ଟିଟ୍ରାପଙ୍ଗା ଠାରେ କିଶାନ ମେଳା ଓ ପ୍ରଦର୍ଶନୀ

ଫୁଲବାଣୀ: କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଆଦିବାସୀ ସବ୍ ପ୍ଲାନ୍ ଅନ୍ତର୍ଗତ ଖଜୁରିପଡା ବ୍ଲକର ଟିଟ୍ରାପଙ୍ଗା ଗ୍ରାମରେ ଏକ କିଶାନ୍ ମେଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଛି।କୃଷକମାନଙ୍କୁ ବିଭିନ୍ନ ତାଲିମ ଦିଆଯିବା ସହ କୃଷି କ୍ଷେତ୍ରରେ ପ୍ରକୃତି ଭିତ୍ତିକ ସମାଧାନ ପାଇଁ କୌଶଳ ଶିକ୍ଷା ଦିଆ ଯାଇଥିଲା। ଏଥିରେ ରାଜ୍ୟ ସରକାରଙ୍କ କୃଷି ଏବଂ ଉଦ୍ୟାନ କୃଷି ବିଭାଗ, କସମ ସମେତ କନ୍ଧମାଳରେ କାର୍ୟ୍ୟରତ ତିନିଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାଗ ନେଇଥିଲେ। ଚାଉଳରୁ ବିକଶିତ […]

ଟିଟ୍ରାପଙ୍ଗା ଠାରେ କିଶାନ ମେଳା ଓ ପ୍ରଦର୍ଶନୀ

ଫୁଲବାଣୀ: କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଆଦିବାସୀ ସବ୍ ପ୍ଲାନ୍ ଅନ୍ତର୍ଗତ ଖଜୁରିପଡା ବ୍ଲକର ଟିଟ୍ରାପଙ୍ଗା ଗ୍ରାମରେ ଏକ କିଶାନ୍ ମେଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଛି।କୃଷକମାନଙ୍କୁ ବିଭିନ୍ନ ତାଲିମ ଦିଆଯିବା ସହ କୃଷି କ୍ଷେତ୍ରରେ ପ୍ରକୃତି ଭିତ୍ତିକ ସମାଧାନ ପାଇଁ କୌଶଳ ଶିକ୍ଷା ଦିଆ ଯାଇଥିଲା। ଏଥିରେ ରାଜ୍ୟ ସରକାରଙ୍କ କୃଷି ଏବଂ ଉଦ୍ୟାନ କୃଷି ବିଭାଗ, କସମ ସମେତ କନ୍ଧମାଳରେ କାର୍ୟ୍ୟରତ ତିନିଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାଗ ନେଇଥିଲେ। ଚାଉଳରୁ ବିକଶିତ ମୂଲ୍ୟଯୁକ୍ତ ଉତ୍ପାଦର ପ୍ରଦର୍ଶନ କରାଯିବା ସହିତ ନିକଟସ୍ଥ ବନ୍ଧସାହି, ପିଟାବାଲି ଏବଂ ଟିଟ୍ରାପଙ୍ଗା ଗାଁର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଇଥିଲା।