ଟ୍ରାକ୍ଟର ଧକ୍କାରେ ସ୍କୁଲ ଛାତ୍ର ମୃତ
ଭଦ୍ରକ: ଆଗରପଡ଼ା ଥାନା ନୂଆପୋଖରୀ ନିକଟରେ ଦୁର୍ଘଟଣା। ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି। ୨ ଛାତ୍ର ଘରକୁ ଫେରୁଥିବାବେଳେ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଏଥିରେ ଜଣେ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାବେଳେ ଆଉ ଜଣେ ଛାତ୍ର ଗୁରୁତର ହୋଇଥିଲା। ଗୁରୁତର ଛାତ୍ର ଜଣଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।