ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି

ନୂଆଦିଲ୍ଲୀ,୨୩।୫: ଜୁନ ୪ରେ ଲୋକ ସଭା ନିର୍ବାଚନ ଫଳାଫଳ ଦିନ ଷ୍ଟକ ମାର୍କେଟରେ କ’ଣ ହେବ, ଷ୍ଟକ ମାର୍କେଟ ନୂଆ ଶିଖରକୁ ଛୁଇଁବ ନା ବଜାର ହ୍ରାସ ପାଇବ। ଏହି ପ୍ରଶ୍ନ ଗତ କିଛି ଦିନ ହେବ ପ୍ରତ୍ୟେକ ସାଧାରଣ ନିବେଶକଙ୍କ ମନରେ ଚାଲିଆସୁଛି। ଏହାପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ସେୟାର କିଣ ଏବଂ ରଖ, ବଜାର ବୃଦ୍ଧି ପାଇବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନିଜେ ଷ୍ଟକ ମାର୍କେଟ ବିଷୟରେ କିଛି ବଡ କଥା କହିଛନ୍ତି। […] The post ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି appeared first on Dharitri Odia News.

ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି

ନୂଆଦିଲ୍ଲୀ,୨୩।୫: ଜୁନ ୪ରେ ଲୋକ ସଭା ନିର୍ବାଚନ ଫଳାଫଳ ଦିନ ଷ୍ଟକ ମାର୍କେଟରେ କ’ଣ ହେବ, ଷ୍ଟକ ମାର୍କେଟ ନୂଆ ଶିଖରକୁ ଛୁଇଁବ ନା ବଜାର ହ୍ରାସ ପାଇବ। ଏହି ପ୍ରଶ୍ନ ଗତ କିଛି ଦିନ ହେବ ପ୍ରତ୍ୟେକ ସାଧାରଣ ନିବେଶକଙ୍କ ମନରେ ଚାଲିଆସୁଛି। ଏହାପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ସେୟାର କିଣ ଏବଂ ରଖ, ବଜାର ବୃଦ୍ଧି ପାଇବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନିଜେ ଷ୍ଟକ ମାର୍କେଟ ବିଷୟରେ କିଛି ବଡ କଥା କହିଛନ୍ତି। ଇଟିକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ ନିର୍ବାଚନ ପୂର୍ବ ରାଲିରେ ଭାରତୀୟ ବଜାରର ବଜାର କ୍ୟାପ ପ୍ରାୟ ୫ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହା ପରେ, ଜୁନ୪ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବଜାର ନୂତନ ଶିଖରକୁ ଛୁଇଁବ।
କିଛି ସମୟ ପାଇଁ ଶେୟାର ବଜାରରେ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜର ମତ ରଖିଥିଲେ। ସେ କହିଛନ୍ତି, ଆମେ କାର୍ଯ୍ୟକାରୀ କରିଥିବା ବଜାର ସମର୍ଥିତ ସଂସ୍କାର ବିଷୟରେ ନିବେଶକମାନେ ଭଲ ଭାବରେ ଜାଣିଛନ୍ତି। ଏହି ସଂସ୍କାରଗୁଡିକ ଏକ ଶକ୍ତିଶାଳୀ ଏବଂ ସ୍ବଚ୍ଛ ଆର୍ଥିକ ଇକୋସିଷ୍ଟମ ସୃଷ୍ଟି କରିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଷ୍ଟକ ମାର୍କେଟରେ ଅଂଶଗ୍ରହଣ କରିବା ସହଜ କରିଥାଏ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆତ୍ମବିଶ୍ୱାସରେ କହିପାରିବି ଯେ, ଜୁନ ୪ରେ ଭାଜପା ରେକର୍ଡ ସଂଖ୍ୟା ପହଞ୍ଚିବା ମାତ୍ରେ ଷ୍ଟକ ମାର୍କେଟ ମଧ୍ୟ ନୂଆ ରେକର୍ଡରେ ପହଞ୍ଚିବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେତେବେଳେ ସେ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସେନସେକ୍ସ ୨୫,୦୦୦ ମାର୍କ ଅତିକ୍ରମ କରିଥିଲା ଏବଂ ବର୍ତ୍ତମାନ ଏହା ପାଖାପାଖି ୭୫,୦୦୦ରେ ପହଞ୍ଚିଛି, ଅର୍ଥାତ୍‌ ୧୦ ବର୍ଷ ମଧ୍ୟରେ ସେନ୍ସେକ୍ସ ତିନିଥର ବୃଦ୍ଧି ପାଇଛି। ଏହା ସ୍ପଷ୍ଟ କରେ ଯେ ଗତ ଦଶନ୍ଧି ଧରି ଶେୟାର ବଜାରରେ ଭାଜପା ସରକାର ଉପରେ ବିଶ୍ୱାସ ରହିଛି।

The post ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି appeared first on Dharitri Odia News.