ମହିଳାଙ୍କୁ ପୂରା ଗିଳିଦେଲା ଅଜଗର, ସାପ ପେଟରୁ ବାହାରିଲା ମୃତ ଶରୀର
ନୂଆଦିଲ୍ଲୀ ୦୪।୦୭: ମହିଳାଙ୍କୁ ପୂରା ଗିଳିଦେଲା ସାପ । ସେଣ୍ଟ୍ରାଲ ଇଣ୍ଡୋନେସିଆର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମହିଳାଙ୍କୁ ଅଜଗର ପେଟରୁ ମୃତ ଅବସ୍ଥାରେ ବାହାର କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି । ଉକ୍ତ ପ୍ରଦେଶରେ ଗୋଟିଏ ମାସରେ ଅଜଗର ମଣିଷ ଗିଳିବାର ଏହା ୨ୟ ମାମଲା । ପୁଲିସ ଅନୁସାରେ, ସିରିଆତି ନାମ୍ନୀ ଜଣେ ୩୬ ବର୍ଷୀୟା ମହିଳା ଗତ ମଙ୍ଗଳବାର ସକାଳେ ନିଜର ଅସୁସ୍ଥ ପିଲା ପାଇଁ ଔଷଧ ଆଣିବାକୁ ଘରୁ ବାହାରିଥିଲେ । ତା’ପରେ ସେ ଆଉ ଘରକୁ ଫେରିନଥିଲେ । ପରିଜନମାନେ ତାଙ୍କୁ ଖୋଜାଖୋଜି କଲେ । ଦକ୍ଷିଣ ସୁଲାୱେସି ପ୍ରଦେଶର ସିତେବା ଗାଁ ସ୍ଥିତ ନିଜ ଘରଠୁ ୫୦୦ ମିଟର ଦୂର ପଡ଼ିଆରେ ସିରିଆତିଙ୍କ ସ୍ୱାମୀ ତାଙ୍କ ଚପଲ ଓ ପ୍ୟାଣ୍ଟ୍ ପାଇଲେ । ଏହା ପରେ ସିରିଆତିଙ୍କ ସ୍ୱାମୀ ଆଦିଆନ୍ସା ରାସ୍ତାରୁ ପ୍ରାୟ ୧୦ ମିଟର ଦୂରରେ ଏକ ଜୀବନ୍ତ ଅଜଗର ସାପକୁ ଦେଖିଲେ । ସାପର ବିଶାଳ ପେଟକୁ ଦେଖି ତାଙ୍କର ସନ୍ଦେହ ହେଲା । ସାପର ପେଟକୁ କାଟିବା ପାଇଁ ସେ ଗାଁ ଲୋକଙ୍କୁ ଡାକିଲେ । ତା’ପରେ ସିରିଆତିଙ୍କ ମୃତ ଶରୀରକୁ ସାପ ପେଟରୁ ବାହାର କରାଗଲା । ନିକଟ ଅତୀତରେ ଅନେକ ଲୋକଙ୍କୁ ଅଜଗର ଗିଳିବା ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଏହି ଘଟଣା ଅତ୍ୟନ୍ତ ବିରଳ ବୋଲି ପୁଲିସ କହିଛି । ଦକ୍ଷିଣ ସୁଲାୱେସିର ଆଉ ଏକ ଜିଲ୍ଲାରେ ଗତ ମାସ ଜଣେ ମହିଳାଙ୍କୁ ଅଜଗର ପେଟରୁ ମୃତ ବାହାର କରାଯାଇଥିଲା । ଗତ ବର୍ଷ ୮ ମିଟର ଲମ୍ବ ଏକ ଅଜଗର ଉକ୍ତ ପ
ନୂଆଦିଲ୍ଲୀ ୦୪।୦୭: ମହିଳାଙ୍କୁ ପୂରା ଗିଳିଦେଲା ସାପ । ସେଣ୍ଟ୍ରାଲ ଇଣ୍ଡୋନେସିଆର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମହିଳାଙ୍କୁ ଅଜଗର ପେଟରୁ ମୃତ ଅବସ୍ଥାରେ ବାହାର କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି । ଉକ୍ତ ପ୍ରଦେଶରେ ଗୋଟିଏ ମାସରେ ଅଜଗର ମଣିଷ ଗିଳିବାର ଏହା ୨ୟ ମାମଲା ।
ପୁଲିସ ଅନୁସାରେ, ସିରିଆତି ନାମ୍ନୀ ଜଣେ ୩୬ ବର୍ଷୀୟା ମହିଳା ଗତ ମଙ୍ଗଳବାର ସକାଳେ ନିଜର ଅସୁସ୍ଥ ପିଲା ପାଇଁ ଔଷଧ ଆଣିବାକୁ ଘରୁ ବାହାରିଥିଲେ । ତା’ପରେ ସେ ଆଉ ଘରକୁ ଫେରିନଥିଲେ । ପରିଜନମାନେ ତାଙ୍କୁ ଖୋଜାଖୋଜି କଲେ ।
ଦକ୍ଷିଣ ସୁଲାୱେସି ପ୍ରଦେଶର ସିତେବା ଗାଁ ସ୍ଥିତ ନିଜ ଘରଠୁ ୫୦୦ ମିଟର ଦୂର ପଡ଼ିଆରେ ସିରିଆତିଙ୍କ ସ୍ୱାମୀ ତାଙ୍କ ଚପଲ ଓ ପ୍ୟାଣ୍ଟ୍ ପାଇଲେ । ଏହା ପରେ ସିରିଆତିଙ୍କ ସ୍ୱାମୀ ଆଦିଆନ୍ସା ରାସ୍ତାରୁ ପ୍ରାୟ ୧୦ ମିଟର ଦୂରରେ ଏକ ଜୀବନ୍ତ ଅଜଗର ସାପକୁ ଦେଖିଲେ । ସାପର ବିଶାଳ ପେଟକୁ ଦେଖି ତାଙ୍କର ସନ୍ଦେହ ହେଲା ।
ସାପର ପେଟକୁ କାଟିବା ପାଇଁ ସେ ଗାଁ ଲୋକଙ୍କୁ ଡାକିଲେ । ତା’ପରେ ସିରିଆତିଙ୍କ ମୃତ ଶରୀରକୁ ସାପ ପେଟରୁ ବାହାର କରାଗଲା । ନିକଟ ଅତୀତରେ ଅନେକ ଲୋକଙ୍କୁ ଅଜଗର ଗିଳିବା ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଏହି ଘଟଣା ଅତ୍ୟନ୍ତ ବିରଳ ବୋଲି ପୁଲିସ କହିଛି । ଦକ୍ଷିଣ ସୁଲାୱେସିର ଆଉ ଏକ ଜିଲ୍ଲାରେ ଗତ ମାସ ଜଣେ ମହିଳାଙ୍କୁ ଅଜଗର ପେଟରୁ ମୃତ ବାହାର କରାଯାଇଥିଲା ।
ଗତ ବର୍ଷ ୮ ମିଟର ଲମ୍ବ ଏକ ଅଜଗର ଉକ୍ତ ପ୍ରଦେଶ ବାସିନ୍ଦା ଜଣେ କୃଷକଙ୍କୁ ମୋଡ଼ି ଗିଳୁଥିବାବେଳେ ତାକୁ ଗାଁ ଲୋକେ ମାରିଥିଲେ । ୨୦୧୮ ମସିହାରେ ଦକ୍ଷିଣପୂର୍ବ ସୁଲାୱେସିର ମୁନା ସହରରେ ୭ ମିଟର ଲମ୍ବ ଏକ ଅଜଗର ପେଟରୁ ଜଣେ ୫୪ ବର୍ଷୀୟ ମହିଳାଙ୍କୁ ମୃତ ବାହାର କରାଯାଇଥିଲା ।