ଟିମ୍କୁ ଚାମ୍ପିୟନ କରିଥିବାରୁ ରାହୁଲ ଦ୍ରାଭିଡଙ୍କ ଉପରେ ହେଲା ଧନ ବର୍ଷା, ମିଳିଲା ଏତିକି କୋଟି ଟଙ୍କା
ନୂଆଦିଲ୍ଲୀ,୮।୭: ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ଟ୍ରଫି ଜିତିବା ପାଇଁ ବିସିସିଆଇ ଭାରତୀୟ ଦଳକୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏଥିରେ ଖେଳାଳିମାନେ ୫-୫ କୋଟି ଟଙ୍କା ପାଇବେ, କିନ୍ତୁ ଆପଣ ଜାଣନ୍ତି କି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ପୁରସ୍କାର ରାଶି ଭାବରେ ବୋର୍ଡ କେତେ ଟଙ୍କା ଦେବାକୁ ଯାଉଛି। ଆସନ୍ତୁ ଜାଣିବା … ଟିମ […] The post ଟିମ୍କୁ ଚାମ୍ପିୟନ କରିଥିବାରୁ ରାହୁଲ ଦ୍ରାଭିଡଙ୍କ ଉପରେ ହେଲା ଧନ ବର୍ଷା, ମିଳିଲା ଏତିକି କୋଟି ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୮।୭: ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ଟ୍ରଫି ଜିତିବା ପାଇଁ ବିସିସିଆଇ ଭାରତୀୟ ଦଳକୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏଥିରେ ଖେଳାଳିମାନେ ୫-୫ କୋଟି ଟଙ୍କା ପାଇବେ, କିନ୍ତୁ ଆପଣ ଜାଣନ୍ତି କି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ପୁରସ୍କାର ରାଶି ଭାବରେ ବୋର୍ଡ କେତେ ଟଙ୍କା ଦେବାକୁ ଯାଉଛି। ଆସନ୍ତୁ ଜାଣିବା …
ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତିବା ମାତ୍ରେ ଭାରତୀୟ କ୍ରିକେଟ ବୋର୍ଡ ୧୨୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ତା’ପରେ, ଯେତେବେଳେ ଜୁଲାଇ ୪ରେ ଟିମ ଇଣ୍ଡିଆ ଟ୍ରଫି ନେଇ ଭାରତ ଫେରିଥିଲା, ସେତେବେଳେ ଉତ୍ସବ ସମୟରେ ବୋର୍ଡ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟିମ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ଚେକ ପ୍ରଦାନ କରିଥିଲା। ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଟୁର୍ନାମେଣ୍ଟରେ କୌଣସି ଚାମ୍ପିୟନ ଦଳକୁ ଏତେ ବଡ଼ ପୁରସ୍କାର ରାଶି ଦେଇ ନଥିଲା।
ଟି -୨୦ ବିଶ୍ୱକପ ୨୦୨୪ର ସମାପ୍ତି ସହିତ ଟିମ ଇଣ୍ଡିଆ ପାଇଁ ଏକ ଯୁଗ ଶେଷ ହୋଇଯାଇଛି। କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଟି-୨୦ରୁ ଅବସର ନେଇଛନ୍ତି ଏବଂ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବେ ନାହିଁ, ଟି -୨୦ ବିଶ୍ୱକପ ୨୦୨୪ ତାଙ୍କ କାର୍ଯ୍ୟକାଳର ଶେଷ ଟୁର୍ନାମେଣ୍ଟ ଥିଲା । ଖବର ଆସୁଛି ଯେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି ଏବଂ ବିସିସିଆଇ ଏହାକୁ ଖୁବ ଶୀଘ୍ର ଘୋଷଣା କରିବ।
ଇତିମଧ୍ୟରେ ବିସିସିଆଇ ଦେଇଥିବା ୧୨୫ କୋଟି ଟଙ୍କା ପୁରସ୍କାର ରାହୁଲ ଦ୍ରାବିଡଙ୍କୁ ୨.୫କୋଟି ଟଙ୍କା ମିଳିବ। ସୂଚନାଯୋଗ୍ୟ, ଦ୍ରାବିଡଙ୍କ ବ୍ୟତୀତ, ଏହି ପୁରସ୍କାର ଟଙ୍କା କାହକୁ କାହାକୁ ଏବଂ କିପରି ବଣ୍ଟା ଯିବ ଆସନ୍ତୁ ଜାଣିବ।
– ସମସ୍ତ ୧୫ ଖେଳାଳି ଏବଂ ଦ୍ରାବିଡ଼ ପ୍ରତ୍ୟେକଙ୍କୁ ୫କୋଟି ଟଙ୍କା ପାଇବେ।
– ବାକି କୋଚିଂ ଗ୍ରୁପ ୨.୫-୨.୫କୋଟି ଟଙ୍କା ପାଇବେ।
– ବ୍ୟାକରୁମ କର୍ମଚାରୀ ପ୍ରତ୍ୟେକଙ୍କୁ ୨ କୋଟି ଟଙ୍କା।
– ଚୟନ କମିଟି ପାଇଁ ପ୍ରତ୍ୟେକ ଏକ କୋଟି ଟଙ୍କା ପାଇବେ।
– ରିଜର୍ଭ ଖେଳାଳିଙ୍କୁ ଏକ କୋଟି ଟଙ୍କା ମିଳିବ।
The post ଟିମ୍କୁ ଚାମ୍ପିୟନ କରିଥିବାରୁ ରାହୁଲ ଦ୍ରାଭିଡଙ୍କ ଉପରେ ହେଲା ଧନ ବର୍ଷା, ମିଳିଲା ଏତିକି କୋଟି ଟଙ୍କା appeared first on Dharitri Odia News.