ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ସେହି ଟିକାକରଣ ପରେ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ପାଟାଙ୍ଗି ପ୍ରାଥମିକ ବିଦ୍ୟାଳୟରେ। ବୁଧବାର ଡିପିଟି ଏବଂ ଟିଟି ଟିକାକରଣ କରାଯାଇଥିଲା। ତେବେ ଉକ୍ତ ବିଦ୍ୟାଳୟର ୬ ଜଣ ଛାତ୍ରୀଛାତ୍ର […] The post ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.

ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ସେହି ଟିକାକରଣ ପରେ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିଛି।

ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ପାଟାଙ୍ଗି ପ୍ରାଥମିକ ବିଦ୍ୟାଳୟରେ। ବୁଧବାର ଡିପିଟି ଏବଂ ଟିଟି ଟିକାକରଣ କରାଯାଇଥିଲା। ତେବେ ଉକ୍ତ ବିଦ୍ୟାଳୟର ୬ ଜଣ ଛାତ୍ରୀଛାତ୍ର ଶୁକ୍ରବାର ମଧ୍ୟାହ୍ନରେ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। କାହାର ଛାତି ବ୍ୟଥା ତ ଆଉ କାହାର ମୁଣ୍ଡ ପିଠି ଦେହ ବ୍ୟଥା ଏବଂ ଜ୍ୱର, ଥଣ୍ଡା ଆଦି ଦେଖିବାକୁ ମିଳିଥିଲା। ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବଦଳରେ ନିକଟରେ ଥିବା ଅଙ୍ଗନାୱାଡି କର୍ମୀ ଲତିକା ପ୍ରଧାନ ଏବଂ ଗ୍ରାମବାସୀ ଏକ ଅଟୋ ସାହାଯ୍ୟରେ ସିମନବାଡ଼ି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠି ଡାକ୍ତର ଅବିନାଶ ମଲିକ ସେମାନଙ୍କୁ ଚିକିତ୍ସା କରୁଛନ୍ତି। ଡାକ୍ତର କହିଛନ୍ତି, ପ୍ରଥମେ ଯିଏ ଯାହା ସମସ୍ୟା ହୋଇଛି କହୁଛନ୍ତି ପ୍ରାଥମିକ ଚିକିତ୍ସା ସେହି ଅନୁସାରେ କରାଯାଉଛି। ପରେ କେଉଁ କାରଣରୁ ଏହା ହୋଇଛି ରକ୍ତ ଓ ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ ସ୍ପଷ୍ଟ ଜଣାପଡ଼ିବ ବୋଲି କହିଛନ୍ତି। ସେପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅସୁସ୍ଥ ପିଲାମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ନେଇ ଅସନ୍ତୋଷ ଦେଖାଯାଇଛ। ଟିକା ଯୋଗୁ ନା ଅନ୍ୟ କାରଣରୁ ଏଭଳି ଘଟଣା ଘଟିଛି ତଦନ୍ତ ପରେ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି।

The post ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.