ଟ୍ରାକ୍ଟର ଓଲଟି ଦୁଇ ଭଉଣୀଙ୍କ ମୃତ୍ୟୁ
ପାଣିକୋଇଲି : ଯାଜପୁର ରୋଡ୍ ଯୋଡ଼ାବର ନିକଟରେ ଅଘଟଣ । ନାଳକୁ ଟ୍ରାକ୍ଟର ଓଲଟି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଦୁଇ ଭଉଣୀଙ୍କ ବୟସ ୧୪ ବର୍ଷ ଏବଂ ୧୧ ବର୍ଷ I ତାଙ୍କ ଘର ଯୋଡ଼ାବର ରମ୍ପାସ ଗାଁ ମାଝୀ ସାହି ଅଞ୍ଚଳର ବୋଲି ଜଣାପଡିଛି । ଧାନ ଅମଳ ମେସିନ ନେଇ ଯାଉଥିବାବେଳେ ଗଣ୍ଡା ନାଳକୁ ଓଲଟି ପଡିଥିଲା ଟ୍ରାକ୍ଟର । ଘଟଣାସ୍ଥଳରେ ଯାଜପୁର ରୋଡ୍ […]

ପାଣିକୋଇଲି : ଯାଜପୁର ରୋଡ୍ ଯୋଡ଼ାବର ନିକଟରେ ଅଘଟଣ । ନାଳକୁ ଟ୍ରାକ୍ଟର ଓଲଟି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଦୁଇ ଭଉଣୀଙ୍କ ବୟସ ୧୪ ବର୍ଷ ଏବଂ ୧୧ ବର୍ଷ I ତାଙ୍କ ଘର ଯୋଡ଼ାବର ରମ୍ପାସ ଗାଁ ମାଝୀ ସାହି ଅଞ୍ଚଳର ବୋଲି ଜଣାପଡିଛି । ଧାନ ଅମଳ ମେସିନ ନେଇ ଯାଉଥିବାବେଳେ ଗଣ୍ଡା ନାଳକୁ ଓଲଟି ପଡିଥିଲା ଟ୍ରାକ୍ଟର । ଘଟଣାସ୍ଥଳରେ ଯାଜପୁର ରୋଡ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।