ଟି-୨୦ ବିଶ୍ଵକପ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା, ଏହି ସବୁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ପାଇଁ ଶ୍ରୀଲଙ୍କା ନିଜ ଦଳର ଘୋଷଣା କରିଛି। ଅଲରାଉଣ୍ଡର ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ଏହି ବିଶ୍ଵକପରେ ଦଳର ନେତୃତ୍ଵ ନେଉଛନ୍ତି। ଚରିଥ ଅସଲଙ୍କାଙ୍କୁ ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଆଇପିଏଲ୍‌ରେ ଜଲଓ୍ଵା ଦେଖାଇଥିବା ମଥିଶା ପଥିରାନା ଓ ମହୀଶ ଥୀକ୍ଷଣା ପରି ଯୁବ ଖେଳାଳିଙ୍କ ବ୍ୟତୀତ ଅନୁଭବୀ ଆଞ୍ଜେଲା ମାଥ୍ୟୁସଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ଖେଳାଳିଙ୍କ ଉପରେ ରହିବ ନଜରଏହି ଦଳରେ ଚରିଥ ଅସଲଙ୍କାଙ୍କ ବ୍ୟତୀତ କୁଶଲ ମେଣ୍ଡିସ, ପଥୁମ ନିଶଙ୍କା, କାମିନ୍ଦୁ ମେଣ୍ଡିସ ଓ ସଦୀରା ସମରବିକ୍ରମାଙ୍କ ପରି ବ୍ୟାଟରଙ୍କ ଉପରେ ରହିବ। ଅଲରାଉଣ୍ଡର ଭାବେ ଆଞ୍ଜେଲୋ ମାଥ୍ୟୁସ, ଦାଶୁନ ଶନାକା, ଧନଞ୍ଜୟ ଡି ସିଲଭା ଓ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ପରି ଖେଳାଳିଙ୍କ ଚୟନ କରାଯାଇଛି। ବୋଲିଂ ବିଭାଗରେ ମହୀଶ ତୀକ୍ଷଣା, ଡୁନିଥ ଓ୍ଵେଲଲାଗେ, ଦୁଷ୍ମନ୍ତା ଚମୀରା, ନୁଓ୍ଵାନ ତୁଷାରା, ମଥୀଶା ପଥିରାନା ଓ ଦିଲଶାନ ମଦୁଶଙ୍କା ସମ୍ଭାଳିବେ। Here's your Sri Lankan squad ready to roar at the ICC #T20WorldCup 2024 in the USA and Caribbean! ????????READ: https://t.co/9Zia3yVeVZ #LankanLions pic.twitter.com/ZresMKrIqg— Sri Lanka Cricket ???????? (@OfficialSLC) May 9, 2024ଟି-୨୦ ବିଶ୍ଵକପ୍ ୨୦୨୪ ଜୁନ ୨ରୁ ଆରମ୍ଭ  ହେଉଛି। ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାର ମିଳିତ ଆନୁକ

ଟି-୨୦ ବିଶ୍ଵକପ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା, ଏହି ସବୁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ପାଇଁ ଶ୍ରୀଲଙ୍କା ନିଜ ଦଳର ଘୋଷଣା କରିଛି। ଅଲରାଉଣ୍ଡର ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ଏହି ବିଶ୍ଵକପରେ ଦଳର ନେତୃତ୍ଵ ନେଉଛନ୍ତି। ଚରିଥ ଅସଲଙ୍କାଙ୍କୁ ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଆଇପିଏଲ୍‌ରେ ଜଲଓ୍ଵା ଦେଖାଇଥିବା ମଥିଶା ପଥିରାନା ଓ ମହୀଶ ଥୀକ୍ଷଣା ପରି ଯୁବ ଖେଳାଳିଙ୍କ ବ୍ୟତୀତ ଅନୁଭବୀ ଆଞ୍ଜେଲା ମାଥ୍ୟୁସଙ୍କୁ ଦଳରେ ସ୍ଥାନ ମିଳିଛି। 

ଏହି ଖେଳାଳିଙ୍କ ଉପରେ ରହିବ ନଜର

ଏହି ଦଳରେ ଚରିଥ ଅସଲଙ୍କାଙ୍କ ବ୍ୟତୀତ କୁଶଲ ମେଣ୍ଡିସ, ପଥୁମ ନିଶଙ୍କା, କାମିନ୍ଦୁ ମେଣ୍ଡିସ ଓ ସଦୀରା ସମରବିକ୍ରମାଙ୍କ ପରି ବ୍ୟାଟରଙ୍କ ଉପରେ ରହିବ। ଅଲରାଉଣ୍ଡର ଭାବେ ଆଞ୍ଜେଲୋ ମାଥ୍ୟୁସ, ଦାଶୁନ ଶନାକା, ଧନଞ୍ଜୟ ଡି ସିଲଭା ଓ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ପରି ଖେଳାଳିଙ୍କ ଚୟନ କରାଯାଇଛି। ବୋଲିଂ ବିଭାଗରେ ମହୀଶ ତୀକ୍ଷଣା, ଡୁନିଥ ଓ୍ଵେଲଲାଗେ, ଦୁଷ୍ମନ୍ତା ଚମୀରା, ନୁଓ୍ଵାନ ତୁଷାରା, ମଥୀଶା ପଥିରାନା ଓ ଦିଲଶାନ ମଦୁଶଙ୍କା ସମ୍ଭାଳିବେ। 




ଟି-୨୦ ବିଶ୍ଵକପ୍ ୨୦୨୪ ଜୁନ ୨ରୁ ଆରମ୍ଭ  ହେଉଛି। ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାର ମିଳିତ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଭାରତୀୟ ଦଳ ଜୁନ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ ୯ ତାରିଖରେ ଖେଳାଯିବ। 

ଟି-୨୦  ବିଶ୍ଵକପ୍ ପାଇଁ ଶ୍ରୀଲଙ୍କା ଦଳ

ଓ୍ଵାନିନ୍ଦୁ ହସରଙ୍ଗା(ଅଧିନାୟକ), ଚରିଥ ଅସଲଙ୍କା(ଉପ ଅଧିନାୟକ), କୁଶଲ ମେଣ୍ଡିସ୍, ପଥୁମ ନିଶଙ୍କା, କାମିନ୍ଦୁ ମେଣ୍ଡିସ୍, ସଦୀରା ସମରବିକ୍ରମ, ଆଞ୍ଜେଲୋ ମାଥ୍ୟୁସ, ଦାସୁନ ଶନାକା, ଧନଞ୍ଜୟ ଡି ସିଲଭା, ମହୀଶ ତୀକ୍ଷଣା, ଡୁନିଥ ଓ୍ଵେଲଲାଗେ,  ଦୁଷ୍ମନ୍ଥା ଚମୀରା, ନୁଓ୍ଵାନ ତୁଷାରା, ମଥୀଶା ପଥିରାନା ଓ ଦିଲଶାନ ମଦୁଶଙ୍କା।