ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ସଫାସଫା ମନା କରିଦେଲେ ଭି ଭି ଏସ୍ ଲକ୍ଷ୍ମଣ, କାରଣ ଜାଣିଲେ…
ନୂଆଦିଲ୍ଲୀ,୨୪।୫: ଟିମ୍ ଇଣ୍ଡିଆର କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମେଣ୍ଟର କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଗୌତମ ଗମ୍ଭୀର ସବୁଠାରୁ ଆଗରେ ରହିଥିବା ବେଳେ ଭି ଭି ଏସ୍ ଲକ୍ଷ୍ମଣ ଏଥିଲାଗି ଆବେଦନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଥିବା ଯୋଗୁ ଲକ୍ଷ୍ମଣଙ୍କ ପାଇଁ ଟିମ୍ ଇଣ୍ଡିଆ କୋଚ୍ ହେବା ବେଶ ସହଜ ହୋଇଥାନ୍ତା। ହେଲେ […] The post ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ସଫାସଫା ମନା କରିଦେଲେ ଭି ଭି ଏସ୍ ଲକ୍ଷ୍ମଣ, କାରଣ ଜାଣିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୪।୫: ଟିମ୍ ଇଣ୍ଡିଆର କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମେଣ୍ଟର କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଗୌତମ ଗମ୍ଭୀର ସବୁଠାରୁ ଆଗରେ ରହିଥିବା ବେଳେ ଭି ଭି ଏସ୍ ଲକ୍ଷ୍ମଣ ଏଥିଲାଗି ଆବେଦନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଥିବା ଯୋଗୁ ଲକ୍ଷ୍ମଣଙ୍କ ପାଇଁ ଟିମ୍ ଇଣ୍ଡିଆ କୋଚ୍ ହେବା ବେଶ ସହଜ ହୋଇଥାନ୍ତା। ହେଲେ ସେ ତାହା ଚାହୁଁ ନାହାନ୍ତି। ଏଭଳି ନିଷ୍ପତ୍ତି ପଛରେ କି କାରଣ ରହିଛି ତାର ଖୁଲାସା ଏକ ରିପୋର୍ଟରେ ହୋଇଛି।
ପିଟିଆଇର ରିପୋର୍ଟ ଅନୁଯାୟୀ, ଏନ୍ସିଏରେ କାର୍ଯ୍ୟକାଳ ଶେଷ ହେବା ପରେ ଲକ୍ଷ୍ମଣ ପୁଣି ଥରେ କୌଣସି ଆଇପିଏଲ୍ ଟିମ୍ ସହ ଯୋଡ଼ି ହୋଇପାରନ୍ତି। ଯଦି ତାହା ନ ହୁଏ ତେବେ ସେ କମେଣ୍ଟେଟର ଭାବେ ଲିଗ୍ରେ ନଜର ଆସିପାରନ୍ତି। ହେଲେ ବିସିସିଆଇ ଲକ୍ଷ୍ମଣଙ୍କୁ କୌଣସି ନା କୌଣସି ଭୂମିକା ଦେଇ ସାଙ୍ଗରେ ରଖିବାକୁ ଚାହୁଁଛି।
ତେବେ ବିସିସିଆଇ ସଚିବ ଜୟ ଶାହା ଏହି କୋଚ୍ ପଦବୀ ନେଇ ବଡ଼ ଅପ୍ଡେଟ୍ ଦେଇଛନ୍ତି ଯେ ଏହି ପଦରେ ଡୋମେଷ୍ଟିକ୍ କ୍ରିକେଟ ସେଟ୍ଅପ୍ ବିଷୟରେ ଭଲ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ।
The post ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ସଫାସଫା ମନା କରିଦେଲେ ଭି ଭି ଏସ୍ ଲକ୍ଷ୍ମଣ, କାରଣ ଜାଣିଲେ… appeared first on Dharitri Odia News.