ଝିଅ ପାଇଁ ମନ୍ଦିର ଗଢ଼ିଲେ ଦମ୍ପତି

କାଳିପଦା,୧୯।୧(ରାଜଶ୍ରୀ ପାଣିଗ୍ରାହୀ): କନ୍ୟାରତ୍ନ କର ଯତ୍ନ। ଏଭଳି ସ୍ଲୋଗାନ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଅନେକ ସମୟରେ ଝିଅମାନଙ୍କୁ ହତାଦର କରାଯାଉଥିବା ନଜିର ଦେଖିବାକୁ ମିଳେ। ହେଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଇଡ଼ିଦା ପଞ୍ଚାୟତରେ ରାଜୁଆପଡ଼ା ଗ୍ରାମର ଏକ ଦମ୍ପତି କନ୍ୟାପ୍ରାପ୍ତି ପରେ ମାନସିକ ପୂରଣ ଉଦ୍ଦେଶ୍ୟରେ ଏକ ମନ୍ଦିର ଗଢି ସମାଜ ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଇଞ୍ଜିନିୟର ଅଶ୍ୱିନୀ ପଣ୍ଡା ଓ ତାଙ୍କ ସହଧର୍ମିଣୀ ଅଞ୍ଜନା ପଣ୍ଡାଙ୍କର ପ୍ରଥମେ ଗୋଟିଏ […] The post ଝିଅ ପାଇଁ ମନ୍ଦିର ଗଢ଼ିଲେ ଦମ୍ପତି appeared first on Dharitri Odia News.

ଝିଅ ପାଇଁ ମନ୍ଦିର ଗଢ଼ିଲେ ଦମ୍ପତି

କାଳିପଦା,୧୯।୧(ରାଜଶ୍ରୀ ପାଣିଗ୍ରାହୀ): କନ୍ୟାରତ୍ନ କର ଯତ୍ନ। ଏଭଳି ସ୍ଲୋଗାନ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଅନେକ ସମୟରେ ଝିଅମାନଙ୍କୁ ହତାଦର କରାଯାଉଥିବା ନଜିର ଦେଖିବାକୁ ମିଳେ। ହେଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଇଡ଼ିଦା ପଞ୍ଚାୟତରେ ରାଜୁଆପଡ଼ା ଗ୍ରାମର ଏକ ଦମ୍ପତି କନ୍ୟାପ୍ରାପ୍ତି ପରେ ମାନସିକ ପୂରଣ ଉଦ୍ଦେଶ୍ୟରେ ଏକ ମନ୍ଦିର ଗଢି ସମାଜ ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।
ଇଞ୍ଜିନିୟର ଅଶ୍ୱିନୀ ପଣ୍ଡା ଓ ତାଙ୍କ ସହଧର୍ମିଣୀ ଅଞ୍ଜନା ପଣ୍ଡାଙ୍କର ପ୍ରଥମେ ଗୋଟିଏ ପୁତ୍ର ସନ୍ତାନ ଥିଲା। ମାତ୍ର ଝିଅଟିଏ ପାଇଁ ସେ ଗଣେଶଙ୍କ ପାଖରେ ମାନସିକ କରିଥିଲେ। ତାଙ୍କର କନ୍ୟାସନ୍ତାନ ପ୍ରାପ୍ତ ହେବା ପରେ ଦମ୍ପତି ନିଜ ଉଦ୍ୟମ ଓ ଅର୍ଥ ଖର୍ଚ୍ଚ କରି ନିଜର ମାନସିକ ପୂରଣ ପାଇଁ ଗ୍ରାମରେ ଏକ ଗଣେଶ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ରାଜୁଆପଡ଼ାର ଗ୍ରାମବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଛନ୍ତି। ୧୫ ତାରିଖ ସୋମବାର ଅଙ୍କୁରାରୋପଣ ଅଧିବାସ, ୧୬ ତାରିଖ ମଙ୍ଗଳବାର ମନ୍ଦିର ପ୍ରାଙ୍ଗଣରେ ରୁଦ୍ରାଭିଷେକ, ୧୭ତାରିଖ ଗ୍ରାମର ଶତାଧିକ ମହିଳା ଭକ୍ତଙ୍କ କଳସ ଶୋଭାଯାତ୍ରା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ଆଧ୍ୟାତ୍ମିକ ବାତାବରଣ ପରିସରରେ ହୋମଯଜ୍ଞ ସଂକୀର୍ତ୍ତନ ଓ ବ୍ରାହ୍ମଣମାନଙ୍କ ବେଦ ପାଠରେ ପ୍ରକମ୍ପିତ ହୋଇଉଠିଥିଲା ଆଖପାଖ ଅଞ୍ଚଳ। ଗୁରୁବାର ନବଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣ ଆହୁତି ଦିଆଯାଇଛି। ଦମ୍ପତିଙ୍କ ଏଭଳି ପ୍ରୟାସକୁ ସମସ୍ତେ ଭୂରି ପ୍ରଶଂସା କରିଛନ୍ତି। ଆୟୋଜିତ ମହୋତ୍ସବରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦସେବନ କରିଥିଲେ।

The post ଝିଅ ପାଇଁ ମନ୍ଦିର ଗଢ଼ିଲେ ଦମ୍ପତି appeared first on Dharitri Odia News.