ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା କିମ୍ବା ଟ୍ରମ୍ପ ପ୍ରଶାସନ ଭାରତର ରପ୍ତାନି ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିପାରନ୍ତି। ଏହାର ଅର୍ଥ ହେଉଛି ଚାଇନା ସହିତ ଭାରତ ମଧ୍ୟ ଆମେରିକାର ଟାର୍ଗେଟ ହେବାକୁ ଯାଉଛି। ଯଦି ଏପରି ଘଟେ ତେବେ ଦୁଇ ଦେଶ ମଧ୍ୟରେ ଏକ ନୂଆ ପ୍ରକାରର ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। […] The post ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ! appeared first on Dharitri Odia News.

ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା କିମ୍ବା ଟ୍ରମ୍ପ ପ୍ରଶାସନ ଭାରତର ରପ୍ତାନି ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିପାରନ୍ତି। ଏହାର ଅର୍ଥ ହେଉଛି ଚାଇନା ସହିତ ଭାରତ ମଧ୍ୟ ଆମେରିକାର ଟାର୍ଗେଟ ହେବାକୁ ଯାଉଛି। ଯଦି ଏପରି ଘଟେ ତେବେ ଦୁଇ ଦେଶ ମଧ୍ୟରେ ଏକ ନୂଆ ପ୍ରକାରର ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ହେବାକୁ ଯାଉଛି। ଆମେରିକା ନିର୍ବାଚନରେ ଏମପି ଭାବେ ନିର୍ବାଚିତ ହୋଇଥିବା ଭାରତୀୟ ମୂଳ ସୁହାସ ସୁବ୍ରମଣ୍ୟମ କହିଛନ୍ତି ଯେ, ସେ ଭାରତ ଉପରେ ଶୁଳ୍କ ଲାଗୁ କରିବାକୁ ବିରୋଧ କରୁଛନ୍ତି କାରଣ ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ହେବ।

ସୁବ୍ରମଣ୍ୟମ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଭାରତ ଉପରେ ଶୁଳ୍କ ଲାଗୁ କରିବାକୁ ସମର୍ଥନ କରୁନାହାଁନ୍ତି। ଏହା ଏକ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବ। ଏହା କୌଣସି ଦେଶ ପାଇଁ ଭଲ ନୁହେଁ। ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତର ଶୁଳ୍କ ଢାଞ୍ଚାରେ ଖୋଳତାଡ଼ କରିଥିଲେ ଏବଂ ଚାଇନା ଓ ଭାରତ ପରି ଦେଶ ଉପରେ ପାରସ୍ପରିକ ଟିକସ ଲାଗୁ କରିବା ବିଷୟରେ କହିଥିଲେ।

୩୮ ବର୍ଷୀୟ ସୁବ୍ରମଣ୍ୟମ ଆମେରିକାର ଲୋକ ସଭାରେ ନିର୍ବାଚିତ ଷଷ୍ଠ ଭାରତୀୟ-ଆମେରିକୀୟ। ଆମେରିକାର ଇମିଗ୍ରେସନ ସିଷ୍ଟମରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ସେ ସମର୍ଥନ କରିଥିଲେ। ସୁବ୍ରମଣ୍ୟମ କହିଛନ୍ତି ଯେ, ମୁଁ ଇମିଗ୍ରେସନ ବିଷୟରେ ବହୁତ କିଛି ଶୁଣୁଛି, ବିଶେଷକରି H-1B ଭିସା ଥିବା ବ୍ୟକ୍ତି ନାଗରିକତା ଏବଂ ଗ୍ରୀନ କାର୍ଡ ପାଇବାକୁ ଚେଷ୍ଟା କରୁଛନ୍ତି।

The post ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ! appeared first on Dharitri Odia News.