ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡ଼ର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ବିଶ୍ରାମ’ ଦିଆଯାଇଛି। ତାଙ୍କ ସ୍ଥାନରେ ବରିଷ୍ଠ ବୋଲର ଜସପ୍ରୀତ ବୁମ୍ରା ସିଡନରେ (ଏସସିଜି) ଭାରତୀୟ ଦଳ ନେତୃତ୍ୱ ନେବାର ସମ୍ଭାବନା ରହିଛି। ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ ରୋହିତ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଏ ସମ୍ପର୍କରେ ସେ ଜଣାଇଥିଲେ, ଯେଉଁଥିରେ ସେମାନେ […] The post ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.

ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡ଼ର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ବିଶ୍ରାମ’ ଦିଆଯାଇଛି। ତାଙ୍କ ସ୍ଥାନରେ ବରିଷ୍ଠ ବୋଲର ଜସପ୍ରୀତ ବୁମ୍ରା ସିଡନରେ (ଏସସିଜି) ଭାରତୀୟ ଦଳ ନେତୃତ୍ୱ ନେବାର ସମ୍ଭାବନା ରହିଛି।

ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ ରୋହିତ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଏ ସମ୍ପର୍କରେ ସେ ଜଣାଇଥିଲେ, ଯେଉଁଥିରେ ସେମାନେ ସହମତି କରିଛନ୍ତି। ତେଣୁ ରୋହିତଙ୍କ ଅନୁପସ୍ଥିତିରେ ବରିଷ୍ଠ ଖେଳାଳି ବିରାଟଙ୍କ ଉପରେ ମଧ୍ୟ ବଡ ଦାୟିତ୍ୱ ରହିବ।

ତେବେ ମେଲବର୍ନରେ ଖେଳାଯାଇଥିବା ‘ବକ୍ସିଂ ଡେ’ ଟେଷ୍ଟ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ହୋଇପାରେ। କାରଣ ଆଗାମୀ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି(ଡବ୍ଲୁଟିସି) ସିଜିନ ପାଇଁ ଇଂଲଣ୍ଡ ବିପକ୍ଷ ସିରିଜରେ ରୋହିତଙ୍କୁ ସ୍ଥାନ ନ ମିଳିପାରେ। ଅନ୍ୟପଟେ ଭାରତ ଚଳିତ ସିଜିନ ଡବ୍ଲୁଟିସି ଫାଇନାଲକୁ ଯିବାର ସମ୍ଭାବନା ଖୁବ କମ୍ ରହିଛି।

ମେଲବର୍ଣ୍ଣ ଟେଷ୍ଟରେ ଦଳରୁ ବାଦ ପଡିଥିବା ଶୁଭମନ ଗିଲ ସିଡନରେ ଦଳକୁ ଫେରିବାକୁ ଯାଉଛନ୍ତି। ରୋହିତଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିବ। ତେବେ ସେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଥିବା ବେଳେ କେଏଲ ରାହୁଲ ଯଶସ୍ବୀ ଜୈସ୍ବାଲଙ୍କ ସହିତ ଓପନିଂ କରିବେ। ତେବେ ଲଗାତାର ଫର୍ମ ଦେଇ ଗତି କରୁଥିବା ଋଷଭ ପିନ୍ତ ଦଳରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି, ଯେତେବେଳେ କି ପ୍ରସିଦ୍ଧ କ୍ରିଷ୍ଣା ଆହତ ଆକାଶ ଦୀପଙ୍କ ସ୍ଥାନରେ ଖେଳିବାର ସୁଯୋଗ ପାଇବେ।

ମ୍ୟାଚ୍ ପୂର୍ବରୁ ଟ୍ରେନିଂ ସମୟରେ, ଫିଲ୍ଡିଂ ଡ୍ରିଲ୍ ଚାଲିଥିବାବେଳେ ଗମ୍ଭୀର ବୁମରାଙ୍କ ସହ ଲମ୍ବା ସମୟ ଆଲୋଚନା କରୁଥିବା ଦେଖାଯାଇଥିଲା। ରୋହିତ ନେଟରେ ସ୍ୱଳ୍ପ ସମୟ ଅଭ୍ୟାସ କରିଥିଲେ। ରୁଟିନ୍ ସ୍ଲିପ୍ ଅଭ୍ୟାସ ସେସନରେ ମଧ୍ୟ ସେ ନ ଥିଲେ।

ଏହାପୂର୍ବରୁ, ଯେତେବେଳେ ଗମ୍ଭୀରଙ୍କୁ ପ୍ଲେଇଂ ୧୧ ରୋହିତଙ୍କ ସ୍ଥାନ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ତେବେ ସେ କହିଥିଲେ, “ରୋହିତଙ୍କ ସହ ସବୁକିଛି ଠିକ ଅଛି। ଆମେ ୱିକେଟ୍ ଉପରେ ନଜର ପକାଇବାକୁ ଏବଂ ଆସନ୍ତାକାଲି ଖେଳିବାକୁ ଥିବା ଏକାଦଶ ଘୋଷଣା କରିବୁ।”

ଗତ କିଛି ମ୍ୟାଚରେ ରୋହିତ ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରୁଥିବା ବେଳେ ଅଷ୍ଟ୍ରେଲିଆରେ ଖେଳିଥିବା ଶେଷ ତିନୋଟି ଟେଷ୍ଟ ମ୍ୟାଚରେ ହାରାହାରି ୬.୨ ଏବଂ ଗତ ନଅ ଟେଷ୍ଟରେ ୧୦.୯୩ ରନ୍ କରିଛନ୍ତି। ଭାରତ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋଇଥିବା ମୂଳପୋଛ ଏବଂ ବୁମ୍ରାଙ୍କ ନେତୃତ୍ୱରେ ଭାରତ ପ୍ରଥମ ବର୍ଡ଼ର-ଗାଭାସ୍କର ଟେଷ୍ଟ ଜିତିବା ପରେ ରୋହିତଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଠାରୁ ଦୁଇଟି ପରାଜୟ ବରଣ କରିବାରୁ ତାଙ୍କ ଅଧିନାୟକତ୍ୱ ମଧ୍ୟ ସ୍କାନରରେ ଆସିଛି।

The post ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.