ଟେଲିକମ୍ କମ୍ପାନି ଦେବେ ମେସେଜ୍ ଟ୍ରେସେବିଲିଟି ସୁବିଧା; ପହିଲାରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ,୨୫/୧୧: ଡିସେମ୍ବର ପହିଲାରୁ ଟେଲିକମ କମ୍ପାନି ଗୁଡିକ ମେସେଜ ଟ୍ରେସେବିଲିଟି ସୁବିଧା ଲାଗୁ କରିବେ ।  ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶ ଜାରି ହୋଇଛି । ବର୍ତ୍ତମାନ ଦ୍ରୁତ ଗତିରେ ବଢ଼ୁଥିବା ସାଇବର ଠକେଇକୁ ନଜରରେ ରଖି ଏଭଳି ସୁବିଧା ଆସିବ । ଏହା ଦ୍ୱାରା ଓଟିପି ଆସିବାରେ ବିଳମ୍ବ ହେବ । ଫଳରେ ଓଟିପି ଆଳରେ ହେଉଥିବା ଠକେଇ ଉପରେ ନିୟନ୍ତ୍ରଣ ଲଗାଇବାକୁ   ସକ୍ଷମ ହେବେ ସରକାର । ବ୍ୟାଙ୍କିଂ ଏବଂ ରିଜର୍ଭେସନ କ୍ଷେତ୍ରରେ ଓଟିପି ଲାଗି ଅପେକ୍ଷାକୃତ ଅଧିକ ସମୟ ଅପେକ୍ଷା   କରିବାକୁ ହେବ । ସବୁ ଟେଲିକମ କମ୍ପାନି ଏହାକୁ ଲାଗୁ କରିବେ । ସାଇବର ଠକେଇରୁ ଲୋକଙ୍କୁ ରକ୍ଷା କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରାଇ କହିଛି । ଏହା ପୂର୍ବରୁ ଅକ୍ଟୋବର ଏବଂ ନଭେମ୍ବର ୩୧ ଏହାର ସମୟ ସୀମା ରହିଥିଲା । ତେବେ ଟେଲିକମ କମ୍ପାନିଗୁଡିକ ଏ ନେଇ ପ୍ରସ୍ତୁତ ହୋଇନଥିବାରୁ ସମୟ ସୀମାରେ ବୃଦ୍ଧି କରାଯାଇଥିଲା ।

ଟେଲିକମ୍ କମ୍ପାନି ଦେବେ ମେସେଜ୍ ଟ୍ରେସେବିଲିଟି ସୁବିଧା; ପହିଲାରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ,୨୫/୧୧: ଡିସେମ୍ବର ପହିଲାରୁ ଟେଲିକମ କମ୍ପାନି ଗୁଡିକ ମେସେଜ ଟ୍ରେସେବିଲିଟି ସୁବିଧା ଲାଗୁ କରିବେ ।  ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶ ଜାରି ହୋଇଛି । ବର୍ତ୍ତମାନ ଦ୍ରୁତ ଗତିରେ ବଢ଼ୁଥିବା ସାଇବର ଠକେଇକୁ ନଜରରେ ରଖି ଏଭଳି ସୁବିଧା ଆସିବ । ଏହା ଦ୍ୱାରା ଓଟିପି ଆସିବାରେ ବିଳମ୍ବ ହେବ । ଫଳରେ ଓଟିପି ଆଳରେ ହେଉଥିବା ଠକେଇ ଉପରେ ନିୟନ୍ତ୍ରଣ ଲଗାଇବାକୁ   ସକ୍ଷମ ହେବେ ସରକାର । 

ବ୍ୟାଙ୍କିଂ ଏବଂ ରିଜର୍ଭେସନ କ୍ଷେତ୍ରରେ ଓଟିପି ଲାଗି ଅପେକ୍ଷାକୃତ ଅଧିକ ସମୟ ଅପେକ୍ଷା   କରିବାକୁ ହେବ । ସବୁ ଟେଲିକମ କମ୍ପାନି ଏହାକୁ ଲାଗୁ କରିବେ । ସାଇବର ଠକେଇରୁ ଲୋକଙ୍କୁ ରକ୍ଷା କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରାଇ କହିଛି । ଏହା ପୂର୍ବରୁ ଅକ୍ଟୋବର ଏବଂ ନଭେମ୍ବର ୩୧ ଏହାର ସମୟ ସୀମା ରହିଥିଲା । ତେବେ ଟେଲିକମ କମ୍ପାନିଗୁଡିକ ଏ ନେଇ ପ୍ରସ୍ତୁତ ହୋଇନଥିବାରୁ ସମୟ ସୀମାରେ ବୃଦ୍ଧି କରାଯାଇଥିଲା ।