ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିବାରୁ ‘ଅଷ୍ଟ୍ରେଲିଆ ଟୁଡେ’କୁ ନିଷିଦ୍ଧ କଲା କାନାଡା

ନୂଆଦିଲ୍ଲୀ: ଭାରତ-କାନାଡା କୂଟନୈତିକ ବିବାଦକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିଥିବାରୁ କାନାଡା ଆଜି ‘ଅଷ୍ଟ୍ରେଲିଆ ଟୁଡେ’ ସୋସିଆଲ ମିଡିଆ ଚ୍ୟାନେଲ୍‌ ଉପରେ କଟକଣା ଲଗାଇଛି। ଏହାର କଡ଼ା ଜବାବରେ ଭାରତ ଗୁରୁବାର କହିଛି ଯେ କାନାଡା ଏହି ‘ଆଉଟ୍‌ଲେଟ୍‌’କୁ ନିଷିଦ୍ଧ କରିବା ପଦକ୍ଷେପ ଆଶ୍ଚର୍ଯ୍ୟଜନକ ଏବଂ ଏହା ବାକ୍ ସ୍ୱାଧୀନତା ପ୍ରତି କାନାଡାର ଅସମ୍ମାନକୁ ପ୍ରତିଫଳିତ କରୁଛି। ‘ଅଷ୍ଟ୍ରେଲିଆ ଟୁଡେ’ ଜୟଶଙ୍କର ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି […]

ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିବାରୁ ‘ଅଷ୍ଟ୍ରେଲିଆ ଟୁଡେ’କୁ ନିଷିଦ୍ଧ କଲା କାନାଡା

ନୂଆଦିଲ୍ଲୀ: ଭାରତ-କାନାଡା କୂଟନୈତିକ ବିବାଦକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିଥିବାରୁ କାନାଡା ଆଜି ‘ଅଷ୍ଟ୍ରେଲିଆ ଟୁଡେ’ ସୋସିଆଲ ମିଡିଆ ଚ୍ୟାନେଲ୍‌ ଉପରେ କଟକଣା ଲଗାଇଛି। ଏହାର କଡ଼ା ଜବାବରେ ଭାରତ ଗୁରୁବାର କହିଛି ଯେ କାନାଡା ଏହି ‘ଆଉଟ୍‌ଲେଟ୍‌’କୁ ନିଷିଦ୍ଧ କରିବା ପଦକ୍ଷେପ ଆଶ୍ଚର୍ଯ୍ୟଜନକ ଏବଂ ଏହା ବାକ୍ ସ୍ୱାଧୀନତା ପ୍ରତି କାନାଡାର ଅସମ୍ମାନକୁ ପ୍ରତିଫଳିତ କରୁଛି। ‘ଅଷ୍ଟ୍ରେଲିଆ ଟୁଡେ’ ଜୟଶଙ୍କର ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ଓଙ୍ଗ୍‌ଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିବାର କିଛି ଘଣ୍ଟା ମଧ୍ୟରେ କାନାଡା ସରକାରର ଆକ୍ରେଶମୂଳକ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛି। କାନାଡାର ଏଭଳି କାର୍ଯ୍ୟ ତା’ର ଭାରତ ବିରୋଧୀ ମାନସିକତାକୁ ଦର୍ଶାଉଛି ଏବଂ ଏହା ଆମକୁ ଅଜବ ଲାଗୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଟୁଡେ ଅଷ୍ଟ୍ରେଲିଆ ଏବଂ ବିଶ୍ୱର ଅନ୍ୟ ସ୍ଥାନରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଜଡିତ ଖବର ଏବଂ ବିଶ୍ଳେଷଣାତ୍ମକ ଖବର ଉପରେ ଫୋକସ୍‌ କରିଥାଏ।