ଜ୍ଞାନବାପୀ ପରେ ଏବେ ଭୋଜଶାଳାରେ ଏଏସ୍‌ଆଇର ସର୍ଭେ, ଜାଣନ୍ତୁ କ’ଣ ରହିଛି ପୁରୁଣା ବିବାଦ…

ଭୋପାଳ,୨୧ା୩: ମଧ୍ୟପ୍ରଦେଶ ନିକଟ ଭୋଜଶାଳାରେ ଏସ୍‌ଆଇ ଟିମ୍‌ ଆସନ୍ତାକାଲି ଅର୍ଥାତ୍‌ ୨୨ ତାରିଖରୁ ଏକ ସର୍ଭେ କରିବ। ଏହି ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ଫ୍ରଣ୍ଟ୍‌ ଫର୍‌ ଜଷ୍ଟିସ ଏହାର ଆବେଦନରେ ଦାବି କରିଛନ୍ତି ଯେ, ମୁସଲମାନମାନଙ୍କୁ ଭୋଜଶାଳାରେ ନମାଜ ପାଠ ବନ୍ଦ କରାଯାଉ ଏବଂ ହିନ୍ଦୁମାନଙ୍କୁ ନିୟମିତ ପୂଜା କରିବାର ଅଧିକାର ଦିଆଯାଉ। ଏହି ଆବେଦନରେ ମୁସଲମାନମାନଙ୍କୁ ଭୋଜଶାଳାରେ ନମାଜ ପାଠ କରିବାରୁ ବନ୍ଦ ରଖିବା ଏବଂ ହିନ୍ଦୁମାନଙ୍କୁ ନିୟମିତ ପୂଜା କରିବାର […] The post ଜ୍ଞାନବାପୀ ପରେ ଏବେ ଭୋଜଶାଳାରେ ଏଏସ୍‌ଆଇର ସର୍ଭେ, ଜାଣନ୍ତୁ କ’ଣ ରହିଛି ପୁରୁଣା ବିବାଦ… appeared first on Dharitri Odia News.

ଜ୍ଞାନବାପୀ ପରେ ଏବେ ଭୋଜଶାଳାରେ ଏଏସ୍‌ଆଇର ସର୍ଭେ, ଜାଣନ୍ତୁ କ’ଣ ରହିଛି ପୁରୁଣା ବିବାଦ…

ଭୋପାଳ,୨୧ା୩: ମଧ୍ୟପ୍ରଦେଶ ନିକଟ ଭୋଜଶାଳାରେ ଏସ୍‌ଆଇ ଟିମ୍‌ ଆସନ୍ତାକାଲି ଅର୍ଥାତ୍‌ ୨୨ ତାରିଖରୁ ଏକ ସର୍ଭେ କରିବ। ଏହି ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ଫ୍ରଣ୍ଟ୍‌ ଫର୍‌ ଜଷ୍ଟିସ ଏହାର ଆବେଦନରେ ଦାବି କରିଛନ୍ତି ଯେ, ମୁସଲମାନମାନଙ୍କୁ ଭୋଜଶାଳାରେ ନମାଜ ପାଠ ବନ୍ଦ କରାଯାଉ ଏବଂ ହିନ୍ଦୁମାନଙ୍କୁ ନିୟମିତ ପୂଜା କରିବାର ଅଧିକାର ଦିଆଯାଉ।

ज्ञानवापी के बाद अब एमपी के भोजशाला में ASI कल से शुरू करेगी सर्वे, जानिए क्या है सदियों पुराना विवाद

ଏହି ଆବେଦନରେ ମୁସଲମାନମାନଙ୍କୁ ଭୋଜଶାଳାରେ ନମାଜ ପାଠ କରିବାରୁ ବନ୍ଦ ରଖିବା ଏବଂ ହିନ୍ଦୁମାନଙ୍କୁ ନିୟମିତ ପୂଜା କରିବାର ଅଧିକାର ଦେବା ପାଇଁ ଦାବି କରାଯାଇଥିଲା। ଏହି ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏଏସ୍‌ଆଇକୁ ବୈଜ୍ଞାନିକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ସମସ୍ତ ପକ୍ଷର ଶୁଣାଣି ପରେ ହାଇକୋର୍ଟ ଫେବୃଆରୀରେ ଏହି ରାୟ ସଂରକ୍ଷିତ ରଖିଥିଲେ।

ଭୋଜଶାଳା ବିବାଦ ଶତାବ୍ଦୀ ପୁରୁଣା। ବାସ୍ତବରେ ହିନ୍ଦୁ ପକ୍ଷ କହିଛି ଯେ, ଏହା ହେଉଛି ଦେବୀ ସରସ୍ବତୀଙ୍କ ମନ୍ଦିର। ଶତାବ୍ଦୀ ପୂର୍ବରୁ ମୁସଲମାନମାନେ ଏହାର ପବିତ୍ରତାକୁ ଉଲ୍ଲଂଘନ କରି ଏଠାରେ ମୌଲାନା କମଲୁଦ୍ଦିନଙ୍କ ସମାଧି ନିର୍ମାଣ କରିଥିଲେ। ଆଜି ବି ସଂସ୍କୃତ ଭାଷାରେ ଲିଖିତ ଦେବତା ଏବଂ ଦେବୀଙ୍କ ଚିତ୍ର ଏବଂ ଶ୍ଳୋକଗୁଡ଼ିକ ଅଛି। ବ୍ରିଟିଶମାନେ ଭୋଜଶାଳାରେ ସ୍ଥାପିତ ଭାଗଦେବୀଙ୍କ ପ୍ରତିମାକୁ ଲଣ୍ଡନ ନେଇଯାଇଥିଲେ।

The post ଜ୍ଞାନବାପୀ ପରେ ଏବେ ଭୋଜଶାଳାରେ ଏଏସ୍‌ଆଇର ସର୍ଭେ, ଜାଣନ୍ତୁ କ’ଣ ରହିଛି ପୁରୁଣା ବିବାଦ… appeared first on Dharitri Odia News.