ଟିମ ଇଣ୍ଡିଆର ଏହି ସଦସ୍ୟଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଚାମ୍ପିଅନ୍ସ ଟ୍ରଫି ଅଧାରୁ ଛାଡି ପଳାଇଲେ

ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାଲିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତର ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୪ ରେ ହେବ। ଟିମ ଇଣ୍ଡିଆର ଜଣେ ସଦସ୍ୟଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି। ତାଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଛି। ଫଳରେ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ମଝିରେ ଛାଡି ଘରକୁ ଫେରିବାକୁ ପଡିଲା। ଭାରତୀୟ ଦଳର ପରିଚାଳକ ଆର ଦେବରାଜ ମା’ଙ୍କର ରବିବାର ସକାଳେ ଦେହାନ୍ତ ହୋଇଯାଇଛି। […] The post ଟିମ ଇଣ୍ଡିଆର ଏହି ସଦସ୍ୟଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଚାମ୍ପିଅନ୍ସ ଟ୍ରଫି ଅଧାରୁ ଛାଡି ପଳାଇଲେ appeared first on Dharitri Odia News.

ଟିମ ଇଣ୍ଡିଆର ଏହି ସଦସ୍ୟଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଚାମ୍ପିଅନ୍ସ ଟ୍ରଫି ଅଧାରୁ ଛାଡି ପଳାଇଲେ

ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାଲିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତର ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୪ ରେ ହେବ। ଟିମ ଇଣ୍ଡିଆର ଜଣେ ସଦସ୍ୟଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି। ତାଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଛି। ଫଳରେ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ମଝିରେ ଛାଡି ଘରକୁ ଫେରିବାକୁ ପଡିଲା।

ଭାରତୀୟ ଦଳର ପରିଚାଳକ ଆର ଦେବରାଜ ମା’ଙ୍କର ରବିବାର ସକାଳେ ଦେହାନ୍ତ ହୋଇଯାଇଛି। ଏହି ଦୁଃଖଦ ଖବର ପାଇବା ମାତ୍ରେ ସେ ତୁରନ୍ତ ହାଇଦ୍ରାବାଦ ଫେରିଯାଇଥିଲେ। ଦେବରାଜ ବର୍ତ୍ତମାନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (ଏଚ୍‌ସିଏ)ର ସଚିବ ମଧ୍ୟ ଅଛନ୍ତି।

ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର ଯାତ୍ରା ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ଏହା ସେମିଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଦଳ ଥିଲା। ପ୍ରଥମ ମ୍ୟାଚ୍‌ରେ ଏହା ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଥିଲା ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଆୟୋଜକ ପାକିସ୍ତାନକୁ ୬ ଉଇକେଟ୍‌ରେ ପରାସ୍ତ କରିଥିଲା।

ଭାରତର ସେମିଫାଇନାଲ ମ୍ୟାଚ ୪ ମାର୍ଚ୍ଚରେ ଦୁବାଇରେ ଖେଳାଯିବ। ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି। ଯଦି ଦଳ ଫାଇନାଲରେ ପହଞ୍ଚିବ, ତେବେ ଟାଇଟଲ ମ୍ୟାଚ ମଧ୍ୟ ଦୁବାଇରେ ଖେଳାଯିବ।

 

The post ଟିମ ଇଣ୍ଡିଆର ଏହି ସଦସ୍ୟଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଚାମ୍ପିଅନ୍ସ ଟ୍ରଫି ଅଧାରୁ ଛାଡି ପଳାଇଲେ appeared first on Dharitri Odia News.