ଟିଭିଏସ୍‌ ରୋନିନ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୩୦।୩: ଟିଭିଏସ୍‌ ମୋଟର କମ୍ପାନୀର ନୂତନ ଅଭିଯାନ ‘ଟେଷ୍ଟ-ରାଇଡ୍‌ କ୍ରିକେଟ ବା ଟିଆର୍‌ସି’ର ଶୁଭାରମ୍ଭ ନିକଟରେ ଘୋଷଣା ହୋଇଥିଲା। ଦେଶରେ କ୍ରିକେଟ ବିଶ୍ୱକପ୍‌ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍‌ ରୋନିନ୍‌-୨୦୨୩ କ୍ରିକେଟ ବିଶ୍ୱକପ୍‌ ସମୟରେ ଶୁବମନ ଗିଲ୍‌ଙ୍କ ଅଭିନୀତ ‘ମୁଭ୍‌ ଲାଇକ ଏ ରୋନିନ୍‌’ ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲା। ଏହି ଅଭିଯାନର ପରୀକ୍ଷାମୂଳକ ପର୍ଯ୍ୟାୟରେ ନାମ ‘ଟେଷ୍ଟ-ରାଇଡ୍‌ କ୍ରିକେଟ’ ରହିଥିଲା, ଯାହା ମୋଟରସାଇକେଲ ପ୍ରେମୀଙ୍କୁ ଟିଭିଏସ୍‌ ରୋନିନ୍‌ ପରୀକ୍ଷା କରିବାର ସୁଯୋଗ […] The post ଟିଭିଏସ୍‌ ରୋନିନ୍‌ର ନୂତନ ଅଭିଯାନ appeared first on Dharitri Odia News.

ଟିଭିଏସ୍‌ ରୋନିନ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୩୦।୩: ଟିଭିଏସ୍‌ ମୋଟର କମ୍ପାନୀର ନୂତନ ଅଭିଯାନ ‘ଟେଷ୍ଟ-ରାଇଡ୍‌ କ୍ରିକେଟ ବା ଟିଆର୍‌ସି’ର ଶୁଭାରମ୍ଭ ନିକଟରେ ଘୋଷଣା ହୋଇଥିଲା। ଦେଶରେ କ୍ରିକେଟ ବିଶ୍ୱକପ୍‌ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍‌ ରୋନିନ୍‌-୨୦୨୩ କ୍ରିକେଟ ବିଶ୍ୱକପ୍‌ ସମୟରେ ଶୁବମନ ଗିଲ୍‌ଙ୍କ ଅଭିନୀତ ‘ମୁଭ୍‌ ଲାଇକ ଏ ରୋନିନ୍‌’ ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲା। ଏହି ଅଭିଯାନର ପରୀକ୍ଷାମୂଳକ ପର୍ଯ୍ୟାୟରେ ନାମ ‘ଟେଷ୍ଟ-ରାଇଡ୍‌ କ୍ରିକେଟ’ ରହିଥିଲା, ଯାହା ମୋଟରସାଇକେଲ ପ୍ରେମୀଙ୍କୁ ଟିଭିଏସ୍‌ ରୋନିନ୍‌ ପରୀକ୍ଷା କରିବାର ସୁଯୋଗ ପ୍ରଦାନ କରିଥିଲା। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ୫ଟି ସହରରେ କମ୍ପାନୀର ଟିଭିଏସ୍‌ ରୋନିନ୍‌ ଟେଷ୍ଟ-ରାଇଡ୍‌ କ୍ରିକେଟ୍‌ ଅଭିଯାନର ବିଜେତାଙ୍କୁ ନିକଟରେ ସମ୍ବର୍ଦ୍ଧିତ କରାଯାଇଛି। ସେହିଭଳି ମୋଟରସାଇକେଲପ୍ରେମୀଙ୍କ ପାଇଁ ଏହି ଅଭିଯାନ ପ୍ରଥମ ଥର ପାଇଁ କ୍ରିକେଟ ପଡ଼ିଆ ଅଭିଜ୍ଞତା ଥିଲାବେଳେ ମୋଟର ସାଇକେଲରେ ଟେଷ୍ଟ ରାଇଡ୍‌ ଏବଂ କୁଇଜ୍‌ ଆଧାରରେ ଭାରତର ଡିଲରଶିପଗୁଡ଼ିକରେ ରନ୍‌ ସଂଗ୍ରହ କରିଥିଲେ। ଏହି ଅଭିଯାନକୁ ଜବରଦସ୍ତ ପ୍ରତିକ୍ରିୟା ଏବଂ ଅଂଶଗ୍ରହଣ ମିଳିଥିଲା। ଯେଉଁଥିରେ ଭାରତର ଟିଭିଏସ୍‌ ମୋଟର ଡିଲରପଏଣ୍ଟଗୁଡ଼ିକରେ ଶତାଧିକ ଟିଭିଏସ୍‌ ରୋନିନ୍‌ ପ୍ରେମୀଙ୍କଠାରୁ ରେକର୍ଡ ସଂଖ୍ୟକ ଆବେଦନ ଆସିଥିଲା। ଏପରିକି ଶ୍ରେଷ୍ଠ ସ୍କୋରରମାନଙ୍କୁ ସମ୍ମାନିତ କରିବା ପାଇଁ ଟିଭିଏସ୍‌ ରୋନିନ୍‌ ପକ୍ଷରୁ ସାରା ଦେଶରେ ୫ଜଣ ବିଜେତାଙ୍କୁ ବିଶ୍ୱକପ୍‌ ପ୍ରତିଯୋଗିତା ପୁରସ୍କାର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ମୁଖ୍ୟ ବ୍ୟବସାୟ (ପ୍ରିମିୟମ) ବିମଳ ସୁମ୍ବଲି କହିଛନ୍ତି, ଟେଷ୍ଟ-ରାଇଡ୍‌ କ୍ରିକେଟ୍‌ ଅଭିଯାନ ଟିଭିଏସ୍‌ ରୋନିନ୍‌ ପାଇଁ ସବୁଠାରୁ ଭଲ ସମୟରେ ଆସିପାରିଛି।

The post ଟିଭିଏସ୍‌ ରୋନିନ୍‌ର ନୂତନ ଅଭିଯାନ appeared first on Dharitri Odia News.