ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ସାମିଲ୍ ହେବାକୁ ନେଇ ବଡ଼ ବୟାନ ଦେଲେ ପାଇଲଟ, କହିଲେ ତାଙ୍କୁ ନିଜର…
ନୂଆଦିଲ୍ଲୀ,୪।୯: ନିକଟରେ କଂଗ୍ରେସ ନେତା ସଚିନ ପାଇଲଟ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଠାରେ ତାଙ୍କୁ ପଚରାଯାଇଥିଲା ଯେ ଆରପିଏନ ସିଂ, ଜିତିନ ପ୍ରସାଦ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଯୁବ ନେତାମାନେ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ। ଏହା ପରେ ସେମାନେ ଦଳରୁ ଅଲଗା ହୋଇଥିଲେ। ତେବେ କଂଗ୍ରେସ ନେତୃତ୍ୱ କ’ଣ ଏହାର ଯୁବ ନେତାଙ୍କୁ ସମ୍ଭାଳି ପାରୁନାହାନ୍ତି କି? ଏହି ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି, […] The post ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ସାମିଲ୍ ହେବାକୁ ନେଇ ବଡ଼ ବୟାନ ଦେଲେ ପାଇଲଟ, କହିଲେ ତାଙ୍କୁ ନିଜର… appeared first on Dharitri Odia News.
ନୂଆଦିଲ୍ଲୀ,୪।୯: ନିକଟରେ କଂଗ୍ରେସ ନେତା ସଚିନ ପାଇଲଟ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଠାରେ ତାଙ୍କୁ ପଚରାଯାଇଥିଲା ଯେ ଆରପିଏନ ସିଂ, ଜିତିନ ପ୍ରସାଦ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଯୁବ ନେତାମାନେ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ। ଏହା ପରେ ସେମାନେ ଦଳରୁ ଅଲଗା ହୋଇଥିଲେ। ତେବେ କଂଗ୍ରେସ ନେତୃତ୍ୱ କ’ଣ ଏହାର ଯୁବ ନେତାଙ୍କୁ ସମ୍ଭାଳି ପାରୁନାହାନ୍ତି କି?
ଏହି ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି, ସମସ୍ତଙ୍କୁ ନିଜର ନିଷ୍ପତ୍ତି ନେବାକୁ ସ୍ବାଧୀନତା ମିଳିଛି। ଅନେକ ଲୋକ ନିଜ ଯାତ୍ରା କୌଣସି ସ୍ଥାନରୁ ଆରମ୍ଭ କରି ଆଉ କୌଣସି ସ୍ଥାନରେ ଶେଷ ହୁଅନ୍ତି। ମୁଁ କଂଗ୍ରେସରୁ ଆରମ୍ଭ କରିଛି । ଆଉ ଏଠାରେ ହିଁ ଶେଷ କରିବି।
ସେ ଆହୁରି କହିଛନ୍ତି, ମୁଁ ବର୍ତ୍ତମାନ ୪୬ ବଷର ଅଟେ। ମୁଁ ପାର୍ଟିରୁ ବହୁତ କିଛି ହାସଲ କରିଛି । ବଡ଼ ବଡ଼ ପଦବୀ ଏବଂ ପୋଷ୍ଟ ସହିତ ଅନେକ ଲୋକ ଅଛନ୍ତି। ବର୍ତ୍ତମାନ ଦଳରେ ୭୦-୭୨ ମନ୍ତ୍ରୀ ଅଛନ୍ତି, କିନ୍ତୁ ଆପଣ ୨୫ଜଣଙ୍କ ନାଁ କୁହନ୍ତୁ। ଲୋକେ ସେହିମାନଙ୍କୁ କେବଳ ମନେ ରଖନ୍ତି ଯେଉଁମାନେ କଠିନ ପରିଶ୍ରମ କର ହୃଦୟ ଜିତନ୍ତି। ଜନତା ହିଁ ଗୋଟିଏ ନେତାର ଅସଲ ଶକ୍ତି ଅଟନ୍ତି। ଚେୟାର ଏବଂ ପଦବୀଗୁଡିକ କେବେ ନା କେବେ ଆସିବ।
ରାଜନୀତିରେ କାହା ଉପରେ ଅସନ୍ତୋଷ ହେବା ତାହା ପ୍ରସଙ୍ଗ ଉପରେ ଆଧାରିତ। ମୁଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉପରେ ରାଗିଥିଲି। ମୋ ନେତା ମୋର କଥା ଗ୍ରହଣ କରିଥିଲେ। ଯଦି ଆମେ ଦାବି କରୁଥିବା ଜିନିଷ ଉପରେ ଦଳ କାମ କରେ ତେବେ ଏଥିରୁ ପାର୍ଟିକୁ ହିଁ ଲାଭ ମିଳିବ। ଯେତେବେଳେ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ କି ବୋଲି ପଚରାଯାଇଥିଲା ସେ କହିଥିଲେ, ବର୍ତ୍ତମାନ କିଛି କହିପାରିବେ ନାହିଁ। ମୁଁ ମଧ୍ୟ ଏହା ଉପରେ କିଛି କହିବାକୁ ଚାହେଁ ନାହିଁ । ତଥାପି ୪ ବର୍ଷ ବାକି ଅଛି।
The post ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ସାମିଲ୍ ହେବାକୁ ନେଇ ବଡ଼ ବୟାନ ଦେଲେ ପାଇଲଟ, କହିଲେ ତାଙ୍କୁ ନିଜର… appeared first on Dharitri Odia News.