ଆଫଗାନିସ୍ତାନକୁ ମୂଳପୋଛ କଲା ଶ୍ରୀଲଙ୍କା
ପାଲେକେଲ: ତୃତୀୟ ଦିନିକିଆକୁ ୭ ୱିକେଟ୍ରେ ଜିତି ଆଫଗାନିସ୍ତାନ ବିପକ୍ଷ ସୀମିତ ଓଭର ଶୃଙ୍ଖଳାକୁ ଶ୍ରୀଲଙ୍କା ୩-୦ରେ ମୂଳପୋଛ କରିଛି। ପ୍ରଥମ ଦୁଇ ମ୍ୟାଚ୍ ଜିତି ଶୃଙ୍ଖଳା ବିଜୟୀ ହୋଇସାରିଥିଲେ ମଧ୍ୟ ଶେଷ ଲଢ଼େଇରେ ଘରୋଇ ଶ୍ରୀଲଙ୍କା ଭ୍ରମଣକାରୀ ଆଫଗାନିସ୍ତାନକୁ ଆଦୌ ଦୟା ଦେଖାଇ ନଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ବ୍ୟାଟର୍ଙ୍କୁ ଘାଇଲା କରିଥିଲେ ସିଂହଳୀ ବୋଲର। ଫଳରେ ଏହି ଦଳ ୪୮.୨ ଓଭରରେ ୨୬୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହା […]

ପାଲେକେଲ: ତୃତୀୟ ଦିନିକିଆକୁ ୭ ୱିକେଟ୍ରେ ଜିତି ଆଫଗାନିସ୍ତାନ ବିପକ୍ଷ ସୀମିତ ଓଭର ଶୃଙ୍ଖଳାକୁ ଶ୍ରୀଲଙ୍କା ୩-୦ରେ ମୂଳପୋଛ କରିଛି। ପ୍ରଥମ ଦୁଇ ମ୍ୟାଚ୍ ଜିତି ଶୃଙ୍ଖଳା ବିଜୟୀ ହୋଇସାରିଥିଲେ ମଧ୍ୟ ଶେଷ ଲଢ଼େଇରେ ଘରୋଇ ଶ୍ରୀଲଙ୍କା ଭ୍ରମଣକାରୀ ଆଫଗାନିସ୍ତାନକୁ ଆଦୌ ଦୟା ଦେଖାଇ ନଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ବ୍ୟାଟର୍ଙ୍କୁ ଘାଇଲା କରିଥିଲେ ସିଂହଳୀ ବୋଲର। ଫଳରେ ଏହି ଦଳ ୪୮.୨ ଓଭରରେ ୨୬୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହା ପରେ ପ୍ରାରମ୍ଭିକ ବ୍ୟାଟର୍ ପଥୁମ ନିସଙ୍କାଙ୍କ ଶତକ (୧୧୮) ସହ ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ୯୧ ରନ୍ ବଳରେ ଶ୍ରୀଲଙ୍କା ମାତ୍ର ୩୫.୨ ଓଭରରେ ୩ ୱିକେଟ୍ ହରାଇ ୨୬୭ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ନିସଙ୍କାଙ୍କୁ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।