ଝିଟିପିଟି ଭଳି ରଙ୍ଗ ବଦଳାଇବା ଭଲ ଭାବେ ଜାଣନ୍ତି ନୀତୀଶ: କଂଗ୍ରେସ…

ପାଟନା,୨୮।୧ : ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ତାଙ୍କୁ ଝିଟିପିଟି ସହିତ ତୁଳନା କରିଛି ଏବଂ ତାଙ୍କ ବିରୋଧରେ ବିଶ୍ୱାସଘାତକତା ଅଭିଯୋଗ କରିଛି । ଝିଟିପିଟି ଭଳି ରଙ୍ଗ ବଦଳାଇବା ନୀତୀଶ ଭଲ ଭାବେ ଜାଣନ୍ତି । କଂଗ୍ରେସ କହିଛି ରାଜ୍ୟବାସୀ ତାଙ୍କୁ କେବେବି କ୍ଷମା କରିବେ ନାହିଁ। ଏହି ରାଜନୈତିକ ପଦକ୍ଷେପ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ସୃଷ୍ଟି […] The post ଝିଟିପିଟି ଭଳି ରଙ୍ଗ ବଦଳାଇବା ଭଲ ଭାବେ ଜାଣନ୍ତି ନୀତୀଶ: କଂଗ୍ରେସ… appeared first on Dharitri Odia News.

ଝିଟିପିଟି ଭଳି ରଙ୍ଗ ବଦଳାଇବା ଭଲ ଭାବେ ଜାଣନ୍ତି ନୀତୀଶ: କଂଗ୍ରେସ…

ପାଟନା,୨୮।୧ : ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ତାଙ୍କୁ ଝିଟିପିଟି ସହିତ ତୁଳନା କରିଛି ଏବଂ ତାଙ୍କ ବିରୋଧରେ ବିଶ୍ୱାସଘାତକତା ଅଭିଯୋଗ କରିଛି । ଝିଟିପିଟି ଭଳି ରଙ୍ଗ ବଦଳାଇବା ନୀତୀଶ ଭଲ ଭାବେ ଜାଣନ୍ତି । କଂଗ୍ରେସ କହିଛି ରାଜ୍ୟବାସୀ ତାଙ୍କୁ କେବେବି କ୍ଷମା କରିବେ ନାହିଁ। ଏହି ରାଜନୈତିକ ପଦକ୍ଷେପ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ସୃଷ୍ଟି ହୋଇଥିବା ଏକ ନାଟକ।

ରାଜନୈତିକ ସହଭାଗୀମାନଙ୍କୁ ବାରମ୍ବାର ପରିବର୍ତ୍ତନ କରୁଥିବା ନୀତୀଶ କୁମାର ରଙ୍ଗ ବଦଳାଇବାରେ ଝିଟିପିଟିକୁ ମଧ୍ୟ ପଛରେ ପକାଇ ଦେବେ ବୋଲି କଂଗ୍ରେସ କହିଛି। ଏଥିରୁ ସ୍ପଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଡରୁଛନ୍ତି । ତେଣୁ ଏସବୁ କରାଯାଇଛି।

The post ଝିଟିପିଟି ଭଳି ରଙ୍ଗ ବଦଳାଇବା ଭଲ ଭାବେ ଜାଣନ୍ତି ନୀତୀଶ: କଂଗ୍ରେସ… appeared first on Dharitri Odia News.