛି। ଏହି ସମୟରେ ବିଭିନ୍ନ କମ୍ପାନୀର କିଛି ଡକ୍ୟୁମେଣ୍ଟ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି।
The post ଜିଏସ୍ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ, ୫ଟି ସ୍ଥାନରେ ଏକକାଳୀନ ଚଢାଉ appeared first on Dharitri Odia News.