ଟିପିସିଓଡିଏଲ୍‌ର ସ୍ମାର୍ଟ ଗ୍ରୀନ୍‌ ଅଭିଯାନ

ଭୁବନେଶ୍ୱର,୧୦ା୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପରିସରରେ ବିଶ୍ୱ ପରିବେଶ ଦିବସ ଏବଂ ଟାଟାର ସ୍ଥାୟିତ୍ୱ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ସ୍ମାର୍ଟ ଲାଇଫ୍‌’ ପରିବେଶ ପାଇଁ ସ୍ମାର୍ଟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ କମ୍ପାନୀ ଗୁରୁତ୍ୱ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସ୍ମାର୍ଟ ଗ୍ରୀନ୍‌ ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା […] The post ଟିପିସିଓଡିଏଲ୍‌ର ସ୍ମାର୍ଟ ଗ୍ରୀନ୍‌ ଅଭିଯାନ appeared first on Dharitri Odia News.

ଟିପିସିଓଡିଏଲ୍‌ର ସ୍ମାର୍ଟ ଗ୍ରୀନ୍‌ ଅଭିଯାନ

ଭୁବନେଶ୍ୱର,୧୦ା୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପରିସରରେ ବିଶ୍ୱ ପରିବେଶ ଦିବସ ଏବଂ ଟାଟାର ସ୍ଥାୟିତ୍ୱ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ସ୍ମାର୍ଟ ଲାଇଫ୍‌’ ପରିବେଶ ପାଇଁ ସ୍ମାର୍ଟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ କମ୍ପାନୀ ଗୁରୁତ୍ୱ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସ୍ମାର୍ଟ ଗ୍ରୀନ୍‌ ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।

ଅପରପକ୍ଷରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌ଇପି)ର ଅଭିଯାନ ଜେନେରେଶନ ରେଷ୍ଟୋରେଶନ ସହ ଯୋଡ଼ି ହୋଇ ପରିବେଶ ସ୍ଥାୟିତ୍ୱ ପାଇଁ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ସ୍ଥାୟିତ୍ୱ ଆମ ପରିଚାଳନାର କେନ୍ଦ୍ରରେ ରହିଛି, ଆମକୁ ସ୍ଥାୟିତ୍ୱ ପାଇଁ ସ୍ବର ଉତ୍ତୋଳନ କରିବାକୁ ହେବ ଏବଂ କମ୍ପାନୀ ବାହାରେ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ସେହିଭଳି ଦୀର୍ଘସ୍ଥାୟିତ୍ୱ ଅଭ୍ୟାସ ବିଷୟରେ ତୃଣମୂଳସ୍ତରର ସମସ୍ତ କର୍ମଚାରୀଙ୍କୁ ଶିକ୍ଷିତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିଲାବେଳେ ସ୍ମାର୍ଟ ଗ୍ରୀନ୍‌ ଅଭିଯାନ ଅଧୀନରେ ୧୬ଟି ଇଭି କାର୍‌କୁ ନିକଟରେ ଶୁଭାରମ୍ଭ କରାଯାଇଛି।

ଏହି ଯାନଗୁଡ଼ିକ କମ୍ପାନୀର କାର୍ବନ ଫୁଟପ୍ରିଣ୍ଟ ହ୍ରାସ ସହ ବାର୍ଷିକ ୫୩.୮ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। ଏହି ତ୍ରୈମାସରେ ଅତିରିକ୍ତ ୧୪ଟି ଇଭି କାର୍‌ର ଶୁଭାରମ୍ଭ କରାଯିବ। ଆଇଏସଓ ୧୪୦୦୧ପ୍ରମାଣିତ କମ୍ପାନୀ ଭାବେ ସୁରକ୍ଷିତ ବ୍ୟାଟେରି ନିଷ୍କାସନ ଏବଂ ଏସ୍‌ଏଫ୍‌୬ ଗ୍ୟାସ ବ୍ୟବହାର ହ୍ରାସ କରିବା ସମେତ ଏହାର ପରିଚାଳନାର ସମସ୍ତ ଦିଗରେ ସ୍ଥାୟିତ୍ୱ ଅନ୍ତର୍ଭୁକ୍ତ କରିବା ପାଇଁ ଟିପିସିଓଡିଏଲର ଦାୟିତ୍ୱ ଉପରେ ସିଂହ ଗୁରୁତ୍ୱାରୋପ କରିଥିଲେ। ସେହିପରି କମ୍ପାନିର ବରିଷ୍ଠ ନେତୃତ୍ୱ ଦଳ ଟାଟା ସ୍ଥାୟିତ୍ୱ ମାସ ୨୦୨୪ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ।

The post ଟିପିସିଓଡିଏଲ୍‌ର ସ୍ମାର୍ଟ ଗ୍ରୀନ୍‌ ଅଭିଯାନ appeared first on Dharitri Odia News.