କୋଦଳା, ବେଗୁନିଆପଡ଼ାରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ
କୋଦଳା,୧୫ା୧(ଅମିତ୍ କୁମାର ପଟ୍ଟନାୟକ): ରାଜ୍ୟ ସରକାର ୫-ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ବିନିମୟରେ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରମରୁଡ଼ି ଦେଖାଦେଇଛି। ଏହିପରି ଅବସ୍ଥାରେ ଡାକ୍ତର ନ ଥିବା ବେଳେ ସାମାନ୍ୟ ରୋଗରେ ପୀଡ଼ିତ ଦୂରଦୂରାନ୍ତ ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସା ଉପରେ ନିର୍ଭରକରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳୁଛି, ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି କୋଦଳା ଏନ୍ଏସିରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବେଗୁନିଆପଡ଼ା ବ୍ଲକରେ ଥିବା […] The post କୋଦଳା, ବେଗୁନିଆପଡ଼ାରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ appeared first on Dharitri Odia News.
କୋଦଳା,୧୫ା୧(ଅମିତ୍ କୁମାର ପଟ୍ଟନାୟକ): ରାଜ୍ୟ ସରକାର ୫-ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ବିନିମୟରେ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରମରୁଡ଼ି ଦେଖାଦେଇଛି। ଏହିପରି ଅବସ୍ଥାରେ ଡାକ୍ତର ନ ଥିବା ବେଳେ ସାମାନ୍ୟ ରୋଗରେ ପୀଡ଼ିତ ଦୂରଦୂରାନ୍ତ ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସା ଉପରେ ନିର୍ଭରକରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳୁଛି, ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି କୋଦଳା ଏନ୍ଏସିରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବେଗୁନିଆପଡ଼ା ବ୍ଲକରେ ଥିବା ସୁମଣ୍ଡଳ ଚିକିତ୍ସାକେନ୍ଦ୍ର ଏବଂ ବେଗୁନିଆପଡ଼ା ଚିକିତ୍ସାକେନ୍ଦ୍ର। ଏହିସବୁ ଚିକିତ୍ସା କେନ୍ଦ୍ରରେ ମୋଟ ୨୩ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଚିକିତ୍ସା କରୁଛନ୍ତି ମାତ୍ର ଦୁଇଜଣ। ଡାକ୍ତର ଆଇପିହେଚ୍ଏସ୍ ଅନୁସାରେ କୋଦଳା ଚିକିତ୍ସାକେନ୍ଦ୍ରରେ ପାଞ୍ଚଜଣ ଏମ୍ବିବିଏସ୍, ଜଣେ ଶିଶୁରୋଗ ବିଶେଷଜ୍ଞ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଔଷଧ ବିଶେଷଜ୍ଞ, ଅସ୍ତ୍ରୋପଚାର ବିଶେଷଜ୍ଞ ଏବଂ ଅନ୍ୟ ଜଣେ ବିଶେଷଜ୍ଞ ସହ ମୁଖ୍ୟ ଚିକିତ୍ସା ଅଧିକାରୀ ରହିବା କଥା। ତେବେ ୧୧ ଜଣ ଚିକିତ୍ସକ ଆବଶ୍ୟକ ଥିବା ବେଳେ କେହିବି ସ୍ଥାୟୀ ଚିକିତ୍ସକ ନାହାନ୍ତି। ଫଳରେ ୩ ଜଣଙ୍କୁ ଆସନ୍ତା ୧୬ ତାରିଖ ଯାଏ ଡେପୁଟେଶନ ହୋଇଛି। ସେହିପରି ମୁଖ୍ୟ ଚିକିତ୍ସାଧିକାରୀ ନ ଥିବାରୁ ବେଗୁନିଆପଡା ଡାକ୍ତରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ଏବଂ ବେଗୁନିଆପଡାରେ ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ ଛାଡ଼ି ଦିଆଯାଇଛି। କୋଦଳା ଚିକିତ୍ସା କେନ୍ଦ୍ରରେ ଫାର୍ମାସିଷ୍ଟ ୩ଜଣ ସ୍ଥାନରେ ଅଛନ୍ତି ଜଣେ, ଆଟେଣ୍ଡାଣ୍ଟ ୪ ସ୍ଥାନରେ ଦୁଇଜଣ, ନର୍ସ ୧୨ ସ୍ଥାନରେ ମାତ୍ର ୬ ଜଣ ରହିଛନ୍ତି। ସେହିପରି କୋଦଳା ପରି ସୁମଣ୍ଡଳ ଚିକିତ୍ସାକେନ୍ଦ୍ରରେ ସମାନ ସଂଖ୍ୟକ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଜଣେମାତ୍ର ସର୍ଜରି ଡାକ୍ତରଙ୍କ ଭରସାରେ ଚାଲିଛି। ଏଠାରେ ନର୍ସ ୮ ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇଜଣ ରହିଛନ୍ତି। ସେପଟେ ବେଗୁନିଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଅନ୍ୟ କେହି ଷ୍ଟାଫ୍ ନ ଥିବା ବେଳେ ଜଣେମାତ୍ର ଆୟୁଷ ଡାକ୍ତର ଚିକିତ୍ସାକେନ୍ଦ୍ର ଚଳାଉଛନ୍ତି, ଯାହା ରୋଗୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି। କୋଦଳା ଏବଂ ବେଗୁନିଆପଡ଼ା ଅଞ୍ଚଳର ଲକ୍ଷାଧିକ ଲୋକ ଉକ୍ତ ଡାକ୍ତରଖାନା ଉପରେ ନିର୍ଭର କରୁଥିବାରୁ ରାଜ୍ୟ ସରକାର ତୁରନ୍ତ ଡାକ୍ତର ପଦବୀ ପୂରଣ ପାଇଁ ଦାବି ହେଉଛି।
The post କୋଦଳା, ବେଗୁନିଆପଡ଼ାରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ appeared first on Dharitri Odia News.