ଅଲ୍ଲୁ ଅର୍ଜୁନ ଗିରଫ, ପୁଷ୍ପା-୨ ସ୍କ୍ରିନିଂରେ ମୃତ୍ୟୁ ବରଣ କରିଥିଲେ ପ୍ରଶଂସକ
ହାଇଦ୍ରାବାଦ,୧୩।୧୨: ପୁଷ୍ପାରାଜ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ଅଲ୍ଲୁଙ୍କୁ ଚି଼କ୍କାଡାପଲ୍ଲୀ ଥାନାକୁ ନିଆଯାଇଛି। ସୂଚନାଯୋଗ୍ୟ ଡିସେମ୍ବର ୪ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା। ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ […] The post ଅଲ୍ଲୁ ଅର୍ଜୁନ ଗିରଫ, ପୁଷ୍ପା-୨ ସ୍କ୍ରିନିଂରେ ମୃତ୍ୟୁ ବରଣ କରିଥିଲେ ପ୍ରଶଂସକ appeared first on Dharitri Odia News.
ହାଇଦ୍ରାବାଦ,୧୩।୧୨: ପୁଷ୍ପାରାଜ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ଅଲ୍ଲୁଙ୍କୁ ଚି଼କ୍କାଡାପଲ୍ଲୀ ଥାନାକୁ ନିଆଯାଇଛି।
ସୂଚନାଯୋଗ୍ୟ ଡିସେମ୍ବର ୪ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା। ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା।
ଅଭିଯୋଗ ଅନୁଯାୟୀ ଅଲୁ ଅର୍ଜୁନ ସ୍କ୍ରିନିଂ ପାଇଁ ଆସିବେ ବୋଲି ପୋଲିସକୁ ଅବଗତ କରାଯାଇ ନଥିଲା। ଥିଏଟର ମ୍ୟାନେଜମେଣ୍ଟ କିନ୍ତୁ ଏବିଷୟରେ ବିଷୟରେ ଅବଗତ ଥିଲେ। ପୋଲିସ ପାଖରେ ସୂଚନା ଥିଲେ ହୁଏତ ଅଧିକ ସୁରକ୍ଷା ବ୍ୟବସ୍ଥା ସହିତ ଭିଡକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଥାନ୍ତେ। ଏହାବାଦ କେବଳ ମୁଖ୍ୟ ପ୍ରବେଶ ପଥକୁ ଛାଡିଦେଲେ ଥିଏଟର ସେଠାରେ ଦର୍ଶକଙ୍କ ପାଇଁ କୌଣସି ପୃଥକ ପ୍ରବେଶ କିମ୍ବା ପ୍ରସ୍ଥାନ ନଥିଲା। ତେଣୁ ଥିଏଟରରେ ପହଞ୍ଚିଥିବା ବହୁ ଜନସମାଗମ ଏବଂ ସୁରକ୍ଷା ଅଭାବରୁ ଏକ ଦଳାଚକଟା ସ୍ଥିତି ଉପୁଜିଥିଲା।
The post ଅଲ୍ଲୁ ଅର୍ଜୁନ ଗିରଫ, ପୁଷ୍ପା-୨ ସ୍କ୍ରିନିଂରେ ମୃତ୍ୟୁ ବରଣ କରିଥିଲେ ପ୍ରଶଂସକ appeared first on Dharitri Odia News.