ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ସାଲାଇନ ସହ ଆଇସିୟୁରେ ଅଛି…
ଭୁବନେଶ୍ୱର, ୧୨।୧୧: ବିଜେଡି ସରକାର ଗଢିବା ପ୍ରତିକ୍ରିୟା ପରେ ,ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ ଏହା ନିଶ୍ଚିତ ସ୍ବାଗତ ଯୋଗ୍ୟ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବିଜେଡିି ରହିଲେ ତ । ବିଜେଡିର ଆୟୁଷ ବହୁତ କମ । ଏବେ ତ ବିଜେଡି ସାଲାଇନ ସହ ଆଇସିୟୁରେ ଅଛି । ତେବେ ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବାକୁ ଅତନୁ […] The post ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ସାଲାଇନ ସହ ଆଇସିୟୁରେ ଅଛି… appeared first on Dharitri Odia News.
ଭୁବନେଶ୍ୱର, ୧୨।୧୧: ବିଜେଡି ସରକାର ଗଢିବା ପ୍ରତିକ୍ରିୟା ପରେ ,ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ ଏହା ନିଶ୍ଚିତ ସ୍ବାଗତ ଯୋଗ୍ୟ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବିଜେଡିି ରହିଲେ ତ । ବିଜେଡିର ଆୟୁଷ ବହୁତ କମ । ଏବେ ତ ବିଜେଡି ସାଲାଇନ ସହ ଆଇସିୟୁରେ ଅଛି ।
ତେବେ ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି । ତେବେ ଏଠି ପ୍ରଶ୍ନ ନେତୃତ୍ୱ କାହିଁ ? ବିଜେଡ଼ି ତ ଲିଜରେ ଚାଲିଥିଲା । କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ ଲିଜ ନେଲେ । କୌଣସି କର୍ମୀଙ୍କ କଥା ରହିନାହିଁ । ତେଣୁ ସେ କହିଛନ୍ତି ଦଳ ରହିବା ପରେ ହିଁ ସରକାର ଗଢିବା କଥା କହିବେ ।
ସୂଚନାନୁଯାୟୀ, ସୋମବାର ଅତନୁ ସବ୍ୟସାଚୀ ବିସ୍ଫୋରକ ବୟାନ ଦେଇଥିଲେ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। ଆମର ୫୧ କଂଗ୍ରେସର ୧୪ ଓ ସ୍ବାାଧୀନର ୩ ବିଧାୟକଙ୍କର ସର୍ମଥନ ରହିଛି । ଆଉ ମାତ୍ର ୮-୧୦ ବିଧାୟକ ଦରକାର ୫ମାସ ହେଲାଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାନ୍ତି ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି । ୫ ମାସ ହେବ ସମସ୍ତ ବିକାଶ କାମ ଷ୍ଟପ ହୋଇ ପଡିଛି । ତେଣୁ ଖୁବଶୀଘ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅତନୁ ମନ୍ତବ୍ୟ ଦେଇଥିଲେ।
The post ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ସାଲାଇନ ସହ ଆଇସିୟୁରେ ଅଛି… appeared first on Dharitri Odia News.