ଟ୍ରେନ୍ରେ କଟି ଅଜଣା ବ୍ୟକ୍ତିଙ୍କ ଜୀବନ ଗଲା, ୭ ଘଣ୍ଟା ପରେ ବି…
କେସିଙ୍ଗା,୨୨ା୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନଠାରୁ ୫୦୦ ମିଟର ଦୂରରେ ଏକ ଅଜଣା ବ୍ୟକ୍ତି ଟ୍ରେନରେ ଗୁରୁବାର ସକାଳେ କଟି ରେଳ ଧାରଣା ପାର୍ଶ୍ୱରେ ପଡ଼ିଥିବାର ଜଣା ପଡ଼ିଛି। କାର୍ଯ୍ୟରତ କିମ୍ୟାନ୍ ଦେଖିଲା ପରେ କାଣ୍ଡେଲ ରୋଡ଼ ଷ୍ଟେଶନମାଷ୍ଟରଙ୍କ ନିକଟରେ ସୂଚନା ଦେଇଥିଲେ। କିନ୍ତୁ ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ ଟିଟିଲାଗଡରୁ ଜି.ଆର.ପି.ପହଞ୍ଚି ନାହାନ୍ତି। ଦୀର୍ଘ ୭ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଶବ ରେଳ ଧାରଣାର ସିଗ୍ନାଲ ପାର୍ଶ୍ୱରେ […] The post ଟ୍ରେନ୍ରେ କଟି ଅଜଣା ବ୍ୟକ୍ତିଙ୍କ ଜୀବନ ଗଲା, ୭ ଘଣ୍ଟା ପରେ ବି… appeared first on Dharitri Odia News.
କେସିଙ୍ଗା,୨୨ା୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନଠାରୁ ୫୦୦ ମିଟର ଦୂରରେ ଏକ ଅଜଣା ବ୍ୟକ୍ତି ଟ୍ରେନରେ ଗୁରୁବାର ସକାଳେ କଟି ରେଳ ଧାରଣା ପାର୍ଶ୍ୱରେ ପଡ଼ିଥିବାର ଜଣା ପଡ଼ିଛି। କାର୍ଯ୍ୟରତ କିମ୍ୟାନ୍ ଦେଖିଲା ପରେ କାଣ୍ଡେଲ ରୋଡ଼ ଷ୍ଟେଶନମାଷ୍ଟରଙ୍କ ନିକଟରେ ସୂଚନା ଦେଇଥିଲେ। କିନ୍ତୁ ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ ଟିଟିଲାଗଡରୁ ଜି.ଆର.ପି.ପହଞ୍ଚି ନାହାନ୍ତି। ଦୀର୍ଘ ୭ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଶବ ରେଳ ଧାରଣାର ସିଗ୍ନାଲ ପାର୍ଶ୍ୱରେ ପଡ଼ିରହିଛି ମୃତଦେହ। ଏ ସଂକ୍ରାନ୍ତରେ କାଣ୍ଡେଲ ରୋଡ୍ ଷ୍ଟେଶନ ମାଷ୍ଟର ଶ୍ରୀବାସ୍ତବଙ୍କୁ ପଚାରିବାରୁ ଜିଆରପି ଟିଟିଲାଗଡ଼କୁ ରିପୋର୍ଟ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।
The post ଟ୍ରେନ୍ରେ କଟି ଅଜଣା ବ୍ୟକ୍ତିଙ୍କ ଜୀବନ ଗଲା, ୭ ଘଣ୍ଟା ପରେ ବି… appeared first on Dharitri Odia News.