ଟେଲିକମ୍ ସେକ୍ଟର ପୁଣି ଟାଟାର ଏଣ୍ଟ୍ରି; ୧୫ ହଜାର କୋଟିର ନିବେଶ, ରକେଟ୍ ସ୍ପିଡରେ ଧାଇଁବ ଇଣ୍ଟରନେଟ୍
ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଟାଟା ଇଣ୍ଡିକମ୍ ନାଁରେ ଏକ ଟେଲିକମ୍ କମ୍ପାନୀ ଥିଲା ? ଯିଏ ସବୁଠୁ କମ୍ ଦାମରେ ରିଚାର୍ଜ ଦେଉଥିଲା ! ମୋବାଇଲରେ କଥା ହେବାକୁ ଫ୍ରି’ ମିନିଟ୍ ଦେଉଥିଲା । ଯାହାର ସଡିଏମଏ ଏବଂ ଜିଏସଏମ ଦୁଇ ପ୍ରକାର ନେଟ୍ଓ୍ବର୍କ ଥିଲା । ଏବେ ସେହି ଟାଟା କମ୍ପାନୀ ପୁଣି ଥରେ ଟେଲିକମ୍ ଦୁନିଆରେ ଏଣ୍ଟ୍ରି ମାରିବାକୁ ଯାଉଛି । ଏଥର ବିଏସଏନଏଲ ସହିତ ଭାଗିଦାରୀରେ ମାର୍କେଟକୁ ଆସୁଛି । ଏହାର ପ୍ରଭାବ ଅନ୍ୟ ଟେଲିକମ୍ କମ୍ପାନିମାନଙ୍କୁ ପଡ଼ିବାକୁ ଯାଉଛି । ଅନ୍ୟପଟେ ଟାଟା ପୁଣି ଥରେ ମାର୍କେଟକୁ ଆସିଲେ ୟୁଜର୍ସମାନଙ୍କ ପାଇଁ ଫାଇଦା ହେବ ବୋଲି କୁହାଯାଉଛି । କିଛି ଦିନ ପୂର୍ବରୁ ଟାଟା କନସଲଟେନ୍ସି ସର୍ଭିସ୍ ବା ଟିସିଏସ୍ ବିଏସଏନଏଲ ସହିତ ବୁଝାମଣା କରିଛି । ଟାଟା ଭାରତୀୟ ସଂଚାର ନିଗମରେ ପ୍ରାୟ ୧୫ ହଜାର କୋଟି ଟଙ୍କା ନିବେଶ କରିଛି । ଟିସିଏସ୍ ଡାଟା ସେଣ୍ଟର ସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛି । ଟାଟାର ଏହି ନିବେଶରେ ୪ଟି କ୍ଷେତ୍ରରେ ବିକଶିତ ହେବାର ଆଶା ରହିଛି । ଯେଉଁଥିରେ ଦେଶ ପାଇଁ ବଡ଼ ଫାଇଦା ହେବା ନିଶ୍ଚିତ । ବିଏସଏନଏଲ ଏବଂ ଟାଟାର ବୁଝାମଣାରେ ଦ୍ରୁତଗତିରେ ଗ୍ରାମାଞ୍ଚଳରେ ନେଟଓ୍ବାର୍କ ପହଞ୍ଚିବ । ବିଏସଏନଏଲ ଇଣ୍ଟରନେଟର ଦ୍ରୁତ ପ୍ରସାର ହେବ । ଏହି ଯୋଜନାରେ ପ୍ରାୟ ୧୦୦୦ ଗାଁରେ ଇଣ୍ଟରନେଟ ସୁବିଧା ହେବ । କିଛି ଅଞ୍ଚଳରେ ୪ଜି ଟେଷ୍ଟିଂ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ପୂର୍ବରୁ ୩ଜି ଇଣ୍ଟରନେ
ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଟାଟା ଇଣ୍ଡିକମ୍ ନାଁରେ ଏକ ଟେଲିକମ୍ କମ୍ପାନୀ ଥିଲା ? ଯିଏ ସବୁଠୁ କମ୍ ଦାମରେ ରିଚାର୍ଜ ଦେଉଥିଲା ! ମୋବାଇଲରେ କଥା ହେବାକୁ ଫ୍ରି’ ମିନିଟ୍ ଦେଉଥିଲା । ଯାହାର ସଡିଏମଏ ଏବଂ ଜିଏସଏମ ଦୁଇ ପ୍ରକାର ନେଟ୍ଓ୍ବର୍କ ଥିଲା । ଏବେ ସେହି ଟାଟା କମ୍ପାନୀ ପୁଣି ଥରେ ଟେଲିକମ୍ ଦୁନିଆରେ ଏଣ୍ଟ୍ରି ମାରିବାକୁ ଯାଉଛି । ଏଥର ବିଏସଏନଏଲ ସହିତ ଭାଗିଦାରୀରେ ମାର୍କେଟକୁ ଆସୁଛି । ଏହାର ପ୍ରଭାବ ଅନ୍ୟ ଟେଲିକମ୍ କମ୍ପାନିମାନଙ୍କୁ ପଡ଼ିବାକୁ ଯାଉଛି । ଅନ୍ୟପଟେ ଟାଟା ପୁଣି ଥରେ ମାର୍କେଟକୁ ଆସିଲେ ୟୁଜର୍ସମାନଙ୍କ ପାଇଁ ଫାଇଦା ହେବ ବୋଲି କୁହାଯାଉଛି ।
କିଛି ଦିନ ପୂର୍ବରୁ ଟାଟା କନସଲଟେନ୍ସି ସର୍ଭିସ୍ ବା ଟିସିଏସ୍ ବିଏସଏନଏଲ ସହିତ ବୁଝାମଣା କରିଛି । ଟାଟା ଭାରତୀୟ ସଂଚାର ନିଗମରେ ପ୍ରାୟ ୧୫ ହଜାର କୋଟି ଟଙ୍କା ନିବେଶ କରିଛି । ଟିସିଏସ୍ ଡାଟା ସେଣ୍ଟର ସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛି । ଟାଟାର ଏହି ନିବେଶରେ ୪ଟି କ୍ଷେତ୍ରରେ ବିକଶିତ ହେବାର ଆଶା ରହିଛି । ଯେଉଁଥିରେ ଦେଶ ପାଇଁ ବଡ଼ ଫାଇଦା ହେବା ନିଶ୍ଚିତ ।
ବିଏସଏନଏଲ ଏବଂ ଟାଟାର ବୁଝାମଣାରେ ଦ୍ରୁତଗତିରେ ଗ୍ରାମାଞ୍ଚଳରେ ନେଟଓ୍ବାର୍କ ପହଞ୍ଚିବ । ବିଏସଏନଏଲ ଇଣ୍ଟରନେଟର ଦ୍ରୁତ ପ୍ରସାର ହେବ । ଏହି ଯୋଜନାରେ ପ୍ରାୟ ୧୦୦୦ ଗାଁରେ ଇଣ୍ଟରନେଟ ସୁବିଧା ହେବ । କିଛି ଅଞ୍ଚଳରେ ୪ଜି ଟେଷ୍ଟିଂ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ପୂର୍ବରୁ ୩ଜି ଇଣ୍ଟରନେଟ ସେବା ଚାଲୁଥିଲା । ଗ୍ରାମାଞ୍ଚଳ ଗୁଡ଼ିକରେ ପରିବର୍ତ୍ତନ ହେବାରେ ଲାଗିଛି ।
ଏବି ବୁଝାମଣା ସହିତ ଏକ ଗୁଜବ ବି ଦେଶ ସାରା ଘୂରିବୁଲୁଛି ଯେ ବିଏସଏନଏଲକୁ ଟାଟା ଗ୍ରୁପ୍ କିଣି ନେଇଛି । ସୋସିଆଲ୍ ମିଡିଆରେ ଏହି ଗୁଜବ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ ଅସଲ କଥା ହେଉଛି ଟାଟା ବିଏସଏନଏଲରେ ନିବେଶ କରିଛି, କୌଣସି ପ୍ରକାର ଅଂଶ କିଣିନାହିଁ । ଅନ୍ୟପଟେ ବିଏସଏନଏଲ 5ଜି ନେଟଓ୍ବାର୍କ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛ ।...