ଟ୍ରକକୁ ପିଟିଲା ବାଇକ୍‌, ଚାଳକ ମୃତ

ଆଜି ଅପରାହ୍ନ ସମୟରେ ଏକ ମାଲ ବୋଝେଇ ଟ୍ରକ ମଉସୁଧା ଛକ ନିକଟରେ ସିମେଣ୍ଟ ଅନଲୋଡ କରୁଥିଲା। ସେଇ ସମୟରେ ଗୋଟିଏ ବାଇକ୍‌ ଦ୍ରୁତଗତିରେ ଆସି ଟ୍ରକ ପଛପଟକୁ ପିଟିଥିଲ।

ଟ୍ରକକୁ ପିଟିଲା ବାଇକ୍‌, ଚାଳକ ମୃତ

ଟ୍ରକ ପଛକୁ ପିଟିଲା ବାଇକ୍‌ ଚାଳକ ମୃତ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଵାଂଶଡ଼ା ଥାନା ଅଧିନସ୍ଥ ମଉସୁଧା ଛକରେ। ମୃତକ ହେଲେ ଦୀପକ ଜେନା।

ଆଜି ଅପରାହ୍ନ ସମୟରେ ଏକ ମାଲ ବୋଝେଇ ଟ୍ରକ ମଉସୁଧା ଛକ ନିକଟରେ ସିମେଣ୍ଟ ଅନଲୋଡ କରୁଥିଲା। ସେଇ ସମୟରେ ଗୋଟିଏ ବାଇକ୍‌ ଦ୍ରୁତଗତିରେ ଆସି ଟ୍ରକ ପଛପଟକୁ ପିଟିଥିଲ। ଫଳରେ ବାଇକ୍ ଚାଳକ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଏନେଇ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ