ଟି-୨୦ ବିଶ୍ବ ଚାମ୍ପିଅନ ଭାରତ , ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଲା ଟିମ୍ ଇଣ୍ଡିଆ
ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେଲା ଭାରତ । ବାର୍ବାଡୋସର ବ୍ରିଜଟାଉନଠାରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ଭାରତ । ଭାରତ ୨୧ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହାତେଇଛି । ପ୍ରଥମ ଟି-୨୦ ବିଶ୍ବକପ ଭାରତ ୨୦୦୭ରେ ଚାମ୍ପିଅନ ହୋଇଥିଲା । ୧୭୭ ରନର ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ […] The post ଟି-୨୦ ବିଶ୍ବ ଚାମ୍ପିଅନ ଭାରତ , ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଲା ଟିମ୍ ଇଣ୍ଡିଆ appeared first on KNews Odisha.

ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେଲା ଭାରତ । ବାର୍ବାଡୋସର ବ୍ରିଜଟାଉନଠାରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ଭାରତ । ଭାରତ ୨୧ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହାତେଇଛି । ପ୍ରଥମ ଟି-୨୦ ବିଶ୍ବକପ ଭାରତ ୨୦୦୭ରେ ଚାମ୍ପିଅନ ହୋଇଥିଲା ।
୧୭୭ ରନର ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟ ସ୍ଥିତିରେ ଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ ।
ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା । ଡିକକ୍ ୩୯ ରନ ଓ କ୍ଲାସେନ ୫୨ରନ କରି ଖେଳକୁ ମଜବୁତ ସ୍ଥିତିକୁ ଆଣିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା । ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ୬ୱିକେଟ୍ ହରାଇ ସ୍କୋର ୧୭୬ ରନ୍ କରିଥିଲା।
The post ଟି-୨୦ ବିଶ୍ବ ଚାମ୍ପିଅନ ଭାରତ , ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଲା ଟିମ୍ ଇଣ୍ଡିଆ appeared first on KNews Odisha.