ଟ୍ରଲର-ବାଇକ୍‌ ଧକ୍କା: ୨୦ ଘଣ୍ଟା ପରେ ରାସ୍ତାରୁ ଉଠିଲା ମୃତଦେହ

ତେନ୍ତୁଳିଖୁଣ୍ଟି, ୮।୧୨ (ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳ ଆଉଁଳିଗୁମ୍ମା ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟପୁର ନିକଟ ବଡ଼ଯିଉନି ଗ୍ରାମର ରବି ନାରାୟଣ ପାତ୍ର। ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭରଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଥାନା ଅଧିକାରୀ ହରିଶ ଗୋଲୋରି ଦିନ ତମାମ […] The post ଟ୍ରଲର-ବାଇକ୍‌ ଧକ୍କା: ୨୦ ଘଣ୍ଟା ପରେ ରାସ୍ତାରୁ ଉଠିଲା ମୃତଦେହ appeared first on Dharitri Odia News.

ଟ୍ରଲର-ବାଇକ୍‌ ଧକ୍କା: ୨୦ ଘଣ୍ଟା ପରେ ରାସ୍ତାରୁ ଉଠିଲା ମୃତଦେହ

ତେନ୍ତୁଳିଖୁଣ୍ଟି, ୮।୧୨ (ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳ ଆଉଁଳିଗୁମ୍ମା ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟପୁର ନିକଟ ବଡ଼ଯିଉନି ଗ୍ରାମର ରବି ନାରାୟଣ ପାତ୍ର।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭରଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଥାନା ଅଧିକାରୀ ହରିଶ ଗୋଲୋରି ଦିନ ତମାମ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ପରେ ତହସିଲଦାର ରାଜ କିଶୋର ପଟ୍ଟନାୟକ ଧାରଣାସ୍ଥଳକୁ ଯାଇ ବୁଝାଇବା ସହ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିଥିଲେ। ୨୦ ଘଣ୍ଟାର କସରତ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

୮ ଦିନ ମଧ୍ୟରେ କମ୍ପାନୀ ତରଫରୁ କ୍ଷତିପୂରଣ ନ ଦିଆଗଲେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ପରିବାର ବର୍ଗ କହିଛନ୍ତି । ଏ ନେଇ ଥାନାରେ କେସ୍‌ ନମ୍ବର ୧୬୭ ରେ ମାମଲା ରୁଜୁ ହୋଇଛି। ପାରିପାଶର୍‌ବିକ ସ୍ଥିତିକୁ ସମୀକ୍ଷା କଲେ ପ୍ରାଥମିକ ଭାବେ ରାସ୍ତାରେ ମେଟାଲବିଛାଇବା ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମେୟ ହେଉଛି।ଟେଣ୍ଡର ପ୍ରକ୍ରିୟା ସରିଯାଇଥିବାରୁ ତୁରନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହେଉଛି। ଏହାସହିତ ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇପ୍‌ ବିଛାଇବା ନାମରେ ରାସ୍ତା ନଷ୍ଟ କରିବାରୁ କ୍ଷାନ୍ତ ରହିବା ପାଇଁ ଦାବି ହେଉଛି।

The post ଟ୍ରଲର-ବାଇକ୍‌ ଧକ୍କା: ୨୦ ଘଣ୍ଟା ପରେ ରାସ୍ତାରୁ ଉଠିଲା ମୃତଦେହ appeared first on Dharitri Odia News.