ଅଭିନେତା ଏଲେନ ଡେଲନଙ୍କ ମୃତ୍ୟୁ

ପ୍ୟାରିସ୍‌, ୧୯।୮: ଫ୍ରାନ୍ସର ଖ୍ୟାତନାମା ଅଭିନେତା ଏଲେନ୍‌ ଡେଲନ୍‌ଙ୍କ ୮୮ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ସେ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଛନ୍ତି। ୧୯୬୦ରେ ରେନେ କ୍ଲେମେଟ୍‌ଙ୍କ ନିର୍ଦ୍ଦେଶିତ ‘ପ୍ଲେନ୍‌ ସୋଲେଇଲ’ ଚଳଚ୍ଚିତ୍ରରେ ସେ ଡେବ୍ୟୁ କରିଥିଲେ। ସେହିପରି ୧୯୬୩ରେ ରିଲିଜ୍‌ ହୋଇଥିବା ‘ଲେ ଗୁଏପର୍ଡ’ ଫିଲ୍ମରେ ଡେଲନ ଚରିତ୍ର ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ଏଲନ ଫିଲ୍ମ ନିର୍ମାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୬୮ରେ ସେ ଫିଲ୍ମ ନିର୍ମାଣ […] The post ଅଭିନେତା ଏଲେନ ଡେଲନଙ୍କ ମୃତ୍ୟୁ appeared first on Dharitri Odia News.

ଅଭିନେତା ଏଲେନ ଡେଲନଙ୍କ ମୃତ୍ୟୁ

ପ୍ୟାରିସ୍‌, ୧୯।୮: ଫ୍ରାନ୍ସର ଖ୍ୟାତନାମା ଅଭିନେତା ଏଲେନ୍‌ ଡେଲନ୍‌ଙ୍କ ୮୮ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ସେ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଛନ୍ତି। ୧୯୬୦ରେ ରେନେ କ୍ଲେମେଟ୍‌ଙ୍କ ନିର୍ଦ୍ଦେଶିତ ‘ପ୍ଲେନ୍‌ ସୋଲେଇଲ’ ଚଳଚ୍ଚିତ୍ରରେ ସେ ଡେବ୍ୟୁ କରିଥିଲେ। ସେହିପରି ୧୯୬୩ରେ ରିଲିଜ୍‌ ହୋଇଥିବା ‘ଲେ ଗୁଏପର୍ଡ’ ଫିଲ୍ମରେ ଡେଲନ ଚରିତ୍ର ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ଏଲନ ଫିଲ୍ମ ନିର୍ମାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୬୮ରେ ସେ ଫିଲ୍ମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୦ ମସିହା ସୁଦ୍ଧା ସେ ୨୬ଟି ଫିଲ୍ମ ନିର୍ମାଣ କରିସାରିଥିଲେ। ୨୦୧୯ର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏଲନଙ୍କୁ ପାମ୍‌ ଡି’ଅନର ସମ୍ମାନ ପ୍ରଦାନ କରାଯାଇଥିଲା।

The post ଅଭିନେତା ଏଲେନ ଡେଲନଙ୍କ ମୃତ୍ୟୁ appeared first on Dharitri Odia News.