ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା, ପନ୍ତ-ସାମସନ୍ଙ୍କୁ ମିଳିଲା ସୁଯୋଗ
ଘୋଷଣା ହୋଇଥିବା ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି।
ଆଗାମୀ ଜୁନ୍-୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ ।
ଘୋଷଣା ହୋଇଥିବା ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି। ରୋହିତ, ହାର୍ଦ୍ଦିକଙ୍କ ବ୍ୟତୀତ ବିରାଟ କୋହଲି, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ଶିଭମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜଶପ୍ରୀତ ବୁମ୍ରା, ମହମ୍ମଦ ସିରାଜଙ୍କୁ ବିଶ୍ୱକପ୍ ଦଳରେ ସୁଯୋଗ ମିଳିଛି ।
ଅଧିକ ପଢ଼ନ୍ତୁ: IPL ରେ ମାହିଙ୍କ ନୂଆ ରେକର୍ଡ; ୧୫୦ ବିଜୟୀ ମ୍ୟାଚ୍ରେ ହେଲେ ସାମିଲ
ତେବେ ଏହି ତାଲିକାରେ ଆଉ ୪ ଜଣ ଷ୍ଟାଣ୍ଡବାଏ ଖେଳାଳି ମଧ୍ୟ ରହିଛନ୍ତି। ଶୁଭମନ ଗିଲ୍, ରିଙ୍କୁ ସିଂ, ଖଲିଲ୍ ଅହମ୍ମଦ ଓ ଆଭେଶ ଖାନଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖିଛନ୍ତି ଚୟନକର୍ତ୍ତା ।
ସୂଚନା ଅନୁସାରେ ଜୁନ୍-୨ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ । ୱେଷ୍ଟଇଣ୍ଡିଜ୍ ଓ USAରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ତେବେ ମେଗା ଟୁର୍ଣ୍ଣାମେଣ୍ଟରେ ୨୦ ଦଳ ଅଂଶଗ୍ରହଣ କରିବେ। ଏଥିପାଇଁ ୪ଟି ଗ୍ରୁପ୍ ହୋଇଛି । ପ୍ରତି ଗ୍ରୁପ୍ରେ ୫ଟି ଦେଶ ରହିଛି। ତେବେ ଗ୍ରୁପ୍-Aରେ ହିଁ ଭାରତ ରହିଛି । ଏହି ଗ୍ରୁପ୍ରେ ଭାରତ ସହ ପାକିସ୍ତାନ, ଆର୍ୟାଲାଣ୍ଡ, କାନାଡା ଓ USA ରହିଛି।
ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଜୁନ୍ ୫ରୁ ଭାରତ ତା’ର ଅଭିଯାନ ଆରମ୍ଭ କରିବ । ଜୁନ୍-୫ରେ ଆର୍ୟାଲାଣ୍ଡ ସହ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ସେହିପରି ୯ ଜୁନ୍ରେ ଟି-୨୦ ବିଶ୍ୱକପ୍ରେ ଖେଳାଯିବ ସବୁଠୁ ହାଇଭୋଲଟେଜ୍ ମ୍ୟାଚ୍ । ଏହି ଦିନ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଏହା ପରେ ୧୨ ଜୁନ୍ରେ USA ଓ ୧୫ ଜୁନ୍ରେ କାନାଡାକୁ ଭେଟିବ ଟିମ୍ ଇଣ୍ଡିଆ ।
ଟି-୨୦ ବିଶ୍ୱକପ୍ ଗ୍ରୁପ୍
ଗ୍ରୁପ୍ ‘A’ – ଭାରତ, ପାକିସ୍ତାନ, କାନାଡା, ଆର୍ୟାଲାଣ୍ଡ, USA
ଗ୍ରୁପ୍ ‘B’ – ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲାଣ୍ଡ, ଓମାନ
ଗ୍ରୁପ୍ ‘C’ – ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଆଫଗାନିସ୍ତାନ, ଉଗାଣ୍ଡା, ପପୁଆ ନ୍ୟୁ ଗିନୀ
ଗ୍ରୁପ୍ ‘D’ – ସାଉଥ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲାଣ୍ଡସ୍, ନେପାଳ
????India’s squad for ICC Men’s T20 World Cup 2024 announced ????
Let's get ready to cheer for #TeamIndia #T20WorldCup pic.twitter.com/jIxsYeJkYW — BCCI (@BCCI) April 30, 2024