ଟ୍ରାକ୍ଟର ଓଲଟି ଚାଲିଗଲା ମାଲିକଙ୍କ ଜୀବନ
ଭଞ୍ଜନଗର,୧୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଟାଙ୍ଗଣ ଗ୍ରାମରେ ଶନିବାର ସାରେ କାଦଅ ଜମିରେ ଟ୍ରକ୍ଟର ଓଲଟି ମାଲିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମିଟୁ ପାତ୍ର (୪୭)। ଖବର ପାଇ ଭଞ୍ଜନଗର ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ତଳୁ ମୃତଦେହ ଉଦ୍ଧାର କରିଥିଲେ। ତାରସିଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଡ୍ରାଇଭର ଟ୍ରାକ୍ଟର ନେଇ ଗ୍ରାମର ଏକ ଜମିରେ କାଦୁଅ କରୁଥିଲେ। ସେତିକିବେଳେ […] The post ଟ୍ରାକ୍ଟର ଓଲଟି ଚାଲିଗଲା ମାଲିକଙ୍କ ଜୀବନ appeared first on Dharitri Odia News.
ଭଞ୍ଜନଗର,୧୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଟାଙ୍ଗଣ ଗ୍ରାମରେ ଶନିବାର ସାରେ କାଦଅ ଜମିରେ ଟ୍ରକ୍ଟର ଓଲଟି ମାଲିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମିଟୁ ପାତ୍ର (୪୭)। ଖବର ପାଇ ଭଞ୍ଜନଗର ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ତଳୁ ମୃତଦେହ ଉଦ୍ଧାର କରିଥିଲେ। ତାରସିଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ଡ୍ରାଇଭର ଟ୍ରାକ୍ଟର ନେଇ ଗ୍ରାମର ଏକ ଜମିରେ କାଦୁଅ କରୁଥିଲେ। ସେତିକିବେଳେ ଟ୍ରାକ୍ଟର କାଦୁଅରେ ଲାଗି ଯାଇଥିଲା। ହେଲେ ଡ୍ରାଇଭର ଗାଡ଼ିକୁ କାଦରୁ ବାହାର କରିପାରି ନ ଥିଲେ। ଖବର ପାଇ ମିଟୁ ଗାଡ଼ିଟିକୁ ବାହାର କରିବାକୁ ଯାଇଥିଲେ। ସେତିକିବେଳେ ଟ୍ରାକ୍ଟର ଓଲଟି ପଡିବାରୁ ମିଟୁ କାଦୁଅ ତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
The post ଟ୍ରାକ୍ଟର ଓଲଟି ଚାଲିଗଲା ମାଲିକଙ୍କ ଜୀବନ appeared first on Dharitri Odia News.