ଟି-୨୦ ବିଶ୍ଵକପ୍ ପାଇଁ ଆମେରିକା ଅଭିମୁଖେ ଯାତ୍ରା କଲେ କୋହଲି, ଶୀଘ୍ର ରୋହିତଙ୍କ ସହ ଦେବେ ଯୋଗ
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ପାଇଁ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି। ଆଇପିଏଲ୍ ପରେ ଛୋଟ ବିରତି ନେଇ ମେ ୩୦ ତାରିଖରେ ୟୁଏସଏ ଅଭିମୁଖେ ବାହାରିଛନ୍ତି କୋହଲି। ଏହା ପୂର୍ବରୁ ଦୁଇଟି ଗ୍ରୁପରେ ଭାରତୀୟ ଦଳ ଆମେରିକାରେ ପହଞ୍ଚି ଟ୍ରେନିଂ ଆରମ୍ଭ କରି ଦେଇଛନ୍ତି। ପୂର୍ବରୁ ରୋହିତ ଶର୍ମା ସମେତ ଅନେକ ଖେଳାଳି ମେ ୨୫ରେ ଏବଂ ଏହାର ୨ ଦିନ ପରେ ଅନ୍ୟ ଖେଳାଳି ଯାତ୍ରା କରିଥିଲେ।ବିରାଟ କୋହଲିଙ୍କୁ ପ୍ରକୃତରେ ମେ ୨୫ ତାରିଖରେ ପ୍ରଥମ ଗ୍ରୁପ ସହିତ ନ୍ୟୁୟର୍କ ପହଞ୍ଚିବାର ଥିଲା। ମାତ୍ର ସେ ବିସିସିଆଇକୁ ବିଶ୍ରାମ ପାଇଁ ୫ ଦିନରୁ ଅଧିକ ସମୟ ମାଗିଥିଲେ। ଆଇପିଏଲ୍ ୨୦୨୪ରେ ତାଙ୍କ ଦଳ ଆରସିବି ମେ ୨୨ରେ ରାଜସ୍ଥାନ ବିପକ୍ଷରେ ଏଲିମିନେଟର ମୁକାବିଲା ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଏମିତିରେ ବିରାଟଙ୍କୁ ମେ ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନର ବିଶ୍ରାମ ମିଳି ଯାଇଥିଲା। ଏବେ ପରିବାର ସହ ପର୍ଯ୍ୟାପ୍ତ ସମୟ ବିତାଇ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି। ବିମାନ ବନ୍ଦରରେ ପ୍ରଶଂସକଙ୍କ ଦ୍ଵାରା ପ୍ରସ୍ତୁତ ସ୍କେଚ୍ଉପରେ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି କୋହଲି।View this post on InstagramA post shared by Viral Bhayani (@viralbhayani)ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ଜୁନ ୧ ତାରିଖରେ ବାଂଲାଦେଶ ବିପକ୍ଷରେ ଓ୍ଵାର୍ମଅପ୍ ମ୍ୟାଚ୍ ଖେଳ
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ପାଇଁ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି। ଆଇପିଏଲ୍ ପରେ ଛୋଟ ବିରତି ନେଇ ମେ ୩୦ ତାରିଖରେ ୟୁଏସଏ ଅଭିମୁଖେ ବାହାରିଛନ୍ତି କୋହଲି। ଏହା ପୂର୍ବରୁ ଦୁଇଟି ଗ୍ରୁପରେ ଭାରତୀୟ ଦଳ ଆମେରିକାରେ ପହଞ୍ଚି ଟ୍ରେନିଂ ଆରମ୍ଭ କରି ଦେଇଛନ୍ତି। ପୂର୍ବରୁ ରୋହିତ ଶର୍ମା ସମେତ ଅନେକ ଖେଳାଳି ମେ ୨୫ରେ ଏବଂ ଏହାର ୨ ଦିନ ପରେ ଅନ୍ୟ ଖେଳାଳି ଯାତ୍ରା କରିଥିଲେ।
ବିରାଟ କୋହଲିଙ୍କୁ ପ୍ରକୃତରେ ମେ ୨୫ ତାରିଖରେ ପ୍ରଥମ ଗ୍ରୁପ ସହିତ ନ୍ୟୁୟର୍କ ପହଞ୍ଚିବାର ଥିଲା। ମାତ୍ର ସେ ବିସିସିଆଇକୁ ବିଶ୍ରାମ ପାଇଁ ୫ ଦିନରୁ ଅଧିକ ସମୟ ମାଗିଥିଲେ। ଆଇପିଏଲ୍ ୨୦୨୪ରେ ତାଙ୍କ ଦଳ ଆରସିବି ମେ ୨୨ରେ ରାଜସ୍ଥାନ ବିପକ୍ଷରେ ଏଲିମିନେଟର ମୁକାବିଲା ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଏମିତିରେ ବିରାଟଙ୍କୁ ମେ ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନର ବିଶ୍ରାମ ମିଳି ଯାଇଥିଲା। ଏବେ ପରିବାର ସହ ପର୍ଯ୍ୟାପ୍ତ ସମୟ ବିତାଇ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି। ବିମାନ ବନ୍ଦରରେ ପ୍ରଶଂସକଙ୍କ ଦ୍ଵାରା ପ୍ରସ୍ତୁତ ସ୍କେଚ୍ଉପରେ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି କୋହଲି।
ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ଜୁନ ୧ ତାରିଖରେ ବାଂଲାଦେଶ ବିପକ୍ଷରେ ଓ୍ଵାର୍ମଅପ୍ ମ୍ୟାଚ୍ ଖେଳିବ। ଭାରତରୁ ନ୍ୟୁୟର୍କ ପାଇଁ ଅନବରତ ଯାତ୍ରା କଲେ ୧୫ ଘଣ୍ଟାର ସମୟ ଲାଗିଥାଏ। ଯଦି ମଝିରେ ବିମାନ ଅଟକେ ତେବେ ୨୦ରୁ ୨୫ ଘଣ୍ଟା ସମୟ ଲାଗିଥାଏ। ଅର୍ଥାତ ଭାରତୀୟ ସମୟ ଅନୁସାରେ କୋହଲି ମେ ୩୧ ତାରିଖ ସନ୍ଧ୍ୟାରେ ଆମେରିକାରେ ପହଞ୍ଚିଯିବେ। ଏମିତିରେ ତାଙ୍କୁ ବିଶ୍ରାମ ପାଇଁ କମ ସମୟ ମିଳିବ। ସମ୍ଭବତଃ କୋହଲିଙ୍କୁ ଓ୍ଵାର୍ମଅପ୍ ମ୍ୟାଚ୍ରୁ ବାଦ୍ ଦିଆଯାଇପାରେ।