ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ
ଜମ୍ମୁ,୪।୧: ଜମ୍ମୁ କଶ୍ମୀରରୁ ବଡ଼ ଖବର ଆସିଛି। ବାନ୍ଦିପୋରାରେ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨ସେନା ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେନା ଗାଡ଼ି ଖାଲରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାସ୍ତା କଡ଼ରେ ଥିବା ଖାଲରେ ପଡ଼ିଯିବା ପରେ ସେନା […] The post ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ appeared first on Dharitri Odia News.
ଜମ୍ମୁ,୪।୧: ଜମ୍ମୁ କଶ୍ମୀରରୁ ବଡ଼ ଖବର ଆସିଛି। ବାନ୍ଦିପୋରାରେ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨ସେନା ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେନା ଗାଡ଼ି ଖାଲରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ରାସ୍ତା କଡ଼ରେ ଥିବା ଖାଲରେ ପଡ଼ିଯିବା ପରେ ସେନା ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀର ଏକ ଟିମ୍କୁ ଦେଖିବାକୁ ମିଳିଥିଲା।
ବାନ୍ଦିପୋରା ଜିଲା ଡାକ୍ତରଖାନା ଦୁର୍ଘଟଣା ସମ୍ପର୍କରେ ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ବାଣ୍ଟିଛି। ଡାକ୍ତରଖାନାର ମେଡିକାଲ ଅଧୀକ୍ଷକ ଡାକ୍ତର ମସରତ ଇକବାଲ ୱାନି କହିଛନ୍ତି ଯେ ୫ ଆହତଙ୍କୁ ଏଠାକୁ ଅଣାଯାଇଥିଲା, ସେଥିମଧ୍ୟରୁ ୨ ଜଣ ମୃତ, ୩ ଆହତଙ୍କ ଅବସ୍ଥା ଗୁରୁତର ଏବଂ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଶ୍ରୀନଗରକୁ ପଠାଯାଇଛି। ଦୁର୍ଘଟଣା ପରେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନାରେ ପହଞ୍ଚିଥିଲେ।
The post ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ appeared first on Dharitri Odia News.