୨୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୧ରୁ ଆରମ୍ଭ ହେବ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହିତ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ (ଏସଓଏସସି) ପରୀକ୍ଷା ମଧ୍ୟ ଏକ ସାଙ୍ଗରେ ଆରମ୍ଭ ହେବ । ଏହି ପରୀକ୍ଷା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ବା ମାଟ୍ରିକ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ଏବଂ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀମାନେ ସପ୍ଲିମେଣ୍ଟାରୀ ଦେବେ। ଏ ନେଇ ସମସ୍ତ ବିବରଣୀ ଜାରି କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ମାଟ୍ରିକ […]

୨୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
୨୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୧ରୁ ଆରମ୍ଭ ହେବ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହିତ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ (ଏସଓଏସସି) ପରୀକ୍ଷା ମଧ୍ୟ ଏକ ସାଙ୍ଗରେ ଆରମ୍ଭ ହେବ । ଏହି ପରୀକ୍ଷା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ବା ମାଟ୍ରିକ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ଏବଂ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀମାନେ ସପ୍ଲିମେଣ୍ଟାରୀ ଦେବେ। ଏ ନେଇ ସମସ୍ତ ବିବରଣୀ ଜାରି କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ।

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ନିମନ୍ତେ ୯୭୩ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟରେ ୮୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୨୪ ହଜାର ୫୨୦ ଜଣ ପରୀକ୍ଷାର୍ଥୀ ଥିବାବେଳେ ଏଥିନିମନ୍ତେ ୧୨୧ ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ୍‌ରୁ ସେମାନଙ୍କର ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ନିର୍ଧାରିତ ସମୟସୀମା ଅନୁଯାୟୀ ପରୀକ୍ଷାରେ ଉପସ୍ଥିତ ରହିବାକୁ ବୋର୍ଡ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

ସୂଚନାନୁସାରେ,ଗତ ଫେବୃଆରୀ ୨୦ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ମାଟ୍ରିକ ରେଗୁଲାର ପରୀକ୍ଷା । ଏଥିରେ ମୋଟ ୫ ଲକ୍ଷ ୪୪ ହାଜର ୬୧ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୦ ହଜାର ୧୫୧ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୧୦ ହଜାର ଫେଲ ହୋଇଥିବାବେଳେ ୧୦ ହଜାରରୁ ଉର୍ଧ୍ଵ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ଚଳିତ ପରୀକ୍ଷାରେ କମ ସଂଖ୍ୟକ ପରୀକ୍ଷାର୍ଥୀ ଥିବାରୁ ପରୀକ୍ଷା ପରିଚାଳନIରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବୋର୍ଡ କର୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି ।

ପରୀକ୍ଷା ସାରଣୀ :

୨୨-୦୭-୨୦୨୪ : ମାତୃଭାଷା

୨୪-୦୭-୨୦୨୪ : ଇଂରାଜୀ

୨୬-୦୭-୨୦୨୪ : ସାଧାରଣ ବିଜ୍ଞାନ

୨୯-୦୭-୨୦୨୪ : ଗଣିତ

୩୦ -୦୭-୨୦୨୪ : ସାମାଜିକ ବିଜ୍ଞାନ

୩୧-୦୭-୨୦୨୪ : ହିନ୍ଦୀ /ସଂସ୍କୃତ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି I