‘ଜୟ ଶ୍ରୀରାମ’ ନାରାରେ କମ୍ପିଲା ରାଜଧାନୀ: ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା
ଭୁବନେଶ୍ୱର,୬।୪(ସୌମ୍ୟରଞ୍ଜନ ରାଉତ): ବିଶ୍ୱ ହିନ୍ଦୁ ପରିଷଦର ଯୁବ ସଙ୍ଗଠନ ବଜରଙ୍ଗ ଦଳ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀରାମ ମୋହତ୍ସବ ଶୋଭାଯାତ୍ରା ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଗଣିତ ହିନ୍ଦୁଙ୍କର ଆରାଧ୍ୟ ଦେବତା ତେଣୁ ପୁର-ପଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ ଦିଲୀ ପର୍ଯନ୍ତ ବଜରଙ୍ଗ ଦଳ ଏହି ଦିନକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଥାଏ। ସେହିଭଳି ରବିବାର ପ୍ରାୟ ଦଶ ହଜାରରୁ ଉର୍ଦ୍ଧ କର୍ମକର୍ତ୍ତା ହାତରେ ଗେରୁଆ ପତାକା ଧରି […] The post ‘ଜୟ ଶ୍ରୀରାମ’ ନାରାରେ କମ୍ପିଲା ରାଜଧାନୀ: ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା appeared first on Dharitri Odia News.
ଭୁବନେଶ୍ୱର,୬।୪(ସୌମ୍ୟରଞ୍ଜନ ରାଉତ): ବିଶ୍ୱ ହିନ୍ଦୁ ପରିଷଦର ଯୁବ ସଙ୍ଗଠନ ବଜରଙ୍ଗ ଦଳ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀରାମ ମୋହତ୍ସବ ଶୋଭାଯାତ୍ରା ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଗଣିତ ହିନ୍ଦୁଙ୍କର ଆରାଧ୍ୟ ଦେବତା ତେଣୁ ପୁର-ପଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ ଦିଲୀ ପର୍ଯନ୍ତ ବଜରଙ୍ଗ ଦଳ ଏହି ଦିନକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଥାଏ।
ସେହିଭଳି ରବିବାର ପ୍ରାୟ ଦଶ ହଜାରରୁ ଉର୍ଦ୍ଧ କର୍ମକର୍ତ୍ତା ହାତରେ ଗେରୁଆ ପତାକା ଧରି ହନୁମାନ ବେଶରେ ଜୟ ଶ୍ରୀରାମ ଧ୍ୱନି ସହ ସ୍ଥାନୀୟ ୟୁନିଟ୍-୩ ରାମ ମନ୍ଦିର ଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା ଦେଖାଇଥିଲେ।
ଏହି ଶୋଭାଯାତ୍ରାଟି ବିଶ୍ବହିନ୍ଦୁ ପରିଷଦର ମାର୍ଗ ଦର୍ଶନରେ ଏବଂ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ହୋଇଥିବା ବେଳେ ବିଶ୍ୱହିନ୍ଦୁ ପରିଷଦର ଜିଲା ସଭାପତି ପ୍ରଦୀପ ମହାନ୍ତି, ଉପ-ସଭାପତି ଶିବାଶିଷ ମହାପାତ୍ର, ଜିଲ୍ଲା ସମ୍ପାଦକ ଶୁଭ୍ରାଂଶୁ ଶତପଥି, ସହ-ସମ୍ପାଦକ ଶୁଭେନ୍ଦୁ ରାଉତ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ପ୍ରତ୍ୟୁଷ ରାଉତରାୟ, ସହ-ସଂଯୋଜକ ଅଭିମନ୍ୟୁ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀରାମ ନବମୀ ଅବସରରେ ରାଜଧାନୀ ୟୁନିଟ୍-୩ ରାମ ମନ୍ଦିରରେରାମନବମୀ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା। ଭୋର ସମୟରୁ ରାତି ପହଡ଼ ପଡ଼ିବା ପର୍ଯନ୍ତ ହଜାର ହଜାର ଶ୍ରଦ୍ଧାଳଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ସହ ପ୍ରଭୁ ଶ୍ରୀରାମ, ମା ସୀତା ଓ ଲକ୍ଷ୍ମଣଙ୍କ ଭକ୍ତମାନେ ଦିବ୍ୟ ଦର୍ଶନ କରିଥିଲେ। ଅସହ୍ୟ ତାତିର କ୍ଷନ୍ତ୍ରଣାକୁ ସହ୍ୟ କରି ମଧ୍ୟ ଶ୍ରଦ୍ଧାଳୁମାନେ ବହୁ ସମୟ ଲାଇନ୍ ଲଗାଇ ଦର୍ଶନ କରିଥିଲେ। ଏଥିସହ ମନ୍ଦିରରେ ରାମଚରିତ ମାନସ ପାଠ କରାଯିବା ସହ ଭଜନ, ଜଣାଣ, ରାମନାମ ଜପ ସହ ମନ୍ଦିର ପରିସରରେ ଆଧ୍ୟାତ୍ମିକ ବାତାବରଣ
ସୃଷ୍ଟି ହୋଇଥିଲା। ସେହିପରି ୟୁନିଟି-୩ ରାମ ମନ୍ଦିର ସହ ଅନ୍ୟ ସ୍ଥାନରେ ଥିବା ମନ୍ଦିରଗୁଡ଼ିକରେ ଆକର୍ଷଣୀୟ ସାଜସଜ୍ଜା ସହ ରାସ୍ତାରେ ଦୁଇପଟରେ ଗେଗୁଆ ପତାକାର ସଜ୍ଜିକରଣ ଏକ ଶୁସୋଭିତ ଆକର୍ଷଣ ସୃଷ୍ଟି କରୁଥିଲା। ଏଥିସହ ମନ୍ଦିର ଚାରିପଟେ ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରସାଦ ସେବନ ଓ ପଣା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
The post ‘ଜୟ ଶ୍ରୀରାମ’ ନାରାରେ କମ୍ପିଲା ରାଜଧାନୀ: ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା appeared first on Dharitri Odia News.